ବିଚାର

ମନ ମୁତାବକ ଚାକିରି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ, ଦୂର କରନ୍ତୁ ସମସ୍ୟା

ଟଙ୍କା ପଇସାକୁ ନେଇ ସବୁବେଳେ ଚିନ୍ତିତ ରହୁଛନ୍ତି କି ? ଆପଣଙ୍କର ଏହି ଚିନ୍ତାକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ। ଏହି ଉପାୟ କରିବା ବେଳେ ଆପଣଙ୍କୁ କେହି ଦେଖିଲେ କିମ୍ବା ଡାକିଲେ ଏହାର ଲାଭ ମିଳିନଥାଏ। ଅପରାଜିତା ଫୁଲକୁ ନଦୀରେ ଭସାଇବା ଦ୍ୱାରା ଆପଣ ଆର୍ଥିକ ଅବସ୍ଥା ଦୂର ହେବା ସହ ଧନବର୍ଷା ମଧ୍ୟ ହେବ। ଅପରାଜିତା ଫୁଲରେ ଏହି ସବୁ ଉପାୟ କରିବା ଦ୍ୱାରା ଆପଣଙ୍କୁ ଖୁବ ଜଲଦି ଲାଭ ମିଳିବା ସହ ଅନେକ ଦୋଷରୁ ମୁକ୍ତି ମିଳିବ।

-ଶନିବାର ଦିନ ଏବଂ ରାତିରେ ଅପରାଜିତା ଫୁଲକୁ ଘର ବାହାରେ ଟାଙ୍ଗି ଦିଅନ୍ତୁ। ଏପରି କରିବା ଦ୍ୱାରା ଭୂତପ୍ରେତ ବାଧାରୁ ମୁକ୍ତି ମିଳିଥାଏ।

qq

-କେବଳ ଅପରାଜିତା ଫୁଲ ନୁହେଁ ଏହାର ଚେର ମଧ୍ୟ ବେଶ ଲାଭକାରୀ। ଏହାର ଚେରକୁ ଘୋରି ବିଷାକ୍ତ ଜନ୍ତୁ କାମୁଡିଥିବା ସ୍ଥାନରେ ଲଗାଇବା ଦ୍ୱାରା ବିଷର ପ୍ରଭାବ କମ୍‌ ହୋଇଥାଏ।

-ଆର୍ଥିକ ଅବସ୍ଥା ଦୂର କରିବା ପାଇଁ ସୋମବାର କିମ୍ବା ଶନିବାର ଦିନ ଅପରାଜିତାର ୫ଟି ଫୁଲକୁ ନେଇ ନଦୀରେ ଭସାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଜଲଦି ଲାଭ ମିଳିବ।

– ନିୟମିତ ଭାବେ ଏହି ଉପାୟ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ କରିବା ଫଳରେ ଏହାର ଲାଭ ମିଳିଥାଏ। ଖୁବଶୀଘ୍ର ଆପଣଙ୍କ ଜୀବନରୁ ଅର୍ଥାଭାବ ଦୂର ହେବା ସହ ନକାରାତ୍ମକ ଶକ୍ତିର ପ୍ରଭାବ କମ୍‌ ରହିଥାଏ।

909

– ମନମୁତାବକ ଚାକିରି ପାଇବା ପାଇଁ ଅପରାଜିତାର ୧୧ଟି ଫୁଲକୁ ମା ଦୁର୍ଗାଙ୍କ ପାଖରେ ରଖିଦିଅନ୍ତୁ। ଆପଣଙ୍କୁ ଶୁଭଫଳ ମିଳିବ।

– ଅପରାଜିତା ଫୁଲକୁ ଶନିବାର ଦିନ ହନୁମାନଙ୍କ ଚରଣରେ ଅର୍ପଣ କରିବା ପରେ ଏହାକୁ ପର୍ସରେ ରଖନ୍ତୁ। ମନ ମୁତାବକ ଫଳ ମିଳିବ।

-ଅଫିସ କିମ୍ବା କାର୍ଯ୍ୟକ୍ଷେତ୍ର ବାହାରେ ଅପରାଜିତା ଫୁଲ ଗଛର ଚେରକୁ ନୀଳ କପଡାରେ ବାନ୍ଧି ଟାଙ୍ଗିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳେ।

-ସୋମବାର ଦିନ ଧଳା ରଙ୍ଗର ପୋଷାକ ପିନ୍ଧି ଅପରାଜିତା ଫୁଲକୁ ଶିବଲିଙ୍ଗରେ ଅର୍ପଣ କରିବା ଦ୍ୱାରା ଧନପ୍ରାପ୍ତି ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button