ଦେଶ ବିଦେଶ

ଆଜି ହିଁ ବନାଇ ଖାଆନ୍ତୁ ‘ଆପଲ ରାବିଡି’, ମିଳିବ ମିଠାର ନୂଆ ସ୍ୱାଦ

ସବୁଦିନ କିଛି ନୂଆ ନୂଆ ଡିସ୍‌ ଖାଇବାକୁ ଲୋକେ ଭଲ ପାଆନ୍ତି। ପିଲାମାନେ ମଧ୍ୟ ଗୋଟିଏ ପ୍ରକାର ଡିସ୍‌ ଖାଇ ଖାଇ ବୋର ହୋଇଯାଆନ୍ତି। ତେଣୁ ପିଲାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଦେବା ପାଇଁ ଆପଣ ସେମାନଙ୍କୁ ‘ଆପଲ ରାବିଡି’ ବନାଇ ଖୁଆଇ ପାରିବେ। ଏହା ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବାକ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କ୍ଷୀର- ୩କପ୍‌

ଚିନି – ୨ ଟେବୁଲ ଚାମଚ

ଆପଲ – ୩/୪ କପ୍‌ କୋରି ରଖିଥିବା

ସିଝା ବାଦାମ – ୩ ଟେବୁଲ ଚାମଚ

ଅଳେଇଚ ପାଉଡର – ୧/୨ କପ୍‌

ପ୍ରସ୍ତୁତି ପ୍ରଣାଳୀ

-ଏକ ନନଷ୍ଟିକ ତାଓ୍ଵା ଗରମ କରନ୍ତୁ। ଏଥିରେ କ୍ଷୀର ଢ଼ାଳି ମଧ୍ୟମ ଆଞ୍ଚରେ ୨୦ ରୁ ୨୫ ମିନିଟ୍‌ ଫୁଟାନ୍ତୁ। କ୍ଷୀର ଗାଢ଼ା ହେବା ପଯ୍ୟର୍ନ୍ତ ଫୁଟାନ୍ତୁ।

-ଚିନି ଏବଂ ସେଓ ମିଶାଇ ଚଲାନ୍ତୁ। ଏହାକୁ ଆଞ୍ଚରେ ୩ ରୁ ୪ ମିନିଟ୍‌ ପଯ୍ୟର୍ନ୍ତ ଫୁଟାନ୍ତୁ।

-ଏହାପରେ ଏଥିରେ ବାଦାମ ଏବଂ ଅଳେଇଚ ପାଉଡର ପକାଇ ଭଲଭାବେ ମିଶାନ୍ତୁ।

-ଏହାକୁ ଅତିକମରେ ୨ ଘଣ୍ଟା ପାଇଁ ଫ୍ରିଜରେ ରଖନ୍ତୁ ଏବଂ ଥଣ୍ଡା ହେବା ପରେ ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button