ଓଡିଶା

ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥିଲେ କଣ କରିବେ ? ଏହା ସହିତ ଆହୁରି ମଧ୍ୟ ପଢନ୍ତୁ 20+ Anuchinta

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ପ୍ରାୟତଃ ବହୁତ ମହତ୍ତ୍ୱ ରହିଛି।ଶାସ୍ତ୍ର ରେ କେତେକ ଅନୁଚିନ୍ତା ବିଷୟରେ ଲେଖାଯାଇଛି ଯାହା ଦ୍ୱାରା ଆମର ବହୁତ ଶୁଭ ହୋଇଥାଏ ଓ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିଥାଏ।ତେବେ ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ ଵିଷୟ ରେ-

୧.ଯଦି ଆପଣଙ୍କ ର ଶନି ଦଶା ପଡିଛି ତେବେ କାଉ କୁ ଖାଇବାକୁ ଦିଅନ୍ତୁ ଓ ଘୋଡା ର ନାଲ କୁ ଆଙ୍ଗୁଠି ରେ ପିନ୍ଧନ୍ତୁ ଏହା ଦ୍ବାରା ଆପଣଙ୍କର ମଙ୍ଗଳ ହେବ।
୨.ଘର ର ମୁଖ୍ୟ ଦ୍ୱାର ରେ କଣ୍ଟା ଯୁକ୍ତ ଗଛ କିମ୍ବା କୌଣସି ଭଙ୍ଗା ଜିନିଷ ରଖନ୍ତୁ ନାହିଁ।

୩.ମାଟି ସୁରେଇ ରେ ପାଣି ରଖି ତାକୁ ଘରର ଉତ୍ତର ପୂର୍ବ ଦିଗରେ ରଖିଲେ ବାସ୍ତୁ ସମସ୍ୟା ଦୂର ହୋଇଥାଏ।

୪.ସାତୋଟି ଦ୍ଵିତୀୟା ଚନ୍ଦ୍ର ଦର୍ଶନ କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

୫.ପୁରୁଷ ହୁଅନ୍ତୁ କିମ୍ବା ମହିଳା ନିଜର ବେକ କେବେ ଖାଲି ରଖନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇଥାଏ।

୬.ପ୍ରତିଦିନ ସକାଳେ ଦୁଇଟି ନିମ୍ବ ପତ୍ର ଖାଇବା ଦ୍ବାରା ମୁହଁ ର ଦାଗ ଲିଭି ଯାଇଥାଏ ଓ ତେଜ ବଢି ଥାଏ।

୭.ସକାଳୁ ଉଠି ବାସି ମୁହଁ ରେ ଏକ ଗ୍ଲାସ ପାଣି ପିଇବା ଦ୍ୱାରା ବହୁତ ମଙ୍ଗଳ ହୋଇଥାଏ।

୮.ପିତୃ ମାତୃ ଙ୍କର ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ କିମ୍ବା ଅନ୍ୟ କାହା ଘରେ ଖାଆନ୍ତୁ ନାହିଁ।

୯.ଭୂମି ଉପରେ ଆସନ ପାରି ବସିକରି ଖାଇଲେ ବହୁତ ମଙ୍ଗଳ ହୋଇଥାଏ।

୧୦.ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହେଉଥିଲେ ଦୁଇଟି ମୟୁର ପର କୁ ବିବାହ ଆଲବମ ରେ ରଖିଲେ ତାହା ଦୂର ହୋଇଥାଏ।

୧୧.ଗାଧୁଆ ଘରେ ଗାଧେଇବା ସମୟ ରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଧେଇବା ଉଚିତ ନୁହେଁ ଏହା ଦ୍ବାରା ପିତୃ ପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି।

୧୨.ସନ୍ଧ୍ୟା ସମୟ ରେ ଖାଇବା ,ଶୋଇବା ଓ ପାଠ ପଢିବା ଉଚିତ ହୋଇ ନ ଥାଏ।

୧୩.ସକାଳୁ ଉଠିବା ପରେ ନିଜ ମୁହଁ ଆଇନା ରେ ଦେଖନ୍ତୁ ନାହିଁ ପ୍ରଥମେ ଠାକୁର ଙ୍କୁ ଦର୍ଶନ କରନ୍ତୁ ଏହା ପରେ ନିଜ ମୁହଁ କୁ ଦେଖନ୍ତୁ।

୧୪.ଯଦି ପୁରୁଷ ଙ୍କର ଡାହାଣ ହାତ ପାପୁଲି ଓ ମହିଳା ଙ୍କର ବାମ ହାତ ପାପୁଲି କୁଣ୍ଡାଇ ହୋଇଥାଏ ତେବେ ତାଙ୍କୁ ଧନ ପ୍ରାପ୍ତି ହୋଇଥାଏ।

୧୫.ଦୋକାନ ଘରର ମୁଖ୍ୟ ଦ୍ୱାର ରେ ଲାଲ ରଙ୍ଗର ସ୍ୱସ୍ତିକ ଚିନ୍ହ ଆଙ୍କିଲେ ବହୁତ ଶୁଭ ହୋଇଥାଏ।

୧୬.ପୋଡି ଯାଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ କିମ୍ବା ନିଆଁ ପଡି ପୋଡି ଯାଇଥିବା ବସ୍ତ୍ର ମଧ୍ୟ ପରିଧାନ କରନ୍ତୁ ନାହିଁ।

୧୭.ମାଙ୍କଡ଼ ଘରେ ପଶିଲେ ଅର୍ଥ ହାନି ର ସୂଚନା ମିଳିଥାଏ, ସେଥିପାଇଁ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ।

୧୮.ଲୁଣ କୁ କାଚ ପାତ୍ର ରେ ରଖନ୍ତୁ ଓ ସେଥିରେ କିଛି ଲବଙ୍ଗ ପକାଇ ରଖନ୍ତୁ ଏହା ଦ୍ବାରା ଆର୍ଥିକ ସ୍ଥିତି ଭଲ ରହିଥାଏ।

୧୯.ଗର୍ଭବତୀ ମହିଳା ମାନେ ଗୀତା ପାଠ କଲେ ବହୁତ ମଙ୍ଗଳ ହୋଇଥାଏ।

୨୦.ପୂଜା ରେ ତମ୍ବା ବାସନ ବ୍ୟବହାର କରିବା ଉଚିତ ଓ ସୂର୍ଯ୍ୟ ପୂଜା ସମୟରେ ତମ୍ବା ମୁଦି ଟି ଏ ପିନ୍ଧିବା ଉଚିତ।

୨୧.ମହୁଫେଣା ବାଡ଼ି ରେ ଥିଲେ କେବେ ଭାଙ୍ଗନ୍ତୁ ନାହିଁ ଏହା ଅନେକ ଶୁଭ ଫଳ ଦେଇଥାଏ।

୨୨.ନିମ୍ବ ଗଛ କେବେ ମଧ୍ୟ କାଟନ୍ତୁ ନାହିଁ କିମ୍ବା ନିମ୍ବ କାଠ କେବେ ଜଳାନ୍ତୁ ନାହିଁ।

୨୩.ନଖ କିମ୍ବା ଦାଢ଼ି କେବେ ମଧ୍ୟ ଗାଧୁଆ ଘରେ କାଟନ୍ତୁ ନାହିଁ।

୨୪.ଶନିବାର ଦିନ ଲୁହା,ଚମଡା,ତେଲ, ଲୁଣ ଓ କୋଇଲା ଜାତୀୟ ଦ୍ରବ୍ୟ କିଣନ୍ତୁ ନାହିଁ।

୨୫.ରବିବାର ଦିନ ବେଲ ଗଛ କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ତେବେ ବନ୍ଧୁଗଣ ଆଶା କରୁଛି ଏହି ଅନୁଚିନ୍ତା ଗୁଡିକ ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button