ଦେଶ ବିଦେଶ

ବିବାହର ୩୨ ବର୍ଷ ପରେ ଅଲଗା ହେବେ ରେମଣ୍ଡ ଏମଡି ସିଂଘାନିଆ ଦମ୍ପତି – Utkal Mail



ନୂଆଦିଲ୍ଲୀ:କୋଟିପତି ଶିଳ୍ପପତି ତଥା ରେମଣ୍ଡର ଏମଡି ଗୌତମ ସିଂଘାନିଆ ସୋମବାର ପତ୍ନୀ ନବାଜ ମୋଦିଙ୍କଠାରୁ  ଅଲଗା ହେବେ ବୋଲି ଘୋଷଣା କରିଛନ୍ତି । ଏ ସମ୍ପର୍କରେ ଘୋଷଣା କରି ସିଂଘାନିଆ କହିଛନ୍ତି, ଆମେ ଏବେ ଅଲଗା ଅଲଗା ରାସ୍ତାରେ ଯିବା ପାଇଁ ନିଷ୍ପତ୍ତି ନେଇଛୁ । ୫୮ ବର୍ଷୀୟ ସିଂଘାନିଆ ୧୯୯୯ରେ ଓକିଲ ନାଦର ମୋଦିଙ୍କ ଝିଅ ନବାଜ ମୋଦିଙ୍କୁ ବିବାହ କରିଥିଲେ । ଟେକ୍ସଟାଇଲରୁ ରିଅଲ ଇଷ୍ଟେଟ ଗ୍ରୁପ ରେମଣ୍ଡ ଲିମିଟେଡର ଚେୟାରମ୍ୟାନ ଗୌତମ ସିଂଘାନିଆ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ‘ଏହି ଦିବାଲି ପୂର୍ବ ଦିବାଲି ପରି ନୁହେଁ । ମୋର ବିଶ୍ୱାସ ନବାଜ ଏବଂ ମୁଁ ଅଲଗା ଅଲଗା ରାସ୍ତାରେ ଚାଲିବୁ ।’

ସେ କହିଛନ୍ତି, ଦମ୍ପତି ଭାବେ ଆମେ ୩୨ ବର୍ଷ ଏକାଠି ରହିଛୁ । ମାତା-ପିତା ଭାବେ ଜୀବନ କଟାଇଛୁ । ସବୁବେଳେ ଦୁହେଁ ଦୁହିଁଙ୍କର ଶକ୍ତି ହୋଇଛୁ । ଆମେ ପ୍ରତିବଦ୍ଧତା, ସଙ୍କଳ୍ପ ଏବଂ ବିଶ୍ୱାସର ଆଗକୁ ବଢିଛୁ ଏବଂ ଏଥିସହିତ ଆମ ଜୀବନରେ ଦୁଇଟି ସବୁଠାରୁ ସୁନ୍ଦର ଜିନିଷ ବି ଆସିଛି ।’

ସିଂଘାନିଆ ଆହୁରି ଲେଖିଛନ୍ତି, ଆମ ଜୀବନକୁ ନେଇ ବହୁ ଗସିପ ଚାଲିଛି ।….ଯାହା ବି ହେଉ, ଆମେ ଆମର ଦୁଇଟି ଅମୂଲ୍ୟ ରତ୍ନ ନିହାରିକା ଏବଂ ନିଶାଙ୍କ ଭଲ ପାଇଁ ସବୁଠାରୁ ଭଲ କାମ କରିବୁ ।’




Related Articles

Leave a Reply

Your email address will not be published. Required fields are marked *

Back to top button