ସ୍ମାର୍ଟ ନୁହେଁ, ବରଂ ଏହି ଟାଇପ୍ର ପୁଅଙ୍କୁ ବେଶି ପସନ୍ଦ କରନ୍ତି ଝିଅ

ଅନେକ ବାର ଆପଣ ଶୁଣିଥିବେ, ଝିଅମାନେ ସ୍ମାର୍ଟ ପୁଅଙ୍କୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥାଆନ୍ତି। କିନ୍ତୁ ଏହା ପୂରାପୂରି ଠିକ୍ ନୁହେଁ। ଏହା ଏକପ୍ରକାର ଆଟ୍ରାକ୍ସନ ହୋଇପାରେ, କିନ୍ତୁ କିଛିଦିନ ପାଇଁ। ଆଜିକାଲି ଝିଅମାନଙ୍କୁ ଏମିତି ପୁଅ ଅଧିକ ପସନ୍ଦ ଲାଗନ୍ତି, ଯେଉଁମାନେ ବହୁତ ମଜାଳିଆ ହୋଇଥାଆନ୍ତି। ଯିଏ ନିଜ ସେନ୍ସ ଅଫ୍ ହ୍ୟୁମରରେ ଲୋକଙ୍କୁ ହସାନ୍ତି।
କେବେ କେବେ ଝିଅମାନେ ଏମିତି ପୁଅକୁ ବି ପସନ୍ଦ କରିଥାଆନ୍ତି, ଯେଉଁମାନେ ଇଣ୍ଟେରିଷ୍ଟିଙ୍ଗ୍ ଡେଟ୍ ପ୍ଲାନ୍ କରିଥାଆନ୍ତି। ଯିଏ ଝିଅମାନଙ୍କ ସାମ୍ନାରେ ଫ୍ରେଶ୍ ଏବଂ ଏଣ୍ଟରଟେନିଙ୍ଗ୍ ମୁଡ୍ରେ ରହିଥାଏ, ସେମାନଙ୍କୁ ଝିଅମାନେ ବହୁତ ପସନ୍ଦ କରିଥାଆନ୍ତି। ସେହିଭଳି ଯାହାଙ୍କଠାରେ ହୃଦୟ ଜିତିଲା ଭଳି କଳା ରହିଥାଏ, ସେମାନେ ଝିଅଙ୍କ ହୃଦୟରେ ରାଜ୍ କରନ୍ତି।

ଝିଅମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୁଅମାନେ ତାଙ୍କର କେୟାର କରନ୍ତୁ। ଯେଉଁ ପୁଅ ସବୁବେଳେ ଝିଅମାନଙ୍କୁ କେୟାର କରନ୍ତି, ସେମାନେ ଅଧିକ ପସନ୍ଦଯୋଗ୍ୟ ହୋଇଥାଆନ୍ତି। ଝିଅମାନଙ୍କୁ ଫନି ପୁଅ ବହୁତ ପସନ୍ଦ ଆସିଥାଆନ୍ତି। ଯିଏ ନିଜେ ହସୁଥିବ ଏବଂ ଅନ୍ୟକୁ ହସାଉଥିବ। ଏମିତି ପୁଅଙ୍କୁ ଝିଅ ପସନ୍ଦ କରିଥାଆନ୍ତି।



