ମନୋରଞ୍ଜନ

ପ୍ରସ୍ତୁତିରେ ଚଟାପଟ୍‌, ଖାଇବାରେ ସ୍ୱାଦିଷ୍ଟ ପାମ୍ପଡ ଚଟଣୀ

ଆପଣ ସମସ୍ତେ ପାମ୍ପଡ ତ ନିଶ୍ଚିତ ଭାବେ ଖାଇଥିବେ। ଘରେ ହେଉ କିମ୍ବା ହୋଟେଲ, ରେସ୍ଟୁରାଣ୍ଟରେ ଏହାକୁ ଆମେ ବିଭିନ୍ନ ଷ୍ଟାଇଲରେ ଖାଇଥାଉ। କିନ୍ତୁ ପାମ୍ପଡରେ ଚଟଣୀ ପ୍ରସ୍ତୁତ ହେବା କଥା କେବେ ବି ଶୁଣିନଥିବେ ? ଏହା ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ବହୁତ କମ୍‌ ସମୟ ଲାଗିଥାଏ।

ଆବଶ୍ୟକୀୟ ସାମଗ୍ରୀ :

୪ଟି ମୁଗ ଡାଲି ପାମ୍ପଡ,

ଗୋଟେ ଚାମଚ ଜିରା,

୧/୪ ଚାମଚ ଲଙ୍କା ପାଉଡର

୧/୪ ଚାଟ୍‌ ମସଲା

୧ ଚାମଚ ତେଲ

ଲୁଣ ସ୍ୱାଦୁନୁସାରେ

ପ୍ରସ୍ତୁତି ପ୍ରଣାଳୀ :

ପାମ୍ପଡ ଚଟଣୀ କରିବାକୁ ହେଲେ ପ୍ରଥମେ ପାମ୍ପଡକୁ ଗ୍ୟାସ୍‌ରେ ଭଲଭାବେ ସେକି ଦିଅନ୍ତୁ। ଏହାପରେ ପାମ୍ପଡକୁ ଗୁଣ୍ଡ କରି ଏକ ପ୍ଲେଟରେ ରଖିଦିଅନ୍ତୁ। ଏହାପରେ ଗ୍ୟାସରେ ଅଳ୍ପ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ ହେବା ପରେ ଏଥିରେ ଜିରା ପକାନ୍ତୁ, ଜିରା ଫୁଟିଗଲା ପରେ ଏଥିରେ ଗୁଣ୍ଡ କରି ରଖିଥିବା ପାମ୍ପଡକୁ ପକାଇ ଏଥିରେ ଲଙ୍କା ପାଉଡର, ଚାଟ ମସଲା, ଲୁଣ ପକାଇ ଘାଣ୍ଟିଦିଅନ୍ତୁ। ଗୋଟେ ମିନିଟ ପର୍ଯ୍ୟନ୍ତ ଏହାକୁ ଘୋଡାଇ ଛାଡିଦିଅନ୍ତୁ। ଏବେ ଏହାକୁ ଗ୍ୟାସରୁ ଓହ୍ଲାଇ ପ୍ଲେଟରେ କାଢି ଗରମ ଗରମ ପରଷନ୍ତୁ। ଏହାକୁ ରୁଟି ସହିତ ଗରମ ଗରମ ଖାଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button