କ୍ରାଇମ

ପୁଲିସ୍‌ ହାବୁଡ଼ରେ ପଶ୍ଚିମବଙ୍ଗର ୧୩ ଠକ: ୧.୯୫ ଲକ୍ଷ ଟଙ୍କା, ନକଲି ପରିଚୟପତ୍ର ଜବତ – Utkal Mail


ବରଗଡ଼: ଅଭିନବ ଉପାୟରେ ଠକେଇ କରୁଥିବା ଅନ୍ତଃରାଜ୍ୟ ଗ୍ୟାଙ୍ଗ ବରଗଡ଼ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ପଶ୍ଚିମବଂଗର ରିଣ୍ଟୁ ଦେ, ପ୍ରସନ୍ନଜିତ ସାହା, ଅନୁପ ଘୋଷାଲ, ସୁରଜିତ ନାଥ, ଦେବଜିତ ଭଟ୍ଟାଚାର୍ଯ୍ୟ, ଅନିର୍ବାଣ କାଜି, ଅନିମେଶ ଚକ୍ରବର୍ତ୍ତୀ, ମଞ୍ଜିତ ଚଟାର୍ଜୀ, ବାବୁଲାଲ ସାହା, ଶୈଶବ ସନ୍ତ୍ରା, ଗୌରସୁନ୍ଦର ଘୋଷ, ଶାନ୍ତନୁ ଚକ୍ରବର୍ତ୍ତୀ ଓ ଅମିତ ମହନ୍ତ। ସେମାନଙ୍କ ପାଖରୁ ୨୩ଟି ମୋବାଇଲ,୧ ଲକ୍ଷ ୯୫ ହଜାର ୬୪୦ ଟଙ୍କା, ଗୋଟିଏ କାର୍‌, ୪ଟି ଲାପ୍‌ଟପ୍‌, ନକଲି ଦସ୍ତାବିଜ, ଦୁଇଟି ଚେକ୍‌, ନକଲି ପରିଚୟପତ୍ର ଆଦି ଜବତ ହୋଇଛି।

ଠକମାନେ ଜଣେ ବ୍ୟକ୍ତିଙ୍କ ଏକ ନବ ନିର୍ମିତ ତିନି ତାଲା ବିଶିଷ୍ଟ ବ୍ୟବସାୟିକ କୋଠାକୁ ୨ ଲକ୍ଷ ଟଙ୍କା ନେବା ମାମଲାରେ ପୁଲିସ୍‌ ଧରିଥିଲା। ବରଗଡ଼ ଅମ୍ବାପାଲି ଛକରେ ରହୁଥିବା ଅଜୟ ରେଖାନିଙ୍କ ଏକ ନବନିର୍ମିତ ବଡ଼ ବ୍ୟାବସାୟିକ କମ୍ପ୍ଲେକ୍ସ ଭଡ଼ାରେ ଦେବାପାଇଁ ମୋବାଇଲ ନମ୍ବର ସହ ‘ଟୁ ଲେଟ୍‌’ ବୋର୍ଡ ଲଗାଇଥିଲେ। ପଶ୍ଚିମବଙ୍ଗ ପ୍ରଗଣା ଅଞ୍ଚଳର କିଛି ବ୍ୟକ୍ତି ଅଜୟଙ୍କୁ ଯୋଗାଯୋଗ କରିଥିଲେ। ସେମାନେ ନିଜକୁ ମହେନ୍ଦ୍ର ସମିତ କମ୍ପାନିର ଅଧିକାରୀ ବୋଲି ପରିଚୟ ଦେଇ ଅଜୟଙ୍କ କୋଠାକୁ ମାସକୁ ୫ ଲକ୍ଷ ଟଙ୍କା ଭଡ଼ାରେ ନେବାପାଇଁ କଥା ହେଇଥିଲେ। କମ୍ପାନି ବାବଦରେ ଇଣ୍ଟରନେଟ୍‌ରେ ଅଜୟ ରେଖାନି ଖୋଳତାଡ଼ କରିବାପରେ ସେ ଉକ୍ତ ଅଧିକାରୀମାନଙ୍କୁ ନିଜ ଭଡ଼ା ଚୁକ୍ତିନାମାର ନିୟମାବଳୀ ସମ୍ପର୍କରେ ସୂଚନା ଦେଇଥିଲେ। ଅଜୟଙ୍କ ସବୁ ନିୟମାବଳୀରେ ନିଜକୁ କମ୍ପାନିର ଅଧିକାରୀ ବୋଲି ପରିଚୟ ଦେଉଥିବା ବ୍ୟକ୍ତିମାନେ ରାଜି ହୋଇଯାଇଥିଲେ। ଏଥିରେ ଅଜୟଙ୍କ ସନ୍ଦେହ ବଢ଼ିଥିଲା। ଏହାପରେ ଚୁକ୍ତିନାମାର ମଧ୍ୟସ୍ଥି ତଥା ଅଗ୍ରିମ ବାବଦକୁ ୨ ଲକ୍ଷ ଟଙ୍କା ନେବାକୁ କଥା ଛିଣ୍ଡିଥିଲା। ଉକ୍ତ ଟଙ୍କା ନେବା ପରେ ସମ୍ପୃକ୍ତ ଠକମାନେ ଭଟଲି ଛକସ୍ଥିତ ଭିଡି ପ୍ୟାଲେସରେ ୭ଟି ରୁମ୍‌ ଭଡ଼ା ନେଇ ରହୁଥିଲେ। ବରଗଡ଼ ଟାଉନ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ପୂର୍ବରୁ ସେମାନେ ଅନ୍ୟ ଜିଲ୍ଲାରେ ମଧ୍ୟ ସମାନ ଉପାୟରେ ବହୁ ଲୋକଙ୍କୁ ଠକି ଥିବା ବରଗଡ଼ ଅତିରିକ୍ତ ଏସ୍‌ପି ତପନ ମହାନ୍ତି ସୂଚନା ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button