ବିଚାର

ଚନ୍ଦ୍ରମାଙ୍କ ପ୍ରଭାବ ଏହିସବୁ ଲୋକଙ୍କ ପାଇଁ ହୋଇଥାଏ ଖାସ୍‌, ଜାଣନ୍ତୁ ନକାରାତ୍ମକ ପ୍ରଭାବରୁ ରକ୍ଷା ପାଇବାର ଉପାୟ

କ୍ୟାଲେଣ୍ଡର ଅନୁଯାୟୀ ପୂର୍ଣ୍ଣିମା ମାସର ୧୫ ତମ ଦିନ ଏବଂ ଶୁକ୍ଳପକ୍ଷର ଶେଷ ଦିନ ହୋଇଥାଏ। ଏହି ଦିନ ଚନ୍ଦ୍ର ଆକାଶରେ ପୂର୍ଣ୍ଣ ରୂପେ ନଜର ଆସିଥାନ୍ତି। ଭାରତୀୟ ଜନଜୀବନରେ ଏହି ଦିନର ଅନେକ ମହତ୍ତ୍ୱ ରହିଛି। ପ୍ରତ୍ୟେକ ମାସର ପୂର୍ଣ୍ଣିମାରେ କୌଣସି ନା କୌଣସି ପର୍ବ ଅଥବା ଉପବାସ ପାଳନ କରାଯାଇଥାଏ। ଏସବୁ ମଧ୍ୟରେ ଚଳିତ ବର୍ଷ ଅଧିକ ମାସ (ମଳ ମାସ)ର ପୂର୍ଣ୍ଣିମା ୧ ଅକ୍ଟୋବରରେ ପଡୁଛି। ଧାର୍ମିକ ଭାବେ ଏହି ତିଥି ଅନେକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନ ଲକ୍ଷ୍ମୀ-ନାରାୟଣଙ୍କ ପୂଜା କରିବା, ଦାନ-ପୁଣ୍ୟ ଏବଂ ପବିତ୍ର ନଦୀରେ ସ୍ନାନ କରିବାର ବିଧାନ ରହିଛି।

Full-Moonହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ମାସର ୩୦ ଦିନକୁ ଚନ୍ଦ୍ର କଳା ଆଧାରରେ ୧୫-୧୫ ଦିନକୁ ୨ ପକ୍ଷରେ ଭାଗ କରାଯାଇଛି। ତାହା ହେଉଛି ଶୁକ୍ଳପକ୍ଷ ଏବଂ କୃଷ୍ଣପକ୍ଷ। ଶୁକ୍ଳପକ୍ଷର ଶେଷ ଦିନରେ ପୂର୍ଣ୍ଣିମା ଏବଂ କୃଷ୍ଣପକ୍ଷର ଶେଷ ଦିନକୁ ଅମାବାସ୍ୟା କୁହାଯାଇଥାଏ। ବର୍ଷରେ ଏପରି ଅନେକ ମହତ୍ତ୍ୱପୂର୍ଣ୍ଣ ଦିନ ଏବଂ ରାତି ରହିଛି, ଯାହା ଧରିତ୍ରୀ ଏବଂ ମଶିଷ ଉପରେ ଗଭୀର ପ୍ରଭାବ ପଡିଥାଏ। ଏସବୁ ମଧ୍ୟରୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ ହେଉଛି ପୂର୍ଣ୍ଣିମା। ଏହାର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ପୂର୍ଣ୍ଣିମା ଏବଂ ଅମାବାସ୍ୟା ପ୍ରତି ଅଧିକାଂଶ ଲୋକମାନଙ୍କ ମନରେ ଭୟ ମଧ୍ୟ ରହିଛି।

moon fullବାସ୍ତବରେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଙ୍କୁ ମନର କାରକ କୁହାଯାଇଥାଏ। ଚନ୍ଦ୍ରମା ଚତୁର୍ଥ ଭାବର ମଧ୍ୟ କାରକ। ଏହା ମାତାଙ୍କ ସୁଖ, ଭବନ ଏବଂ ଆବାସ ସୁଖ, ବାହନ ସୁଖ ଏବଂ ଅନ୍ୟ ସୁଖ-ସୁବିଧା ଦେଇଥାଏ। ଚନ୍ଦ୍ରମା ରୋହିଣୀ ହସ୍ତ ଏବଂ ଶ୍ରବଣ ନକ୍ଷତ୍ରର ସ୍ୱାମୀ। ଯଦି କୌଣସି ବ୍ୟକ୍ତିଙ୍କ ଜନ୍ମ କୁଣ୍ଡଳୀରେ ଚତୁର୍ଥ ଭାବର କାରକ ଚନ୍ଦ୍ରମା ଉଚ୍ଚ ସ୍ଥାନରେ ରହିଥାନ୍ତି ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ସମସ୍ତ ସୁଖ-ସୁବିଧା ପ୍ରାପ୍ତ ହୋଇଥାଏ। ଚନ୍ଦ୍ରମା ମଘା, ପୂର୍ବ ଫାଲଗୁନି, ଉତ୍ତର ଫାଲଗୁନି ନକ୍ଷତ୍ରରେ ଶୁଭ ଏବଂ ବଳବାନ ହୋଇଥାନ୍ତି। ଚନ୍ଦ୍ରମାଙ୍କ ମିତ୍ର ଗ୍ରହ ସୂର୍ଯ୍ୟ ଏବଂ ବୁଧ। ରାହୁ ଏବଂ କେତୁ ଚନ୍ଦ୍ରମାଙ୍କ ଶତ୍ରୁ ଗ୍ରହ।

ବର୍ଷକରେ ୧୨ଟି ପୂର୍ଣ୍ଣିମା ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମା, ମାଘ ପୂର୍ଣ୍ଣିମା, ଶରଦ ପୂର୍ଣ୍ଣିମା, ଗୁରୁ ପୂର୍ଣ୍ଣିମା, ବୁଧ ପୂର୍ଣ୍ଣିମା ଆଦି ମୁଖ୍ୟ ପୂର୍ଣ୍ଣିମା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button