ମନୋରଞ୍ଜନ

ଅଟଲିଙ୍କ ଉପରେ ରାଗିଥିବା ଚର୍ଚ୍ଚା ମଧ୍ୟରେ ଇନଷ୍ଟାରେ ଏଭଳି ଷ୍ଟୋରୀ ରଖିଲେ ନୟନତାରା – Utkal Mail


ମୁମ୍ବାଇ: ଅଭିନେତ୍ରୀ ନୟନତାରା ସୁପରଷ୍ଟାର ଶାହରୁଖ ଖାନଙ୍କ ସିନେମା ‘ଯବାନ’ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି। ନୟନତାରାଙ୍କୁ ‘ଯବାନ’ ସିନେମାରେ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଛି। ପରଦାରେ ନୟନତାରାଙ୍କୁ ପୁଲିସ ଅଧିକାରୀ ଚରିତ୍ରରେ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ତେବେ ଚର୍ଚ୍ଚା ହେଉଥିଲା ‌ଯେ, ‘ଯବାନ’ ସିନେମା ରିଲିଜ ପରେ ଚର୍ଚ୍ଚାରେ ଥିବା ନୟନତାରା ନିଜ ବଲିଉଡ ଡେବ୍ୟୁକୁ ନେଇ ଖୁସି ନାହାନ୍ତି।

ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଥିବାରୁ ନୟନତାରା ନିର୍ଦ୍ଦେଶକ ଅଟଲିଙ୍କ ଉପରେ ଖୁସି ନଥିବା କୁହାଯାଉଥିଲା। ଏମଧ୍ୟରେ ହେଉଥିବା ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ ବୋଲି ନିଜ ଇନଷ୍ଟା ଷ୍ଟୋରୀ ମାଧ୍ୟମରେ ପ୍ରମାଣ କରିଛନ୍ତି ନୟନତାରା। ଅଟଲିଙ୍କ ଜନ୍ମଦିନ ଅବସରରେ ଫିଲ୍ମ ‘ଯବାନ’ର ସୁଟିଂ ସମୟ‌ର କିଛି ଫଟୋ ସେୟାର କରି ନିର୍ଦ୍ଦେଶକଙ୍କୁ ଶୁଭେଚ୍ଛା ଜଣାଇଥିଲେ ନୟନତାରା। ସେ ଲେଖିଥ‌ିଲେ, ଜନ୍ମଦିନର ଶୁଭେଚ୍ଛା ଅଟଲି। ତୁମ ଉପରେ ବହୁତ ଗର୍ବିତ।

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ କରିଥିଲା ‌ଯେ,”ଫିଲ୍ମ ରିଲିଜ୍ ପରେ ନୟନତାରାଙ୍କ ଅନେକ ଦୃଶ୍ୟ କଟାଯାଇଥିବା ସେ ଜାଣିବାକୁ ପାଇଥିଲେ। ଏହା ସହ ଦୀପିକା ଫିଲ୍ମରେ କାମିଓ କରିଥିଲେ ବି ତାଙ୍କ ଚରିତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। ‘ଯବାନ’କୁ ଶାହାରୁଖ-ନୟନତାରା ନୁହେଁ ବରଂ ଶାହରୁଖ-ଦୀପିକାଙ୍କ ଫିଲ୍ମ ବୋଲି ଦେଖାଯାଇଥିବାରୁ ନୟନତାରା ଫିଲ୍ମ ପ୍ରଚାରର କୌଣସି କାର୍ଯ୍ୟକ୍ରମ ଓ ଫିଲ୍ମ ସଫଳ ହେବା ପରେ ହୋଇଥିବା ପାର୍ଟିରେ ବି ଯୋଗ ଦେଇନଥିଲେ। ଏହି କାରଣରୁ ନୟନ ଏବେ ଆଉ ବଲିଉଡରେ ଡେବ୍ୟୁ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।”




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button