କ୍ରାଇମ

ହୃଦୟବିଦାରକ ଦୃଶ୍ୟ; ମା’ର ମୃତଦେହ ପାଖରେ ବସି ଉଠାଇବାକୁ ଚେଷ୍ଟା କରୁଥାଆନ୍ତି ଚାରିପିଲା – Utkal Mail


ଦରଭଙ୍ଗା: ବିହାରର ଦରଭଙ୍ଗାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ବସବାସ କରୁଥିବା ଜଣେ ଯୁବକ ତାର ସ୍ତ୍ରୀକୁ ହତ୍ୟା କରିବା ପରେ ଫେରାର ହୋଇଯାଇଛି। ପୁଲିସ ହତ୍ୟାକାରୀ ସ୍ବାମୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି। ମୃତକଙ୍କ ନାମ ଲିଲା‌ଦେବୀ ବୋଲି ଜଣାପଡ଼ିଥିବା ବେଳେ ହତ୍ୟାକାରୀ ସ୍ବାମୀର ନାମ କର୍ପୁରି ଦାସ ଥିବା ଜଣାପଡ଼ିଛି।

କର୍ପୁରି ଦାସ ୩୦ବର୍ଷୀୟ ସ୍ତ୍ରୀ ଲିଲା ଦେବୀଙ୍କ ଗଳା ଚିପି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଫେରାର ହେବାପରେ ମୃତ ଭଉଣୀର ଭାଇକୁ ହତ୍ୟାକାରୀ ସ୍ବାମୀ ଫୋନ କରିଥିଲା। ଭାଇ ଫୋନ ଉଠାଇବା ପରେ  ହତ୍ୟାକାରୀ ଭିଣୋଇ କହିଥିଲା ‘ମୁଁ ତୋ ଭଉଣୀକୁ ମାରି ଦେଇଛି, ଆସିକି ତାର ମୃତଦେହ ନେଇଯା, ଆଉ ତାର ଅନ୍ତିମ ସଂସ୍କାର କରିଦେବୁ।’

ଏକଥା ଶୁଣିବା ପରେ ଭାଇ ଅଚେତ ହୋଇ ପଡ଼ିଥିଲା। ଚେତା ଫେରିବା ପରେ ଏ ଦୁଃଖ ଖବରକୁ ସେ ଘରଲୋକଙ୍କୁ ଦେଇଥିଲା। ଏହାପରେ ମୃତକଙ୍କ ପରିବାରଲୋକ ଆସି ଘଟଣାସ୍ଥଳରେ ପହଞ୍ଚିଥି‌ଲେ। ଆଉ ଘଟଣାସ୍ଥଳର ଦୃଶ୍ୟ ଦେଖି ଧୌର୍ଯ୍ୟ ଧରି ରହି ପାରି ନଥିଲେ। ଝିଅକୁ ଜ୍ବାଇଁ ଗଳାଚିପି ହତ୍ୟା କରି ଫେରାର ହୋଇଯାଇଥିବା ବେଳେ ତାର ୪ଜଣ ପିଲା ମା’ ପାଖରେ ବସି କାନ୍ଦୁଥିଲେ।

କିଏ ମା’ର ହାତ ଧରି ଡାକୁଥାଏ ତ କିଏ ମା’ ଉପରେ ବସି ଉଠାଇବାକୁ ଚେଷ୍ଟା କରୁଥାଏ। ଆଉ କିଏ ଅନେକ ସମୟ ଧରି ମା’ ଉଠୁ ନଥିବାରୁ ଭୋକରେ ଡହଳବିକଳ ହୋଇ କାନ୍ଦୁଥାଏ।

ମୃତକଙ୍କ ପରିବାରଲୋକ ଝିଅର ମୃତଦେହକୁ ଘଟଣାସ୍ଥଳରୁ ଉଠାଇ ଅନ୍ତିମ ସଂସ୍କାର ପାଇଁ ନିଜ ଘରକୁ ନେଇଯିବା ସହ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button