ଦେଶ ବିଦେଶ

ନୂଆ ସଂସଦ ଭବନକୁ ‘ମୋଦୀ ମଲ୍‌ଟିପ୍ଲେକ୍ସ୍‌’ କହି ଏହାର ସଦ୍‌ବ୍ୟବହାର ପାଇଁ ପ୍ରସ୍ତାବ ଦେଲା କଂଗ୍ରେସ – Utkal Mail


ନୂଆଦିଲ୍ଲୀ: ନୂଆ ସଂସଦ ଭବନକୁ ‘ମୋଦୀ ମଲ୍‌ଟିପ୍ଲେକ୍ସ୍‌’ କହି ଆଜି କଂଗ୍ରେସ ଏହାର ସଦ୍‌ବ୍ୟବହାର ପାଇଁ ପରାମର୍ଶ ଦେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଆଜି ବର୍ଷୀୟାନ୍‌ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ଭଲରୂପେ ସାକାର କରୁଥିବାରୁ ନୂଆ ସଂସଦ ଭବନକୁ ‘ମୋଦୀ ମଲ୍‌ଟିପ୍ଲେକ୍ସ୍‌’ ଅଥବା ‘ମୋଦୀ ମାରିଅଟ୍‌’ କୁହାଯିବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ପୁରୁଣା ସଂସଦ ଭବନକୁ ଝୁରୁଛନ୍ତି ଓ ନୂଆ ସଂସଦ ଭବନ ତାଙ୍କୁ ଗୋଲକଧନ୍ଦା ପରି ଅଣାବଣା କରି ପକାଉଛି।

Image Courtesy of Webdunia English

ଏ ସଂକ୍ରାନ୍ତରେ ‘ଏକ୍ସ’ କରି ସେ ଲେଖିଛନ୍ତି, ଏତେ ପ୍ରଚାର ଆଡ଼ମ୍ବର ସହକାରେ ଉଦ୍‌ଘାଟିତ ନୂଆ ସଂସଦ ଭବନ ପ୍ରକୃତରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଭଲରୂପେ ସାକାର କରିଛି। ଏହାକୁ ‘ମୋଦୀ ମଲ୍‌ଟିପ୍ଲେକ୍ସ୍‌’ ଅଥବା ‘ମୋଦୀ ମାରିଅଟ୍‌’ କୁହାଯିବା ଉଚିତ। ଚାରିଦିନ ପରେ ଯାହା ମୁଁ ଦେଖିଲି ତାହା ହେଉଛି, ୨ ସଦନ ଭିତରେ ଓ ‘ଲବି’ମାନଙ୍କରେ ଔପଚାରିକ ଆଳାପ ଓ ଆଲୋଚନାର ମୃତ୍ୟୁ। ଯଦି ସ୍ଥପତି ଗଣତନ୍ତ୍ରକୁ ହତ୍ୟା କରିପାରେ, ତା’ହେଲେ ସମ୍ବିଧାନ ପୁନଃଲିଖନ ନ କରି ମଧ୍ୟ ପ୍ରଧାନମନ୍ତ୍ରୀ ସଫଳତା ହାସଲ କରିଛନ୍ତି।

ନୂଆ ଓ ପୁରୁଣା ସଂସଦ ଭବନରେ ଥିବା ପାର୍ଥକ୍ୟ ଦର୍ଶାଇ ଜୟରାମ ରମେଶ କହିଛନ୍ତି, ନୂଆ ଭବନର ହଲ୍‌ ସବୁ ଆରାମଦାୟକ ନୁହେଁ। ସେଠାରେ ବସି ଜଣେ ଜଣକୁ ଦେଖିବା ପାଇଁ ଦୂରବୀକ୍ଷଣ ଦରକାର।

ସେ ଆହୁରି ମଧ୍ୟ କହିଛନ୍ତି, ସମ୍ଭବତଃ, ୨୦୨୪ରେ ଶାସନ ପରିବର୍ତ୍ତନ ହେଲେ ନୂଆ ସଂସଦ ଭବନର ସଦ୍‌ବ୍ୟବହାର କରାଯାଇ ପାରିବ।




Related Articles

Leave a Reply

Your email address will not be published. Required fields are marked *

Back to top button