ଆପଣଙ୍କର ପିଲାର ପଢ଼ାରେ ମନ ଲାଗୁନାହିଁ ? ତାହେଲେ କରନ୍ତୁ ଏହି ଉପାୟ, ଛୁଆ ହେବ ବୁଦ୍ଧିମାନ

ବହୁତ ଥର ଆପଣଙ୍କୁ ଛୁଆର ପଢ଼ିବାକୁ ମନ ଲାଗେ ନାହିଁ। ଏବଂ ପଢ଼ିବାରେ ଧ୍ୟାନ ଦେଇନଥାଏ। ଏମିତିରେ ଯଦି ଆପଣ ଚାହୁଁଛନ୍ତି ସେ କ୍ଷୀପ୍ର ବୁଦ୍ଧିମାନ ଏବଂ ପଢ଼ାରେ ଉନ୍ନତି କରୁ ତେବେ ଆପଣଙ୍କୁ ଦୁଇଟି ସହଜ ଉପାୟ ବ୍ୟବହାର କରିବାକୁ ପଡିବ। ଏହା ସହିତ ୩ ମନ୍ତ୍ରକୁ ଉପଯୋଗ କରି ଆପଣ ନିଜର ଛୁଆକୁ ବୁଦ୍ଧିମାନ କରିପାରିବେ।
କରନ୍ତୁ ଏହି ଉପାୟ
-ଯଦି ଛୁଆର ପଢ଼ିବାରେ ମନ ଲାଗୁ ନଥାଏ ତେବେ ରବିବାର ଦିନ ତେନ୍ତୁଳିର ୨୨ଟି ପତ୍ର ଆଣନ୍ତୁ। ଏହି ପତ୍ର ଗୁଡିକ ମଧ୍ୟରୁ ୧୧ଟି ପତ୍ର ସୂର୍ୟ୍ୟଦେବଙ୍କୁ ଓଁ ସୂର୍ୟ୍ୟାୟ ନମଃ କହି ଅର୍ପଣ କରି ଦିଅନ୍ତୁ। ଅବଶିଷ୍ଟାଂଶ ପତ୍ର ଅଧ୍ୟୟନର କୌଣସି ପୁସ୍ତକରେ ରଖି ଦିଅନ୍ତୁ।
-ପରୀକ୍ଷାରେ ସଫଳତା ଏବଂ ଏକାଗ୍ରତା ଆଣିବା ପାଇଁ ଗଣେଶ ରୂଦ୍ରାକ୍ଷ ଧାରଣ କରନ୍ତୁ ତଥା ପ୍ରତ୍ୟେକ ବୁଧବାର ଗଣେଶ ମନ୍ଦିର ଯାଇ ମୁଗରୁ ପ୍ରସ୍ତୁତ ହୋଇଥିବା ୧୧ କିମ୍ବା ୨୧ଟି ଲଡ୍ଡୁକୁ ଭୋଗ ଲଗାନ୍ତୁ। ଏହା ସହିତ ଭଗବାନ ଗଣେଶଙ୍କର ପୂଜାଅର୍ଚ୍ଚନା କରନ୍ତୁ।
ବୁଦ୍ଧିକୁ ବଢ଼ାଇବା ପାଇଁ କୁହନ୍ତୁ ଏହି ୩ ମନ୍ତ୍ର
-ଓଁ ଶାରଦା ମାତା ଇଶ୍ବରୀ,ମେଁ ନିତ ସୁମରି ତୋୟ, ହାଥ ଜୋଡ ଅରଜି କରୁଁ ବିଦ୍ୟା ବର ଦେ ମୋୟ।
-ଗୁରୂ ଗ୍ରୁହନ ଗୟ ପଢ଼ନ ରଘୁରାଇ, ଅଳ୍ପକାଳ ବିଦ୍ୟା ସବ ଆଇ।
-ଶାରଦୀୟ ନମସ୍ତୂଭ୍ୟଂ, ମମ ହ୍ରୁଦୟେ ପ୍ରବେଶିନୀ।



