ବିଚାର

ଘରେ ହ୍ୟାଣ୍ଡ ୱାସ୍ ସରିଯାଇଛି, ତାହେଲେ ଏହି ଗୋଟିଏ ମାତ୍ର ଜିନିଷରେ ବନାନ୍ତୁ ହ୍ୟାଣ୍ଡୱାସ୍

କାରୋନା ସାରା ବିଶ୍ବକୁ ତା କବଳରେ କରିସାରିଛି। ବିଶ୍ଵର ମୃତ୍ୟୁ ସଂଖ୍ୟା ଏକ ଲକ୍ଷରେ ପହଁଚିଲାଣି। ଏମିତିରେ ଆପଣ ମାନଙ୍କ ସତର୍କ ଏବଂ ସଚେତନ ରହିବା ନିହାତି ଜରୁରୀ। ବାରମ୍ବାର ସାବୁନ ଏବଂ ସାନିଟାଇଜରରେ ହାତକୁ ସଫା କରିବାକୁ ଡାକ୍ତର ପରାମର୍ଶ କରିଛନ୍ତି। ଲଗାତର ହାତ ଧୋଇବା ଦ୍ୱାରା ଆପଣ ସଂକ୍ରମଣରୁ ରକ୍ଷା ପାଇପାରିବେ। ତେବେ ହ୍ୟାଣ୍ଡ ୱାସ୍ ଏବଂ ସାନିଟାଇଜରର ବ୍ୟବହାର ଦ୍ୱାରା ବଜାରରେ ମଧ୍ୟ ଏହା ଆଉ ମିଳୁନାହିଁ। ତେବେ ଏମିତିରେ ଆପଣ ଘରେ ବଳକା ସାବୁନରେ ମଧ୍ୟ ବଜାର ଭଳି ହ୍ୟାଣ୍ଡ ୱାସ୍ ତିଆରି କରିପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି।

wash handଆବଶ୍ୟକ ସାମଗ୍ରୀ

ସାବୁନର ବଳକା ଖଣ୍ଡ
ପାଣି

ପ୍ରସ୍ତୁତି

soap

  • ପ୍ରାୟ ସମୟରେ ସାବୁନର ଛୋଟ ଖଣ୍ଡ ବଳକା ରହିଯାଇଥାଏ। ଯାହାକୁ ଆମେ ଫୋପାଡ଼ି ଦେଇଥାଉ କିନ୍ତୁ ଏବେ ତାହାକୁ ଫୋପାଡନ୍ତୁ ନାହିଁ।
  • ସାବୁନରେ ହ୍ୟାଣ୍ଡ ୱାସ୍ ବନାଇବା ପାଇଁ କେବଳ ସାବୁନ ଏବଂ ପାଣି ଦରକାର ହୋଇଥାଏ। ଏଥିପାଇଁ ପୂରା ସଫା ପାଣି ନିଅନ୍ତୁ କିମ୍ବା ପାଣିକୁ ଫୁଟାଇ ଥଣ୍ଡା କରିଦିଅନ୍ତୁ।
  • ଏହାପରେ ପାଣିକୁ ନେଇ ଏକ ବଡ ପାତ୍ରରେ ଆଞ୍ଚରେ ବସାନ୍ତୁ। ଯେତେବେଳେ ପାଣି ଫୁଟିବା ଆରମ୍ଭ କରିବ ଗ୍ୟାସକୁ ବନ୍ଦ କରିଦିଅନ୍ତୁ। ଏଥିରେ ସାବୁନ ଖଣ୍ଡକୁ ପକାଇ ଦିଅନ୍ତୁ।
  • ଯେତେବେଳେ ଏଥିରୁ ଫେଣ ବାହାରିବ ଚମଚରେ ଧୀରେ ଧୀରେ ଚଳାନ୍ତୁ। ଯେତେବେଳେ ଫେଣ ବାହାରିବା ବନ୍ଦ ହୋଇଯିବ ତାହାକୁ ରଖି ଦିଅନ୍ତୁ।
  • ସାବୁନର ଏହି ଘୋଳକୁ ଗୋଟେ ଦିନ ପରେ ଦେଖିବେ ଯେ ଏହା ବସି ଯାଇଥିବ। ଏହାପରେ ଏହାକୁ ଏକ ଡବା ବା ଜାରକୁ କାଢି ରଖିପାରିବେ। ଏବେ ଆପଣ ଏହାକୁ ହାତ ଧୋଇବା କାମରେ ଲଗାଇପାରିବେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button