ଜୀବନଶୈଳୀ

ଆପଣଙ୍କ ଅସଫଳତାର କାରଣ ପାଲଟିଥାଏ ଏହି ଚାରିଟି କାମ, ଜାଣନ୍ତୁ ଗରୁଡ ପୁରାଣରେ କ’ଣ ରହିଛି ମହତ୍ତ୍ୱ

ପୁରାଣରେ କୁହାଯାଇଥିବା ଅନେକ କଥା ବ୍ୟକ୍ତିଙ୍କ ଜୀବନକୁ ସଠିକ୍‌ ମାର୍ଗ ଦେଖାଇବାରେ ସାହାଯ୍ୟ କରିଥାଏ। ଏହି କଥା ଉପରେ ମଧ୍ୟ ଆପଣଙ୍କ ସଫଳତା ନିର୍ଭର କରିଥାଏ। ଗରୁଡ ପୁରାଣରେ ଏପରି କେତେକ କାର୍ଯ୍ୟ ବିଷୟରେ ଲେଖାଯାଇଛି, ଯାହାକୁ କୌଣସି ବ୍ୟକ୍ତି କରିବା ମଧ୍ୟ ଉଚିତ ନୁହେଁ। ଏହି କାମ କରିବା ଦ୍ୱାରା ମଣିଷ ଜୀବନ ଉପରେ ଅନେକ ଖରାପ ପ୍ରଭାବ ପଡିବା ସହ ଅନେକ କାର୍ଯ୍ୟରେ ମଧ୍ୟ ଅସଫଳତା ମିଳିଥାଏ।

ସଂସ୍କାରୀ ସନ୍ତାନ ନ ହେବା :

ଯେଉଁ ମାତାପିତାଙ୍କର ସଂସ୍କାରୀ ସନ୍ତାନ ନ ହୋଇଥାନ୍ତି, ସେମାନେ ନିଜ ସନ୍ତାନ ପାଇଁ ସମାଜରେ ଅପମାନିତ ହୁଅନ୍ତି। ଏମିତିରେ ନିଜ ପିଲାମାନଙ୍କୁ ଅଭିଭାବକ ଭଲ ସଂସ୍କାର ଦେବା ଉଚିତ। ଏପରି କଲେ ସେମାନଙ୍କର ମାନ ସମ୍ମାନ ସମାଜରେ ବଢିବ।

kama

ଭୁଲ ଲୋକଙ୍କ ସହିତ ରହିବା :

ଯେଉଁ ବ୍ୟକ୍ତି ଭୁଲ ଲୋକଙ୍କ ସହିତ ସାଙ୍ଗ ହୋଇଥାଏ, ସେମାନଙ୍କୁ କେବେ ବି ମାନ ସମ୍ମାନ ମିଳିନଥାଏ। ସେଥିପାଇଁ କେବେ ବି ଅଧର୍ମୀ ଲୋକ ଏବଂ ଖରାପ ଆଚରଣ କରୁଥିବା ଲୋକଙ୍କ ସହିତ ବସାଉଠା କରନ୍ତୁ ନାହିଁ।

garun2

ଅନ୍ୟର ଖରାପ ଚିନ୍ତା କରୁଥିବା ବ୍ୟକ୍ତି :

ଯେଉଁ ବ୍ୟକ୍ତି ଅନ୍ୟର ସବୁବେଳେ ଖରାପ ଚିନ୍ତା କରୁଥାଏ, ତାକୁ କେବେ ବି ମାନ ସମ୍ମାନ ମିଳେ ନାହିଁ। ଗରୁଡ ପୁରାଣରେ କୁହାଯାଇଛି ଯେ, ନିଜର ଫାଇଦା ପାଇଁ କେବେ ବି ଅନ୍ୟର ଖରାପ ଚିନ୍ତା କରନ୍ତୁ ନାହିଁ।

daana

ଆୟ କମ୍‌ ହେବା ସତ୍ତ୍ୱେ ମଧ୍ୟ ଦାନ କରିବା :

ଅନେକ ଲୋକ ଦାନ କରିବାର ସ୍ୱଭାବ ରଖିଥାନ୍ତି। ଏମିତି ଲୋକ କମ୍‌ ଆୟ କରିବା ସତ୍ତ୍ୱେ ଅନ୍ୟକୁ ଦାନ କରିଥାନ୍ତି। ଏହି ସ୍ୱଭାବର ବ୍ୟକ୍ତି କେବେ ବି ଖୁସିରେ ରୁହନ୍ତି ନାହିଁ। କୌଣସି ବି ବ୍ୟକ୍ତି ନିଜ କ୍ଷମତାରୁ ଅଧିକ ଦାନ କରିବା ଉଚିତ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button