ଦେଶ ବିଦେଶ

ଯୁବକଙ୍କର ଖରାପ ବ୍ୟବହାରର ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଯୁବତୀ, ଏମିତି କଣ ହେଲା କି ପୋଲିସ ସେ ଦୁଇଜଣଙ୍କର ଥାନାରେ କରିଦେଲେ ବିବାହ

ଲକଡାଉନ ସମୟରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାର ବଣ୍ଡା ଥାନାରେ ଏକ ଅଦଭୁତ ଘଟଣା ସାମନାକୁ ଆସିଛି । ସେଠାରେ ଜଣେ ଯୁବକଙ୍କର ଖରାପ ବ୍ୟବହାର ପାଇଁ ଚିନ୍ତାରେ ଥିବା ଜଣେ ଯୁବତୀ ନିଜ ପରିବାର ଲୋକଙ୍କ ସହିତ ସେହି ଯୁବକ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଲେ । ସବୁ କଥା ଶୁଣିବା ପରେ ପୋଲିସ ଯୁବତୀ ଙ୍କର ରିପୋର୍ଟ ନଲେଖି ସେହି ଦୁଇ ଜଣଙ୍କର ବିବାହ କରାଇଲେ ।

ଏହା ଥିଲା ସମ୍ପୂର୍ଣ ଘଟଣା

ବଣ୍ଡା ନିବାସୀ ପ୍ରିୟଙ୍କା ନିଜ ପରିବାର ସହିତ ସେହି ଯୁବକ ସିଦ୍ଧାର୍ଥ ଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଯାଇଥିଲେ । ସେଠାରେ ଏସଆଇ ବବୀତା ଚୌଧୁରୀ ଯୁବତୀଙ୍କ ଠାରୁ ତାଙ୍କ ମନ କଥା ଜାଣିଲେ । କଥା ହେବା ସମୟରେ ଏସଆଇ ଚୌଧୁରୀ ବୁଝିଲେ କି ସେ ଦୁଇଜଣ କେଉଁଠି ନା କେଉଁଠି ଦୁଇ ଜଣଙ୍କୁ ପସନ୍ଦ କରୁଛନ୍ତି । କିନ୍ତୁ ପରିବାର ଅରାଜି ହେବାରୁ ସେମାନେ କୌଣସି ନିଷ୍ପତ୍ତି ନେଇ ପାରୁ ନାହାଁନ୍ତି । ଏସଆଇ ଚୌଧୁରୀ ଦୁଇଟି ପରିବାର ସହିତ କଥାବାର୍ତା ହୋଇ ସେମାନଙ୍କୁ ବୁଝାଇଲେ ।

ଦୁଇଟି ପରିବାରରେ ମିଳିଲା ସହମତି

ଯୁବତୀ ଙ୍କ ମାଆ ସେଠାରେ କହିଲେ କି ଯଦି ଯୁବକ ଙ୍କ ପକ୍ଷରୁ ଏହି ବିବାହକୁ ଅନୁମତି ଦିଅନ୍ତି ତାହେଲେ ମୁଁ ଏହି ବିବାହ ପାଇଁ ପ୍ରସ୍ତୁତ ଅଛି । ବିବାହ ପାଇଁ ଯୁବକ ଘର ଲୋକ ମାନେ ମଧ୍ୟ ରାଜି ହୋଇଗଲେ । ତାପରେ ସେ ଦୁଇଜଣଙ୍କର ବିବାହ ଥାନାରେ ହେଲା ।

ଏଥିପାଇଁ ଥାନାରେ କରାଗଲା ବିବାହ

ଦୁଇ ପରିବାରର ଅନୁମତି ପରେ ମଧ୍ୟ ଯୁବକ ଯୁବତୀଙ୍କର ବିବାହ ଥାନାରେ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏସଆଇ ଚୌଧୁରୀ ଙ୍କ ଅନୁସାରେ କୋରୋନା ଭାଇରସ ପାଇଁ ଦେଶ ସାରା ଲକଡାଉନ ଅଛି । ସବୁଠାରୁ ବଡ ପ୍ରଶ୍ନ ଥିଲା କି ବିବାହ କରିବା ସମୟରେ ଏମାନେ କେତେ ସାମାଜିକ ଦୂରତା ପାଳନ କରିବେ । ଏଥିପାଇଁ ଦୁଇଜଣଙ୍କର ବିବାହ ଥାନାରେ କରାଯିବ ବୋଲି ନିଷ୍ପତ୍ତି ନିଆଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button