ଦେଶ ବିଦେଶ

ଡାଇବେଟିସ ଠାରୁ ଆରମ୍ଭ କରି କ୍ୟାନ୍ସର ପରି ମାରାତ୍ମକ ରୋଗ ପାଇଁ ରାମବାଣ ସଦୃଶ ଏହି ଫଳ, ଜାଣି ରଖନ୍ତୁ ଏହାର ଅନ୍ୟାନ ଫାଇଦା

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ହୋଇଥାଏ | ଫଳ ଭିତରୁ ବ୍ଲୁ ବେରୀ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଆପଣ ହୁଏତ ଜାଣିନଥିବେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାବୋନଏଡ଼ ଭଳି ପୋଷାକ ତତ୍ତ୍ୱରେ ଭରପୁର ବ୍ଲୁ ବେରି ସେବନ କେତେକ ଗମ୍ଭୀର ରୋଗ ଦାଉରୁ ବି ଶରୀରକୁ ସୁରକ୍ଷା ଦେଇଥାଏ | ଖାଲି ସେତିକି ନୁହେଁ ସୌନ୍ଦର୍ଯ୍ୟ ବୃଦ୍ଧିରେ ବି ଏହା ବିଶେଷ ସହାୟକ ହେବ ।

ଏକ କପ ବ୍ଲୁ ବେରୀରେ ୮୫ କ୍ୟାଲୋରୀ ଓ ୦.୫ ଗ୍ରାମ ଫ୍ୟାଟ ବ୍ୟତୀତ ୧.୫ ଗ୍ରାମ ସୋଡିୟମ, ୧୧୪ ଗ୍ରାମ ପୋଟାସିୟମ, ୨୧ ଗ୍ରାମ କାର୍ବୋହାଇଡ୍ରେଟ , ୧୪ ପ୍ରତିଶତ ଫାଇବର, ୧୫ ଗ୍ରାମ ସୁଗାର, ୨ ପ୍ରତିଶତ ପ୍ରୋଟିନ , ଭିଟାମିନ ଏ, ୨୪ ପ୍ରତିଶତ ଭିଟାମିନ ସି, ୨ ପ୍ରତିଶତ ଆଇରନ, ୫ ପ୍ରତିଶତ ଭିଟାମିନ ବି-6, ୨ ପ୍ରତିଶତ ଆଇରନ, ୨ ପ୍ରତିଶତ ମ୍ୟାଗନେସିୟମ ମହଜୂତ ଥାଏ ।
ବ୍ଲୁ ବେରୀଜରୁ କଣ ମିଳେ ଫାଇଦା:

blue berry

– ପ୍ରତିଦିନ ଗୋଟେ କପ ବ୍ଲୁବେରୀଜ ଖାଇବା ଦ୍ୱାରା ମସ୍ତିସ୍କ ତୀବ୍ର ଭାବରେ କାମ କରିଥାଏ ।ଏହାବାଦ ଏହାର ସେବନ ଆଲଜାଇମର, ବେରୀଯ ପରି ରୋଗ ଦାଉରୁ ରକ୍ଷା କରିଥାଏ । ଏହା ସହ ଫାଇଟୋନ୍ୟୂଟ୍ରି ଏଣ୍ଟ, ମିନେରାଲ୍ସ ଓ ଭିଟାମିନ ମସ୍ତିସ୍କ କୋଷିକା ଗୁଡିକର ବିକାଶ କରିଥାଏ |
-ପ୍ରତିଦିନ ଏହାକୁ ସେବନ କଲେ ନର୍ଭସ ସିଷ୍ଟମ ଠିକ ରହିଥାଏ । ଯାହାଦ୍ୱାରା ଚାପଗ୍ରସ୍ଥରୁ ମୁକ୍ତି ଦେବା ସହ ଡିପ୍ରେସନ ସମସ୍ୟା ମଧ୍ୟ ହୁଏନାହିଁ ।

Growing blueberries truly is a labor of love – East Bay Times

– ହୃଦ ରୋଗୀ ମାନଙ୍କ ପାଇଁ ଏହି ଫଳ ଅମୃତ ସମାନ ହୋଇଥାଏ । ହାର୍ଟ ଆଟାକ ଓ ଷ୍ଟ୍ରୋକର ଆଶଙ୍କାକୁ କମ କରିଥାଏ ।

– ପାଚନ କ୍ରିୟା ସୁସ୍ଥ ରଖିବାରେ ଏହା ଖୁବ ଲଭଦାୟୀ ହୋଇଥାଏ । ପ୍ରତିଦିନ ସେବନ କଲେ ଦୀର୍ଘ ଦିନର ପାଚନ ଜନିତ ସମସ୍ୟା ଦୂର ହୋଇଥାଏ ।

– ଚକ୍ଷୁ ସୁସ୍ଥ ରଖିବାରେ ବି ଖୁବ ଲାଭଦାୟୀ ।

– କ୍ୟାନ୍ସର ପରି ମାରାତ୍ମକ ରୋଗ ହେବାର ହେବାର ଆଶଙ୍କାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ କରେ ଏହି ବିଶେଷ ଫଳ।

– ଲିଭର ସଂକ୍ରମଣରୁ ମଧ୍ୟ ଏହା ସୁରକ୍ଷା ଦେଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button