ଦେଶ ବିଦେଶ

ଚାକିରି ଅପେକ୍ଷାରେ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, NABARDରେ ଖାଲି ପଡିଛି ପଦବୀ

ନ୍ୟାସନାଲ ବ୍ୟାଙ୍କ୍ ଅଫ୍ ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭଲପମେଣ୍ଟ (NABARD)ନିଯୁକ୍ତି ଘୋଷଣା କରିଛି । ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ୍ ୱେବସାଇଟକୁ ଯାଇ ଆପ୍ଲାଏ କରିପାରିବେ । ଏହି ନିଯୁକ୍ତି ଭର୍ତ୍ତି ଚୁକ୍ତିଭିତ୍ତିକ ଅଟେ । ଯାହା ୧ ବର୍ଷ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଇଚ୍ଛୁକ ପ୍ରାର୍ଥୀଙ୍କର ପ୍ରଦର୍ଶନ ଏବଂ ଆବଶ୍ୟକତା ଆଧାରରେ ଏହାର ସମୟ ସୀମାକୁ ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।

ପଦବୀ ବିବରଣୀ : ୪୪

ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀମାନେ ୧୨ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ମାନ୍ୟତା ପ୍ରାପ୍ତ ସଂସ୍ଥାରୁ କିମ୍ବା ୟୁନିଭର୍ସିଟିରୁ ସେହି ସମ୍ବନ୍ଧିତ ପଦ ଅନୁସାରେ ଗ୍ରାଜୁଏସନ୍ ଏବଂ ପୋଷ୍ଟ-ଗ୍ରାଜୁଏସନରେ ଡିଗ୍ରୀ ହାସଲ କରିଥିବା ଜରୁରୀ । ଏଥିସହ ଅନ୍ୟାନ୍ୟ ନିର୍ଦ୍ଧାରିତ ପତ୍ର ହାସଲ କରିଥିବା ମଧ୍ୟ ଆବଶ୍ୟକ ।

ଷ୍ଟାଇପେଣ୍ଟ : ଏହି ପଦବୀ ପାଇଁ ଆବେଦନକାରୀଙ୍କୁ ପ୍ରତି ମାସରେ ୭୦ ହଜାର ଟଙ୍କାର ଷ୍ଟାଇପେଣ୍ଟ ମିଳିବ ।

ଆବେଦନ ଶୁଳ୍କ : ଆବେଦନକାରୀଙ୍କ ପାଇଁ ୧୫୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । ଯାହା କେବଳ ଅନଲାଇନ୍ ମାଧ୍ୟମରେ ପୈଠ କରାଯାଇପାରିବ ।

ଚୟନ ପ୍ରକ୍ରିୟା : ଚୟନ ପ୍ରକ୍ରିୟା ୨ ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ଆବେଦନଗୁଡିକର ମୂଲ୍ୟାଙ୍କନ କରିବା ପାଇଁ କମିଟି ଗଠନ କରାଯିବ । ସେଥିରେ ସେମାନଙ୍କର ଶିକ୍ଷାଗତ ପ୍ରଦର୍ଶନ, କାର୍ଯ୍ୟ ଅଭିଜ୍ଞତା ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଯୋଗ୍ୟତା ଆଧାରରେ ସେମାନଙ୍କୁ ଚୟନ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ପ୍ରାର୍ଥୀମାନଙ୍କୁ ଏକ ବୃତ୍ତିଗତ ଚୟନ କମିଟି ସମ୍ମୁଖରେ ସାକ୍ଷାତକାର ପାଇଁ ଡକାଯିବ । ନାବାର୍ଡ ଦ୍ୱାରା ନିଯୁକ୍ତ ଡାକ୍ତରୀ ଅଧିକାରୀଙ୍କ ଅନୁମୋଦନ ପରେ ଚୂଡ଼ାନ୍ତ ନିଯୁକ୍ତି ଦିଆଯିବ ।

ଆବେଦନ ପ୍ରକ୍ରିୟା :

ଏହି ପଦବୀରେ ଆବେଦନ ପାଇଁ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ଏହା ପରେ ଦିଆଯାଇଥିବା ୟଙ୍ଗ୍ ପ୍ରଫେସନାଲ ୨୦୨୬ ରେଜିଷ୍ଟ୍ରେସନ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଦାଖଲ କରନ୍ତୁ ଏବଂ ଆପଣଙ୍କର ସ୍ଥାନ ଓ ସବଜେକ୍ଟକୁ ଚୟନ କରନ୍ତୁ ।

ଶେଷରେ ଆବେଦନ ଶୁଳ୍କ ଦେଇ ଫର୍ମ ସବମିଟ୍ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button