ବିଚାର

ଔଷଧର ପିତାଅଂଶକୁ କମ୍ କରିଥାଏ ବରଫ, ଜାଣନ୍ତୁ ଏହାର ଅନେକ ଫାଇଦା

ଆପଣ ଛୋଟ ବେଳେ ନିଶ୍ଚତ ଫ୍ରିଜରୁ ବରଫ ଲୁଚାଇ ଆଣି ଖାଇଥିବେ। ବରଫ ଖଣ୍ଡ କେବଳ ସର୍ବତ କିମ୍ବା ତ୍ବଚା ପାଇଁ ଲାଭକାରୀ ହୋଇନଥାଏ। ଏହାର ଏଭଳି ଉପଯୋଗିତା ବିଷୟରେ ଜାଣିଲେ ଆପଣ ନିଶ୍ଚିତଭାବେ ଆଶ୍ଚର୍ଯ୍ୟ ହୋଇଯିବେ। ଛୋଟ ଥିବା ସମୟରେ ଆପଣ ଔଷଧ ଖାଇବାକୁ ଭୟ କରିଥିବେ। ଆପଣ କ’ଣ ସମସ୍ତେ ଔଷଧ ଖାଇବାକୁ ଡରନ୍ତି। ଏହାର ପିତା ଅଂଶ ଯୋଗୁଁ ଅଧିକ ଶିଶୁ ହୁଅନ୍ତୁ କିମ୍ବା ବଡ ଲୋକ ଖାଇପାରନ୍ତି ନାହିଁ। କିନ୍ତୁ ଏହି ଉପାୟ ଆପଣାଇଲେ ଔଷଧ ଖାଇବା ସମୟରେ ଆଉ ଆପଣଙ୍କୁ ପିତା ଲାଗିବ ନାହିଁ..

ice

– ପିତାଅଂଶ ଥିବା ଔଷଧ ଖାଇବା ପୂର୍ବରୁ ପାଟିରେ ବରଫ ଖଣ୍ଡ ରଖିଦିଅନ୍ତୁ। ଫଳରେ ଔଷଧ ଆଉ ପିତା ଲାଗିବ ନାହିଁ।

– ଯଦି ଆପଣ ଅଧିକ ଖାଇଦେଇଛନ୍ତି, ଆଉ ଆପଣଙ୍କ ଖାଦ୍ୟ ହଜମ ହେଉନାହିଁ। ତେବେ ପାଟିରେ ଏକ ବରଫ ଖଣ୍ଡ ରଖିଦିଅନ୍ତୁ, ଖାଦ୍ୟ ଜଲଦି ହଜମ ହୋଇଯିବ।

medicien

– ବରଫ ଖଣ୍ଡକୁ ଧୀରେ ଧୀରେ ଗିଳିବା ଦ୍ବାରା ତଣ୍ଟି କୁଣ୍ଡାଇହେବା ବନ୍ଦ ହୋଇଯାଏ।

– ଜଳିଯାଇଥିବା ସ୍ଥାନରେ ବରଫ ଖଣ୍ଡ ମାରିବା ଦ୍ବାରା ପୋଡାଜଳା ଏବଂ ଫୋଟକା ହେବାରୁ ରକ୍ଷା ମିଳିପାରିବ। ଦାଗ ମଧ୍ୟ ଅଧିକ ହେବନାହିଁ।

– ସଂକ୍ରମଣ ହୋଇଥିବା ସ୍ଥାନରେ ବରଫ ଲଗାଇବା ଦ୍ବାରା କୁଣ୍ଡାଇ ହେବା କମ୍ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button