ଦେଶ ବିଦେଶ

8 ଟି କଥା ସବୁବେଳେ ଗୁପ୍ତ ରଖିବେ, ନଚେତ ବହୁତ ପସ୍ତେଇବେ…

ପ୍ରାୟତଃ ମଣିଷ ଯାହା କରିବା କଥା ତାହା ନ କରି ଯାହା ନ କରିବା କଥା ତାହା କରି ଦେଇଥାଏ । ଯାହାକୁ ପ୍ରଶଂସା କରିବା କଥା ତାକୁ ପ୍ରଶଂସା କରେ ନାହିଁ । ଯାହା ନ କହିବା କଥା ତାହା କହି ଦେଇଥାଏ । ଅନ୍ୟର ପ୍ରଶଂସା କରିବା ସ୍ଥାନରେ ନିଜର ପ୍ରଶଂସା କରି ବୁଲେ, ଯାହାଫଳରେ ତାକୁ କେହି ପ୍ରଶଂସା କରନ୍ତି ନାହିଁ । ଯେଉ କଥା ଗୁଡିକୁ ଗୁପ୍ତ ରଖାଯିବା ଉଚିତ ତାହାକୁ ପରିପ୍ରକାଶ କରି ଦେଇଥାଏ । ଯେଉଁ କଥାକୁ ପରିପ୍ରକାଶ କରିବା କଥା ତାହାକୁ ଗୁପ୍ତ ରଖିଥାଏ ।

 

ସବୁବେଳେ ବିପରୀତ କାର୍ଯ୍ୟ କରିଥାଏ। ଏବଂ ଏହି କାରଣ ରୁ ହିଁ ମଣିଷ ଜୀବନରେ ଅନେକ ଅନେକ ସମସ୍ଯା ମାନ ଆସିଥାଏ । ବାର୍ତ୍ତାଳାପ ଏକ ଏପରି ଗୁଣ ଯାହାକୁ କି ମଣିଷ ଜୀବନର ଏକ ବିରାଟ କୌଶଳ ବୋଲି କୁହାଯାଇଛି । ଆପଣ ଯେତେ ସୁନ୍ଦର ଭାବରେ କଥା ବାର୍ତ୍ତା କରି ପାରିବେ , ଆପଣ ଜୀବନରେ ସେତେ ପ୍ରସିଦ୍ଧ ହୋଇ ପାରିବେ ।

ଆପଣ ଙ୍କର ଚିନ୍ତା ଧାରା  ଓ ଆପଣ ଙ୍କର ବାର୍ତ୍ତାଳାପ ମଣିଷ ଜୀବନର ଏକ ବିଶେଷ କଳା ଅଟେ । ବନ୍ଧୁଗଣ ମଣିଷ ଆଜି ଏକ ଏପରି ସମାଜରେ ରହୁଛି, ଯେଉଁଠାରେ ତାକୁ ପ୍ରତ୍ଯେକ ମୂହୁର୍ତ୍ତ ରେ ତାକୁ ମାପି ଚୁପି ଚାଲିବାକୁ ପଡିବ । ପ୍ରତ୍ଯେକ କଥାକୁ ଭାବି ଚିନ୍ତି କହିବାକୁ ପଡିବ ।

 

ପ୍ରଥମତଃ କେବେ ମଧ୍ୟ ନିଜର ଆର୍ଥିକ ସ୍ଥିତି କୁ ସମସ୍ତଙ୍କ ଆଗରେ ପରିପ୍ରକାଶ କରିବା ଠିକ ହୋଇ ନଥାଏ । ଦ୍ଵିତୟତଃ ନିଜର ପ୍ରେମ ଜୀବନ ବା ଅନ୍ତରଙ୍ଗ କାହାଣୀ ବିଷୟରେ କାହାକୁ କେବେ କୁହନ୍ତୁ ନାହିଁ । ତୃତୀୟରେ ବନ୍ଧୁଗଣ ଜୀବନରେ କରିବାକୁ ଚିନ୍ତା କରିଥିବା ଭବିଷ୍ୟତ ର ଯୋଜନା ବିଷୟରେ କାହା ଆଗରେ କୁହନ୍ତୁ ନାହିଁ । ଆପଣ ଯେତେବେଳେ ସଫଳତା ପ୍ରାପ୍ତ କରି ଦେବେ ସେତେବେଳେ ଲୋକ ନିଶ୍ଚୟ ଜାଣିଯିବେ ।

ଚତୁର୍ଥ ରେ ବନ୍ଧୁଗଣ ନିଜର ଭୁଲ ବା ନିଜର ଦୁର୍ବଳତା ବା ନିଜର ଦୁର୍ଗୁଣ କୁ ମଧ୍ୟ କାହା ଆଗରେ ଜୀବନରେ ପରିପ୍ରକାଶ କରନ୍ତୁ ନାହିଁ । ପଞ୍ଚମ ରେ ବନ୍ଧୁଗଣ ଜୀବନରେ ସମସ୍ତଙ୍କ ଘରେ କିଛି କିଛି ଅସୁବିଧା ଦେଖା ଦେଇଥାଏ । କିନ୍ତୁ ଏହି ପାରିବାରିକ ସମସ୍ଯା ବିଷୟରେ କାହା ଆଗରେ କୁହନ୍ତୁ ନାହିଁ ।

 

ଷଷ୍ଠ ରେ ବନ୍ଧୁଗଣ କୁହାଯାଇଥାଏ, ଦାନ ହେଉଛି ମହତ୍ବପୂର୍ଣ୍ଣ । ଯଦି ଆପଣ ଜୀବନରେ କାହାକୁ ଦାନ କରୁଛନ୍ତି ବା କିଛି ସୁକର୍ମ କରୁଛନ୍ତି, ତେବେ ଏହା କେବେ କାହାକୁ କରନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କୁ ତାର ଫଳ ପ୍ରାପ୍ତ ହୋଇନଥାଏ । ଯେତେବେଳେ କେହି କିଛି ଭଲ କାମ ଅକରେ ସେତେବେଳେ କେହି ଦେଖନ୍ତୁ ନା ନାହିଁ ଭଗବାନ ନିଶ୍ଚୟ ଦେଖନ୍ତି । ତେଣୁ କାହାକୁ କହିବା ଆବଶ୍ୟକ ନୁହେଁ ।  ବନ୍ଧୁଗଣ ସପ୍ତମ ରେ କେବେ ମଧ୍ୟ ନିଜର ବୟସ ଓ ନିଜର ବ୍ୟାଧି ସମ୍ବନ୍ଧ ରେ କାହାକୁ କୁହନ୍ତୁ ନାହିଁ ।

 

ଯେତେବେଳେ ଅତି ଆବଶ୍ୟକ ସେହି ସ୍ଥାନରେ ହିଁ କୁହନ୍ତୁ । ଶେଷରେ ବନ୍ଧୁଗଣ ନିଜର ପ୍ରଶଂସା ଓ ନିଜର ଅପମାନ ବିଷୟରେ କେବେ କାହା ଆଗରେ କୁହନ୍ତୁ ନାହିଁ । କାରଣ ବନ୍ଧୁଗଣ ଯଦି ଆପଣ ପ୍ରଶଂସା ର ପାତ୍ର ତେବେ ଆପଣଙ୍କୁ ଏହା କାହା ସମୀପରେ କହିବା ଦରକାର ନାହିଁ କାରଣ ସମୟ ଆସିଲେ ଏହା ସମସ୍ତେ ନିଜେ ନିଜେ ଜାଣି ଯିବେ । ବନ୍ଧୁଗଣ ଏହି କଥା ଗୁଡିକ ଅନ୍ୟର ଆଗରେ ପରି ପ୍ରକାଶ କରିବା ଦ୍ଵାର ଜୀବନ ଦୁଃଖରେ ପୂର୍ଣ୍ଣ ହୋଇଯାଇଥାଏ ।

କାରଣ ଆଜିର ସମୟରେ ଲୋକ ଆପଣ ଙ୍କର ସହାୟତା କରନ୍ତୁ ନା ନାହିଁ କିନ୍ତୁ ପରିହାସ ଆଗରେ ହେଉ ବା ପଛରେ ହେଉ ତାହାକୁ ଆଗ କରିବେ । ସେଥିପାଇଁ କୁହାଯାଏ ମଣିଷର ନିଜ ହାତରେ ହିଁ ନିଜ ଜୀବନର ସୁଖ ଓ ଦୁଃଖ ର ଚାବି ରଖିଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button