ଜୀବନଶୈଳୀ

ସୁଖି ଜୀବନର ସଂକେତ ଦେଇଥାଏ ପାଦ ତଳର ଆକୃତି, କେମିତି ଜାଣନ୍ତୁ

ହସ୍ତରେଖା ଜ୍ୟୋତିଷରେ ନା କେବଳ ହାତ, ହସ୍ତରେଖା ଏବଂ ହାତ ଚିହ୍ନରୁ ବ୍ୟକ୍ତିଙ୍କ ସ୍ବଭାବ ଏବଂ ଭବିଷ୍ୟତ ବିଷୟରେ ଜାଣିହୁଏ ବରଂ ପାଦ ତଳକୁ ଦେଖି ମଧ୍ୟ ଭବିଷ୍ୟବାଣୀ କରାଯାଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ ପାଦ ତଳକୁ ନେଇ ଏମିତି କଥା କୁହାଯାଇଛି ଯାହାକୁ ଦେଖି ସହଜରେ ଭବିଷ୍ୟବାଣୀ ବିଷୟରେ ଜାଣିହେବ। ତେବେ ଆସନ୍ତୁ ଜାଣିବା ସମୁଦ୍ରଶାନ୍ତ୍ରର କିଛି ରୋଚକ ଏବଂ ଅଜଣା କଥା।

-ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କର ପାଦ ତଳ କଳା ହୋଇଥାଏ ସେମାନଙ୍କ ଜୀବନରେ ସର୍ବଦା ଧନର ଅଭାବ ଦେଖାଯାଇଥାଏ। ଏମିତି ଲୋକଙ୍କୁ ରୋଗ ଏବଂ ସନ୍ତାନ ସମ୍ବଦ୍ଧୀୟ ସମସ୍ୟା ଘାରିଥାଏ।

-ଏକ ଏମିତି ରେଖା ଅଛି ଯାହା ଗୋଇଠି ପାଖରୁ ଆଙ୍ଗୁଠି ପର‌୍ୟ୍ୟନ୍ତ ପହଁଚୁଥିବ ତେବେ ସେହିଭଳି ବ୍ୟକ୍ତି ଧନ ମାମଲାରେ ବଡ ଶୁଭ ଅଟନ୍ତି।

-ଯଦି ପାଦର ଆଙ୍ଗୁଳିରେ ଖାଲି ଯାଗା ଦେଖାଯାଉଛି ତେବେ ଆପଣଙ୍କୁ ଧନ ସମ୍ଭାଳି ଖର୍ଚ୍ଚ କରିବାକୁ ହେବ। କାରଣ ଜୀବନରେ ଅନେକ ଥର ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ।

-ଯଦି ଆପଣଙ୍କର ପାଦ ତଳ ସମାନ ଥାଏ ଅର୍ଥାତ ସମତଳ ଥାଏ ଖାଲିଆ ହୋଇନଥାଏ ତେବେ ଆପଣ ଖୋଲା ବିଚାରର ହୋଇଥାନ୍ତି। ଏହାସହିତ ମହତାକାଂକ୍ଷୀ ହୋଇଥାନ୍ତି। ଏମିତି ପାଦକୁ ଭାଗ୍ୟଶାଳୀ ବୋଲି କୁହାଯାଏ।

-ପାଦ ତଳ ଧଳା ରଙ୍ଗର ହୋଇଥିଲେ ବ୍ୟକ୍ତିଙ୍କୁ ଜୀବନରେ ସଂଘର୍ଷ କରିବାକୁ ହେବ। ଏମିତି ବ୍ୟକ୍ତି ଲୋଭରେ ଆସି ଅପରାଧ ମଧ୍ୟ କରିଦିଅନ୍ତି।

-ସ୍ୟାମଳ ରଙ୍ଗର ପାଦ ତଳ ହୋଇଥିଲେ ବ୍ୟକ୍ତି ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମାନେ ଧନବାନ ହୋଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button