ଦେଶ ବିଦେଶ

ଅନ୍‌ଲାଇନ୍‌ ଡେଟିଂ କରୁଥିଲେ ଏହି ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ସହଜରେ ବଢ଼ିପାରିବ ସମ୍ପର୍କ

ଟେକ୍ନୋଲୋଜି ଯେତିକି ଉନ୍ନତି କରୁଛି, ସେହି ଅନୁପାତରେ ଲୋକମାନେ ମଧ୍ୟ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରୁଛନ୍ତି। ଆଗରୁ ବିବାହଯୋଗ୍ୟ ପୁଅ ବା ଝିଅଙ୍କ ପାଇଁ ପରିବାର ଲୋକ ଉପଯୁକ୍ତ ପାତ୍ର ଖୋଜୁଥିବା ବେଳେ ବର୍ତ୍ତମାନ ଲୋକମାନେ ନିଜ ପାଇଁ ନିଜେ ସାଥୀ ଯୋଗାଡ଼ କରିଦେଉଛନ୍ତି। ନିଜ ପାଇଁ ପରଫେକ୍ଟ ମ୍ୟାଚ୍‌ ଖୋଜିବାକୁ ଏବେ ଲୋକେ ଅନ୍‌ଲାଇନ୍‌ ଡେଟିଂ ଆପ୍‌ର ସାହାଯ୍ୟ ମଧ୍ୟ ନେଉଥିବା ଦେଖିବାକୁ ମିଳୁଛି। ଆପଣ ବି ଯଦି ଅନ୍‌ଲାଇଟ୍‌ ଡେଟିଂ କରୁଛନ୍ତି, ତେବେ ଏସବୁ ପ୍ରମୁଖ ବିଷୟ ଉପରେ ଧ୍ୟାନ ଦିଅନ୍ତୁ…

ପ୍ରୋଫାଇଲ୍‌ ଫଟୋ ଉପରେ ଦିଅନ୍ତୁ ଗୁରୁତ୍ୱ:

ଅନ୍‌ଲାଇନ୍‌ ଡେଟିଂ କରୁଥିଲେ ପ୍ରଥମେ ଆପଣ ନିଜ ପ୍ରୋଫାଇଲ୍‌ ଫଟୋ ଉପରେ ଧ୍ୟାନ ଦିଅନ୍ତୁ। କାରଣ ଯିଏ ଆପଣଙ୍କ ପ୍ରୋଫାଇଲ୍‌ ଚେକ୍‌ କରିବ ସେ ପ୍ରଥମେ ଆପଣଙ୍କ ଫଟୋ ଦେଖିବାକୁ ଚାହିଁବ। ଏଣୁ ପ୍ରୋଫାଇଲ୍‌ ଫଟୋରେ ସବୁବେଳେ ଖୁସି ଲାଗୁଥିବା ଫଟୋ ଦିଅନ୍ତୁ। କେବେ ବି ଏକଲାପଣ ନଜର ଆସୁଥିବା ଭଳି ଫଟୋକୁ ପ୍ରୋଫାଇଲ୍‌ ଫଟୋ ଦିଅନ୍ତୁ ନାହିଁ।

ପସନ୍ଦ ନାପସନ୍ଦ ଲେଖନ୍ତୁ ନାହିଁ:

ପ୍ରୋଫାଇଲ୍‌ରେ ନିଜ ପସନ୍ଦ ନା ପସନ୍ଦ ଲେଖନ୍ତୁ ନାହିଁ। ଏହାଦ୍ୱାରା ଆପଣ ବୋରିଂ ନଜର ଆସିବେ। ସବୁବେଳେ ନିଜ ବିଷୟରେ ଅଳ୍ପ ଭଲ କଥା ଲେଖନ୍ତୁ। ନଚେତ୍‌ ଆପଣ ଅଧିକ ଆଟିଚ୍ୟୁଟ୍‌ ଦେଖାଉଛନ୍ତି ବୋଲି ଲୋକେ ଭାବିବେ। ଅନ୍ୟପଟେ କେହି ଆପଣଙ୍କଠାରୁ ଫାଇଦା ଉଠାଇବାକୁ ଚାହୁଁଥିଲେ ଆପଣଙ୍କୁ ଯେମିତି ପସନ୍ଦ ସେମତି ବ୍ୟବହାର କରି ଠକିବାର ସମ୍ଭାବନା ମଧ୍ୟ ରହିଛି।

ସମ୍ପର୍କ ଯୋଡ଼ିବାକୁ ଚାହୁଁଥିବା ମେସେଜ୍‌ ଲେଖନ୍ତୁ:

ଆପଣ ନିଜ ପ୍ରୋଫାଇଲ୍‌ରେ କିଛି ମଜାଳିଆ କଥା ଲେଖିପାରନ୍ତି। ଏହା ପାର୍ଟନରଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଡେଟିଂ ପୂର୍ବରୁ କାହାକୁ ମେସେଜ କରୁଥିଲେ ସବୁବେଳେ ଭଲ ଭଲ କଥା ଲେଖନ୍ତୁ। ଯାହା ଜଲ୍‌ଦି ସମ୍ପର୍କ ବଢ଼ାଇବାରେ ସାହାଯ୍ୟ କରିବ।

ପ୍ରୋଫାଇଲ୍‌ ତିଆରି ବେଳେ ବନାନ ଚେକ୍‌ କରନ୍ତୁ:

ଲୋକମାନେ ବେଳେ ବେଳେ ନିଜ ପ୍ରୋଫାଇଲ୍‌ ଲେଖିବା ବେଳେ ଗୁଡ଼େ ଏଣୁତେଣୁ ଜିନିଷ ଲେଖିଦେଇଥାନ୍ତି ଯାହାର ଆବଶ୍ୟକତା ଆଦୌ ନଥାଏ। ଆଉ କିଛି ଲୋକ ଇଂରାଜୀ ଭଲ ଭାବେ ଜାଣିନଥିଲେ ମଧ୍ୟ ଦେଖେଇହେବାକୁ ଭୁଲ ଭାଲ ବନାନ ଥିବା ବାକ୍ୟ ଲେଖିଦିଅନ୍ତି। ଏଭଳି ଲେଖିବାରୁ ବିରତ ରୁହନ୍ତୁ। ଭୁଲଭାଲ ସ୍ପେଲିଂ ଆପଣଙ୍କ ଜ୍ଞାନ କେତେ ଦର୍ଶାଏ। ତେଣୁ ପ୍ରୋଫାଇଲ୍‌ରେ କିଛି ଏମିତି ଲେଖନ୍ତୁନି ଯାହା ଆପଣଙ୍କ ସମ୍ପର୍କ ତିଆରି ହେବା ପୂର୍ବରୁ ହିଁ ଭାଙ୍ଗିଦେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button