ସାବୁନ କିଣିବା ସମୟରେ ଏହି ସବୁ ବିଷୟ ପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦିଅନ୍ତୁ

ବିଶ୍ୱର ପ୍ରତିଟି ଝିଅ ନିଜ ତ୍ୱଚାର ଯତ୍ନ ନେବା ପାଇଁ ଉନ୍ନତରୁ ଉନ୍ନତ ଧରଣର ଜିନିଷ ବ୍ୟବହାର କରିବା ପସନ୍ଦ କରିଥାନ୍ତି । ଯେମିତିକି ତାଙ୍କ ତ୍ୱଚା ଅଧିକ ରୁ ଅଧିକ ସୁନ୍ଦର ଦେଖାଯିବା ସମସ୍ତଙ୍କ ଇଚ୍ଛା । କିନ୍ତୁ ଅନିୟମିତ ଜୀବନ ଶୈଳୀ, ମାତ୍ରାଧିକ ପ୍ରଦୂଷଣ ଅନେକଙ୍କ ତ୍ୱଚାକୁ ମଳିନ କରିଦେଉଛି । ଫଳରେ ତ୍ୱଚା ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇ ବସୁଛି | ଏହି ସବୁ ଅସୁବିଧା ମୁକ୍ତି ପାଇବା ପାଇଁ ନାମୀ ଦାମୀ ସ୍କିନ କେୟାର ପ୍ରଡକ୍ଟ ମାନ ବି ବ୍ୟବହାର କରିଥାନ୍ତି | ନାମୀ ଦାମୀ ପ୍ରଡକ୍ଟ ବ୍ୟବହାର କରୁଥିଲେ ବି ଆମେ ଜିନିଷ ଗୁଡିକର ଉପାଦେୟତା ବିଷୟରେ ଜାଣି ନଥାଉ । କିନ୍ତୁ ସ୍କିନ ଅନୁଯାୟୀ ହିଁ ଏହାର ବ୍ୟବହାର କରିବା ଜରୁରୀ । ପ୍ରତିଦିନ ସବୁଠୁ ଅଧିକ ବ୍ୟବହାରରେ ଆସିଥାଏ ସାବୁନ । କିନ୍ତୁ ଆମେ ଜାଣି ରଖିବା ଉଚିତ ହେବଯେ, ସବୁ ପ୍ରକାର ସାବୁନ ତ୍ୱଚା ପାଇଁ ଉପଯୁକ୍ତ ହୋଇନଥାଏ । ଅନେକ ସାବୁନ ଚେହେରାକୁ ନରମ କିମ୍ବା ଉଜ୍ଜ୍ୱଳ କରିବା ବଦଳରେ ଚେହେରାକୁ ଅଧିକ ରୁକ୍ଷ ଓ ଡ୍ରାଏ କରି ଦେଇଥାଏ ।
କାହିଁକି ସାବୁନ ହୋଇଥାଏ କ୍ଷତିକାରୀ?
ସାବୁନ ପ୍ରସ୍ତୁତି ବେଳେ ସାଧାରଣତଃ ଭେଜିଟେବଲ ଅଏଲ, ସୋଡିୟମ ହାଇଡ୍ରୋକ୍ସାଇଡ, ପୋଟାସିୟମ ହାଇଡ୍ରୋକ୍ସାଇଡ ପରି କେମିକାଲ ଗୁଡିକର ବ୍ୟବହାର କରାଯାଇଥାଏ । ଏହାକୁ ନିୟମିତ ବ୍ୟବହାର କରିବା ଫଳରେ ସ୍କିନର ପିଏଚ ସ୍ତର ୫.୬ ରୁ ୫.୮ ପର୍ଯ୍ୟନ୍ତ କମିଯାଇଥାଏ । ଏହା ସହ ଏଥିରେ ଥିବା ଡିଟରଜେଣ୍ଟ ସ୍କିଂନ ନମ ନୀୟତା ନଷ୍ଟ କରିଦେଇଥାଏ । ଏହା ସହ ସାବୁନରୁ ବାହାରୁଥିବା ଅତ୍ୟଧିକ ବାସ୍ନା ବି ତ୍ୱଚା ପାଇଁ କ୍ଷତିକାରୀ ହୋଇଥାଏ ।

ତେଣୁ କେଉଁ କେଉଁ ସାବୁନ ବ୍ୟବହାର କରିବା ଉଚିତ ସେ ନେଇ ବିଶେଷ ଧ୍ୟାନ ଦେବା ଉଚିତ:
– ବାସ୍ନା ଯୁକ୍ତ ସାବୁନରେ ଥିବା ଅତ୍ୟଧିକ କେମିକାଲ୍ସ ତ୍ୱଚାକୁ ସିନା ସଫା ରଖିଥାଏ । କିନ୍ତୁ ସ୍କିନର ନମନୀୟତା ହରାଇଥାଏ । ତେଣୁ ବାସ୍ନା କାରୀ ବଦଳରେ ଗ୍ଲିସେରିନ ଯୁକ୍ତ ସାବୁନ ବ୍ୟବହାର କରିବା ଉଚିତ । ଏଥିରେ ତ୍ୱଚାରେ ଚମକ ଆସିବା ସହିତ ଅଧିକ ଦିନ ଯାଏଁ ନରମ ବି ରହିବ ।
– ନିଜ ସ୍କିନ ଅନୁଯାୟୀ ହିଁ ସାବୁନ ବ୍ୟବହାର କରନ୍ତୁ ।
– ବାରମ୍ବାର ସାବୁନ ବଦଳାନ୍ତୁ ନାହିଁ ।
– ମୁହଁରେ କେବେ ବି ସାବୁନ ବ୍ୟବହାର କରନ୍ତୁ ନାହିଁ ।
– ସାବୁନ ସାବୁନ ପ୍ରୟୋଗ ପରେ ଯଥାଶୀଘ୍ର ପାଣିରେ ଧୋଇ ଦିଅନ୍ତୁ ।
– ନିଜ ସାବୁନ ଅନ୍ୟ କାହା ସହିତ ସେୟାର କରନ୍ତୁ ନାହିଁ ।



