ବ୍ୟବସାୟ

ୟୁପିଆଇ ଜରିଆରେ ଦିନକୁ ସର୍ବାଧିକ ପଠାଇ ହେବ ଏତିକି ଟଙ୍କା – Utkal Mail


ମୁମ୍ବାଇ: ୟୁପିଆଇର ବ୍ୟବହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆଉ ବ୍ୟାଙ୍କ୍ ଯାଇ ଟଙ୍କା ପଠାଇବା କଥା ପ୍ରାୟତ ବନ୍ଦ ହୋଇ ଆସିଲାଣି। ଏବେ ଘରେ ବସି ଲୋକ କାହାକୁ ଟଙ୍କା ପଠାଇବାର ଥିଲେ ଅତି ସହଜରେ ପଠାଇ ପାରୁଛନ୍ତି। ୟୁପିଆଇ ବା ଅନଲାଇନ ପେମେଣ୍ଟ ହେବା ଦିନଠାରୁ ଆମ ଜୀବନଶୈଳୀ ବି ବେଶ୍ ସହଜ ହୋଇଯାଇଛି।

କିନ୍ତୁ ଆପଣ ହୁଏତ ଏକଥା ଜାଣିନଥିବେ ଯେ ଏକ ନିର୍ଦ୍ଧିଷ୍ଟ ପରିମାଣ ପରେ ଆପଣ ୟୁପିଆଇ ଜରିଆରେ ଟଙ୍କା ପଠାଇ ପାରିବେନି।
ନେସନାଲ ପେମେଣ୍ଟ କର୍ପରେସନ୍ ଆଫ୍ ଇଣ୍ଡିଆ ଏଥିପାଇଁ ଏକ ସୀମା ସ୍ଥିର କରିଛି। ୟୁପିଆଇରେ ଜଣେ ବ୍ୟକ୍ତି ଦିନକୁ ସର୍ବାଧିକ କେତେ ଟଙ୍କା ପଠାଇ ପାରିବେ ଜାଣିଛନ୍ତି? ଦିନକୁ ଜଣେ ଲୋକ ୧ ଲକ୍ଷ ଟଙ୍କା ପଠାଇ ପାରିବେ।

ଆଜିକାଲି ଦୁନିଆରେ ଲୋକ ଗୁଗଲ ପେ, ଫୋନ୍ ପେ, ଅମାଜନ ପେ, ପେଟିଏମ୍ ଆଦି ଜରିଆରେ ପ୍ରାୟ ଅଧିକାଂଶ ନେଣ ଦେଣ କରୁଛନ୍ତି। ହେଲେ ତାହାର ମାନେ ସେୟା ନୁହେଁ ଯେ ଆମେ ମନ ଇଚ୍ଛା ଟଙ୍କା କାରବାର କରିପାରିବା। ଯିଏ କେହି ହେଲେ ବି ଗୋଟାଏ ଦିନରେ ୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଅନ୍ୟକୁ ପଠାଇ ପାରିବେ ନାହିଁ।

ଆପଣ ଦିନକୁ ଯେତେ ଥର ବି ପେମେଣ୍ଟ କରନ୍ତୁ, ସବୁକୁ ମିଶାଇଲେ ତାହା ୧ ଲକ୍ଷ ଭିତରେ ହେଉଥିବା ଉଚିତ୍। ଭିନ୍ନ ଭିନ୍ନ ପେମେଣ୍ଟ ଆପ୍ ଟ୍ରାନଜାକ୍ସନକୁ ନେଇ ଭିନ୍ନ ନିୟମ ରଖିଛନ୍ତି। ଯେପରି ପେଟିମ୍ ଘଣ୍ଟାକ ଭିତରେ ୨୦ ହଜାର ଟଙ୍କାର ଟ୍ରାନଜାକ୍ସନ ସ୍ଥିର କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button