ଦେଶ ବିଦେଶ

ଭୁଲରେ ବି ଏହି ୪ଟି ଜିନିଷ ସହ ସେବନ କରନ୍ତୁ ନାହିଁ ମହୁ, ନଚେତ୍. . .

ମହୁ ଖାଦ୍ୟର ସ୍ବାଦ ବଢାଇବା ସହ ଶରୀର ପାଇଁ ମଧ୍ୟ ଲାଭକାର ହୋଇଥାଏ। କିନ୍ତୁ ଆପଣମାନେ ଜାଣିଛନ୍ତି କି ଅନେକ ଜିନିଷରେ ମହୁର ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେବେ ଜାଣନ୍ତୁ କଣ ସେହି ଜିନିଷ ଯାହାକୁ କେବେବି ମହୁ ସହ ମିଶାଇ ଖାଇବା ଅନୁଚିତ।

-ମହୁକୁ କେବେ ଗରମ ଖାଦ୍ୟ ଜିନିଷ ସହ ମିଶାଇ ସେବନ କରନ୍ତୁ ନାହିଁ। କାରଣ ଏହା ଦ୍ବାରା ପେଟ ଖରାପ ହେବାସହ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ରୋଗର ସାମ୍ନା କରିବାକୁ ପଡ଼ିପାରେ।

-ଆପଣମାନେ ଅନେକ ଥର ଶୁଣିଥିବେ ଥଣ୍ଡା ହେବା ସମୟରେ ମହୁକୁ ଚା କିମ୍ବା କଫି ସହ ମିଶାଇ ଖାଇବା ପାଇଁ କୁହାଯାଇଥାଏ। କିନ୍ତୁ ଯଦି ଆପଣ ଏପରି କରୁତାନ୍ତି ତେବେ ତୁରନ୍ତ ଏହି ଅଭ୍ୟାସ ଛାଡନ୍ତୁ କାରଣ ଏପରି କରିବା ଦ୍ବାରା ଶରୀର ତାପମାତ୍ରା ଅଧିକ ହୋଇଯାଇଥାଏ।

-ଭୁଲରେ କେବେ ମଧ୍ୟ ମୂଳା ସହ ମହୁ ସେବନ କରନ୍ତୁ ନାହିଁ। କାରଣ ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ।

-ଏହା ବ୍ୟତୀତ ଶରୀରର ଓଜନ କମ କରିବା ପାଇଁ ଅତ୍ୟଧିକ ଗରମ ପାଣିରେ ମହୁ ମିଶାଇ ସେବନ କରିବା ଅନୁଚିତ। କାରଣ ଏହା ଦ୍ବାରା ପେଟ ସମ୍ବନ୍ଧୀୟ ଅନେକ ରୋଗ ହେବାର ଆଶଂକା ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button