ଦେଶ ବିଦେଶ

୩ ମହିଳାଙ୍କୁ ପରିବାର ଲୋକଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ! – Utkal Mail


ପାନିପତ: ହରିଆଣାର ପାନିପତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରିବାର ଲୋକଙ୍କ ସମ୍ମୁଖରେ ହିଁ ୪ ଜଣ ମିଶି ୩ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଘଟଣା ବୁଧବାରର ବୋଲି ଜଣାପଡ଼ିଛି। ସୂଚନାରୁ ଜାଣିବାକୁ ମିଳିଛି ଯେ, ହରିଆଣାର ପାନିପତରେ ଗୋଟାଏ ପରିବାରର ୩ ଜଣ ମହିଳାଙ୍କୁ ସେମାନଙ୍କ ଘର ଲୋକଙ୍କ ସମ୍ମୁଖରେ ୪ ଜଣ ଅଜ୍ଞାତ ଲୋକ ଦୁଷ୍କର୍ମ କରିଛନ୍ତି।

ପୁଲିସ୍‌ ପକ୍ଷରୁ ଜାଣିବାକୁ ମିଳିଛି ଯେ ଘଟଣା ବୁଧବାର ବିଳମ୍ବିତ ରାତ୍ରର। ଅଭିଯୁକ୍ତମାନେ ଛୁରି ଏବଂ ଅନ୍ୟାନ୍ୟ ଅସ୍ତ୍ର ମୁନ‌ରେ ଏପରି କାଣ୍ଡ କରିଛନ୍ତି। ୪ ଜଣ ଦୁର୍ବୃତ୍ତ ଅଚାନକ ଆସି ପୀଡ଼ିିତାମାନଙ୍କ ପରିବାରରେ ପଶି ଯାଇଥିଲେ। ସେମାନେ ପ୍ରଥମେ ପରିବାରର ଲୋକମାନଙ୍କୁ ଦଉଡ଼ିରେ ବାନ୍ଧି ଦେଇ ୩ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ।

ଜାଣିବାକୁ ମିଳିଛି ଯେ ଦୁଷ୍କର୍ମକାରୀମାନେ ଦୁଷ୍କର୍ମ କରିବା ପରେ ମହିଳାମାନେ ପିନ୍ଧିଥିବା ଅଳଙ୍କାରକୁ ଖୋଲି ନେଇ ଯାଇଛନ୍ତି। ତେବେ ଏହି ଗଣଦୁର୍ଷ୍କରୁ ପ୍ରାୟ ୧ କିଲୋମିଟର ଦୂରରେ ଅନ୍ୟ ଜଣେ ବେମାର ମହିଳାଙ୍କ ଉପରେ ବି ଆକ୍ରମଣ ହୋଇଛି। ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ବାମୀଙ୍କଠାରୁ ଲୁଟ୍‌ କରି ଅଭିଯୁକ୍ତମ‌ାନେ ଟଙ୍କା ଓ ମୋବାଇଲ୍‌ ନେଇ ଫେରାର୍‌ ହୋଇ ଯାଇଛନ୍ତି।

ତେବେ ଏହି ଦୁଇଟି ଘଟଣା ଗୋଟାଏ ଦଳ କରିଛନ୍ତି କି ନୁହେଁ ତାହା ପରେ ଜଣାପଡ଼ିବ। ଅଭିଯୁକ୍ତମାନେ ମୁହଁରେ ରୁମାଲ ବାନ୍ଧିଥିବାରୁ ଦ୍ବିିତୀୟ ମହିଳା ଜଣକ ସେମାନଙ୍କୁ ଚିହ୍ନି ପାରିନାହାନ୍ତି। ପୁଲିସ୍‌ ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button