ଦେଶ ବିଦେଶ
ଏହି ପ୍ରକାରେ ଘରେ ହିଁ ତିଆରି କରନ୍ତୁ ଲୋଶନ, ରୁକ୍ଷ ତ୍ୱଚା ରହିବ ମୁଲାୟମ୍

ଶୀତଦିନେ ସାଧାରଣତଃ ତ୍ୱଚା ସମସ୍ୟା ଦେଖାଦେଇଥାଏ। ଥଣ୍ଡା ପାଗରେ ତ୍ୱଚା ଶୁଷ୍କ ହୋଇଯାଏ। ତେଣୁ ଏହି ଋତୁରେ ତ୍ୱଚାର ଠିକ୍ ଯତ୍ନ ନେବା ଉଚିତ। ତେବେ ବଜାରରେ ମିଳୁଥିବା ପ୍ରଡକ୍ଟ ବଦଳରେ ଆପଣ ଘରେ ପ୍ରାକୃତିକ ଉପାୟରେ ଲୋଶନ ତିଆରି କରି ଲଗାଇପାରିବେ। ଏଥିରେ ଆପଣଙ୍କ ତ୍ୱଚାକୁ କୌଣସି କ୍ଷତି ପହଞ୍ଚିବ ନାହିଁ, ବରଂ ତ୍ୱଚା ଅଧିକରୁ ଅଧିକ ମୁଲାୟମ୍ ହୋଇଯିବ। ଆସନ୍ତୁ ଜାଣିବା ଘରେ ଲୋଶନ ବନେଇବାର ସହଜ ଉପାୟ।
ଆବଶ୍ୟକ ସାମଗ୍ରୀ
-ଗ୍ଲିସରିନ୍ ୧ ଚାମଚ
-ବାଦାମ ତେଲ ୧ ଚାମଚ
-ନଡ଼ିଆ ତେଲ ୧ ଚାମଚ
-ଗୋଲାପ ଜଳ ୧ ଚାମଚ
ଏମିତି ତିଆରି କରନ୍ତୁ ଲୋଶନ
ପ୍ରଥମେ ୧ ଚାମଚ ଲେଖାଏ ବାଦାମ ଏବଂ ନଡ଼ିଆ ତେଲ ନେଇ ଗରମ କରନ୍ତୁ। ପୁଣି ଏହାକୁ ଥଣ୍ଡା କରନ୍ତୁ। ଏଥିରେ ଗ୍ଲିସରିନ୍ ଏବଂ ଗୋଲାପ ଜଳ ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ। ଏବେ ଆପଣଙ୍କ ଗ୍ଲିସରିନ୍ ଲୋଶନ ପ୍ରସ୍ତୁତ ହୋଇଗଲା। ଏହାକୁ ପ୍ରତିଦିନ ୨ ଥର ବ୍ୟବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଥରେ ନିଶ୍ଚୟ ଲଗାନ୍ତୁ।



