ମନୋରଞ୍ଜନ

ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ସାମାନ୍ୟ ଆହତ ହୋଇଥିବା ସୂଚନା

ବଲିଉଡ୍ ଜଗତରୁ ଏକ ଖବର ସାମ୍ନାକୁ ଆସିଛି । ଗତକାଲି ମୁମ୍ବାଇରେ ଅଭିନେତ୍ରୀ ନୋରା ଫତେହି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା । ଦୁର୍ଘଟଣା ପରେ ଅଭିନେତ୍ରୀ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଏଥିସହ ସେଠାରେ ତାଙ୍କର ସିଟି ସ୍କାନ୍ ମଧ୍ୟ ହୋଇଥିଲା ।

ଅଭିନେତ୍ରୀ ଡେଭିଡ୍ ଗୁଏଟାଙ୍କ କନସର୍ଟରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଜଣେ ମଦ୍ୟପ ତାଙ୍କ କାର୍ ସହ ଧକ୍କା କରିଥିଲେ । ଯାହାଫଳରେ ଅଭିନେତ୍ରୀ ଆହତ ହୋଇଥିଲେ । ତାଙ୍କ ଟିମ୍ ନୋରାଙ୍କୁ ହସ୍ପିଟାଲକୁ ନେଇଥିଲେ । ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ନୋରାଙ୍କ ଦେହରେ ବିଶେଷ ଆଘାତ ଲାଗି ନଥିବାରୁ ସେ ତାଙ୍କ ପ୍ରଦର୍ଶନରେ ସାମିଲ ହୋଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button