ବିଚାର

ବର୍ଷା ଦିନେ କପଡାରୁ ଦୁଗର୍ନ୍ଧ ଦୂର କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥାନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବତାଇବୁ ଯାହା ସାହାଯ୍ୟରେ ଆପଣ ବର୍ଷା ଦିନେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିପାରିବେ।

ଭିନେଗାର: ବର୍ଷା ଦିନେ ଲୁଗାପଟା ଧୋଇବା ପରେ ଅଧା ବାଲ୍‌ଟି ପାଣିରେ ଦୁଇ ଚାମଚ ଭିନେଗାର୍‌ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ଧୁଆ ଲୁଗାକୁ ୧୦ ମିନିଟ୍‌ ବତୁରାଇବା ପରେ ଚିପୁଡ଼ି ଶୁଖାଇ ଦିଅନ୍ତୁ।

ଡେଟଲ୍‌: ଠିକ୍‌ ଭିନେଗାର ପରି ଲୁଗା ଧୋଇବା ପରେ ସେଗୁଡ଼ିକୁ ଡେଟଲ୍‌ ପାଣିରେ ୧୦ ମିନିଟ ବୁଡ଼ାଇ ରଖନ୍ତୁ ଓ ପରେ ଚିପୁଡ଼ି ଶୁଖାଇ ଦିଅନ୍ତୁ। ଦେଖିବେ ଆଉ ସେଥିରେ ଦୁର୍ଗନ୍ଧ ରହିବ ନାହିଁ।

ଧୂପକାଠି: ସାଧାରଣତଃ ଆମେ ପୂଜା ସମୟରେ ଧୂପକାଠିର ବ୍ୟବହାର କରିଥାଉ। ହେଲେ ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ଯେ ଧୂପକାଠି ବର୍ଷା ଦିନରେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିଥାଏ। ଲୁଗାପଟାକୁ ଧୋଇ ଶୁଖାଇଲା ପରେ ଆଖପାଖରେ ଧୂପକାଠି ଲଗାଇ ଦିଅନ୍ତୁ। ଏହାର ଧୂଆଁ ଓ ସୁନ୍ଦର ମହକ ଆପଣଙ୍କ କପଡ଼ାରୁ ଦୁର୍ଗନ୍ଧକୁ ଦୂର କରି ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button