ବିଚାର

ବେକାର ଖର୍ଚ୍ଚ କିପରି ରୋକିବେ ? ଏହା ସହିତ ପଢନ୍ତୁ ଆଜିର 20 + Anuchinta

୧. ମଳିନ ପଡ଼ି ଯାଇଥିବା ଆଇନା କିମ୍ବା ଭାଙ୍ଗି ଯାଇଥିବା ଆଇନା ଘରେ ରଖନ୍ତୁ ନାହିଁ। ୨. କ୍ଷୀର ସବୁବେଳେ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ବା ଦୁଇ ଘଣ୍ଟା ପରେ ପିଅନ୍ତୁ। ୩. ଥରେ ରନ୍ଧା ଯାଇଥିବା ଖାଇବା ଦ୍ଵିତୀୟ ଥର ଗରମ କରି ଖାଇଲେ ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ୪. ବସିବା ଆସନ କୁ କେବେ ଗୋଡ଼ ରେ ଟାଣନ୍ତୁ ନାହିଁ କିମ୍ବା ଚିରା ଆସନରେ ବସନ୍ତୁ ନାହିଁ।

୫. ପ୍ରତ୍ୟେକ ଦିନ ଅତିକମ ରେ ଛଅ ଘଣ୍ଟା ପର୍ଯ୍ୟନ୍ତ ଶୁଅନ୍ତୁ। ଏହା ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ। ୬. ଘରୁ ବାହାରିଲା ବେଳେ ଯଦି ବ୍ରାହ୍ମଣ ଙ୍କୁ ଦେଖନ୍ତି ତେବେ ନମସ୍କାର କରନ୍ତୁ। ତାହା ଶୁଭ ହୋଇଥାଏ। ୭. ଯଦି କୌଣସି କାମ ହୋଇପାରୁ ନଥାଏ ଏବଂ ବାରମ୍ବାର ବିଫଳ ହେଉଥାଏ ତେବେ ମଙ୍ଗଳବାର ବା ଶନିବାର ଦିନ ହନୁମାନ ଙ୍କ ପାଦ ତଳେ ଗୋଟା ପାନ ଅର୍ପଣ କରନ୍ତୁ।

୮. ଘରେ ଦିନ ୧୨ଟା ପୂର୍ବରୁ ପୋଛା ମାରନ୍ତୁ ଏବଂ ଗୁରୁବାର ଦିନ ପୋଛା ମାରନ୍ତୁ ନାହିଁ।

୯. ଘରର ଐସାନ୍ୟ କୋଣରେ ଠାକୁର ଘର କରନ୍ତୁ ଏବଂ ଏକ କାଚ ପାତ୍ରରେ ଗୋଟା ଅରୁଆ ଚାଉଳ ରଖନ୍ତୁ।

୧୦. ପୂଜା ହୋଇଥିବା କଳସର ପାଣି ଘରେ ଛିଞ୍ଚିବା ଦ୍ଵାରା ମଙ୍ଗଳ ହୋଇଥାଏ।

୧୧. ରୋଷେଇ ଘରେ କେବେ ଡଷ୍ଟବିନ ରଖନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ।

୧୨. ସନ୍ଧ୍ୟା ବେଳେ ଦୀପ ଜାଳିଲା ବେଳେ ଦୁଇଟି ଦୀପ ଲଗାନ୍ତୁ। ଗୋଟିଏ ତେଲ ର ଦୀପ ଲଗାନ୍ତୁ ଏବଂ ଗୋଟିଏ ଘିଅ ର ଦୀପ ଲଗାନ୍ତୁ। ଏହା ଶୁଭ ହୋଇଥାଏ।

୧୩. ଘରେ ଅଯଥା ଖର୍ଚ୍ଚ ହେଉଥିଲେ ଗୋଟିଏ ତମ୍ବା ପଇସା ଏବଂ ହଳଦିଆ କଉଡ଼ି କୁ ନେଇ ଏକ ଲାଲ କପଡ଼ା ରେ ବାନ୍ଧି ଠାକୁର ଘରେ ରଖି ଦିଅନ୍ତୁ।

୧୪. ଠାକୁର ଘରେ ଦୀପ ଜାଳିଲା ବେଳେ କେବେବି ଦୀପରୁ ଦୀପ ଲଗାନ୍ତୁ ନାହିଁ ଅଥବା ଦୀପ ରୁ ଧୂପକାଠି ଲଗାନ୍ତୁ ନାହିଁ।

୧୫. ଯଦି ଥାଇରଏଡ଼ ସମସ୍ୟା ଥାଏ ତେବେ ଧନିଆ କୁ ପାଣିରେ ପକାଇ ସେହି ପାଣିକୁ ସକାଳେ ପିଅନ୍ତୁ।

୧୬. ଚା ଏବଂ କଫି ପିଇଲା ବେଳେ ଡାଲଚିନି ଗୁଣ ପକାଇ ଦିଅନ୍ତୁ। ତାହା କ୍ଷତିକାରକ ହୋଇନଥାଏ।

୧୭. ରାତ୍ରି ୧୨ଟା ପରେ ଭୋଜନ କରନ୍ତୁ ନାହିଁ। କାରଣ ସମ୍ମାନ ହାନୀ ହୋଇଥାଏ।

୧୮. ଶୀତଦିନେ ପିଆଜ କୁ କାଟି ପାଦ ତଳେ ଥୋଇ ତା ଉପରେ ମଉଜା ପିନ୍ଧି ଶୋଇଲେ ଥଣ୍ଡା କେବେ ହୋଇନଥାଏ।

୧୯. ଚଉରା ପାଖରେ କେବେବି ଗଣେଶ ଙ୍କ ଫଟୋ ବା ଗଣେଶ ଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।

୨୦. ଯଦି ଆପଣଙ୍କ ଜୋତା ବା ଚପଲ ଚୋରି ହୋଇଯାଏ, ତେବେ ଜାଣିବେ ଯେ ଆପଣଙ୍କ ଖରାପ ସମୟ ସରିଲା ବୋଲି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button