ଦେଶ ବିଦେଶ

ବ୍ରିଜ୍ ଭୁଶୁଡିବା ପ‌ରେ ନଦୀକୁ ଖସିଲା ଟ୍ରକ୍ ସମେତ ଅନେକ ଗାଡ଼ି, ୪ ନିଖୋଜ୍ – Utkal Mail


ସୁରେନ୍ଦ୍ରନଗର: ବ୍ରିଜ୍ ଭୁଶୁଡିବା ପ‌ରେ ନଦୀକୁ ଖସିଲା ଟ୍ରକ୍ ସମେତ ଅନେକ ଗାଡ଼ି। ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ଘଟିଛି ଏହି ବଡ଼ ଦୁର୍ଘଟଣା । ଜାତୀୟ ରାଜପଥକୁ ଚୁରା ସହିତ ସଂଯୋଗ କରୁଥିବା ଏହି ସେତୁ ଭୁଶୁଡି ପଡିଥିବା ଜଣାଯାଇଛି। ହଠାତ ସେତୁ ଭୁଶୁଡି ପଡ଼ିବାରୁ ଟ୍ରକ୍ ସମେତ ଅନେକ ଗାଡି ନଦୀରେ ଖସିପଡିଥିଲା। ୧୦ଜଣ ଲୋକ ପାଣିରେ ବୁଡିଯାଇଥିବା ବେଳେ ଏବେ ୬ଜଣ ଉଦ୍ଧାର ହୋଇଛନ୍ତି ଏବଂ ୪ଜଣ ଏବେ ବି ନିଖୋଜ ଅଛନ୍ତି।

ସୂଚନାନୁସାରେ, ସୁରେନ୍ଦ୍ରନଗର ଜିଲ୍ଲାର ବସ୍ତାଦି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥକୁ ଚୁରା ସହିତ ସଂଯୋଗ କରୁଥିବା ଏକ ସେତୁ ଏଠାରେ ନିର୍ମାଣ କରାଯାଇଥିଲା, ଯାହା ଆଜି ଭାଙ୍ଗି ଯାଇଛି। ଏହି ସମୟରେ ବ୍ରିଜ ଉପର ଦେଇ ଯାଉଥିବା ଟ୍ରକ୍ ଏବଂ ମୋଟରସାଇକେଲ୍ ସମେତ ଅନେକ ଗାଡ଼ି ନଦୀକୁ ଖସିପଡ଼ିଥିଲା। ଏହା ସହ ଗାଡ଼ି ଭିତରେ ଥିବା ଲୋକମାନେ ମଧ୍ୟ ପାଣିରେ ପଡ଼ିଯାଇଥିଲେ।

ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଓ ସରପଞ୍ଚ ପୁଲିସକୁ ଖବର ଦେବା ସହ ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ୬ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ୪ଜଣଙ୍କୁ ଖୋଜିବା ଜାରି ରହିଛି।




Related Articles

Leave a Reply

Your email address will not be published. Required fields are marked *

Back to top button