ମିଠା ଖାଇଲେ ହୋଇନଥାଏ ଡାଇବେଟିସ୍ ବରଂ ଏହି ୫ଟି ଖରାପ ଅଭ୍ୟାସ କାରଣରୁ ଡାଇବେଟିସ୍ ହୋଇଥାଏ, ଆଜି ହିଁ ଛାଡନ୍ତୁ

ଡାଇବେଟିସ୍ ହେଉଛି ୨ ପ୍ରକାରର। ଟାଇପ-A ଓ ଟାଇପ-B। ଯେତେବେଳେ ଶରୀରର ପ୍ରତିରୋଧକ ତନ୍ତ୍ର ଇନ୍ସୁଲିନ୍ ସୃଷ୍ଟି କରୁଥିବା କୋଷିକାଗୁଡ଼ିକୁ ନଷ୍ଟ କରିଦିଏ, ତାହାକୁ ଟାଇପ-A ଡାଇବେଟିସ୍ କୁହାଯାଏ। ଆଉ ଯେତେବେଳେ ଶରୀର ଇନ୍ସୁଲିନ୍ ସୃଷ୍ଟି କରିବାରେ ଅକ୍ଷମ ହୋଇଯାଏ, ତାହାକୁ ଟାଇପ-B ଡାଇବେଇସ୍ କୁହାଯାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁଇଟି ଯାକ ଡାଇବେଟିସ୍ର ମିଠାଖାଇବା ସହ କୌଣସି ସମ୍ପର୍କ ନାହିଁ।
ମଧୁମେହ ରୋଗ ମିଠା ଖାଇବା ଯୋଗୁଁ ନୁହେଁ ବରଂ ମୋଟାପଣ ହେତୁ ହୋଇଥାଏ। ଅଧିକ ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ। ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ବଢ଼ିଥାଏ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଅତିକମ୍ ରେ ୬ ରୁ ୮ ଘଣ୍ଟା ଶୋଇବ ଦରକାର। ଯେଉଁ ଲୋକମାନେ ଠିକ ଭାବରେ ଶୋଇ ପାରନ୍ତି ନାହିଁ, ଅନିଦ୍ରା ରହି କାମ କରନ୍ତି କିମ୍ବା ବିଳମ୍ବରେ ଶୋଇ ଶୀଘ୍ର ଉଠିଯାନ୍ତି, ସେମାନଙ୍କ ପାଖରେ ଏହି ରୋଗ ଦେଖା ଯାଇଥାଏ।
ଆପଣ ଯଦି ଆବଶ୍ୟକତା ଠାରୁ ଅଧିକ ସମୟ ଅବସାଦଗ୍ରସ୍ତ ରହିବେ ତେବେ ଶରୀରରେ ସର୍କରା ସ୍ତର ବଢ଼ି ଯାଇଥାଏ ଏବଂ ଅବସାଦ ରହିବା ଫଳରେ ଆପଣ କୌଣସି ଗୋଟିଏ କଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ ନିଶ୍ଚିତ ଭାବରେ, ତେବେ ଆପଣ ଖୁବ୍ ଶୀଘ୍ର ଏହି ରୋଗରେ ପଡ଼ିବାକୁ ଯାଉଛନ୍ତି ବୋଲି ଜାଣି ନିଅନ୍ତୁ। ଯେଉଁ ଲୋକମାନେ ଅତ୍ୟଧିକ ସମୟ ଗୋଟିଏ ନିର୍ଦ୍ଧିଷ୍ଟ ଜାଗାରେ ବସି କାମ କରନ୍ତି ବା ଅଫିସରେ ଚେୟାରରେ ବସି କାମ କରିନ୍ତି କିନ୍ତୁ ବ୍ୟାୟାମ କରନ୍ତି ନାହିଁ। ସେମାନଙ୍କଠାରେ ଏହି ରୋଗ ଦେଖାଯିବାର ଆଶଙ୍କା ୮୦ ପ୍ରତିଶତ ରହିଥାଏ।
ନେକ ଲୋକଙ୍କର ଭ୍ରାନ୍ତ ଧାରଣା ଥାଏ ଯେ, ଡାଇବେଟିସ୍ ରୋଗୀ ଆଦୌ ମିଠା ଖାଇବା ଉଚିତ ନୁହେଁ। କିନ୍ତୁ ଏପରି ନୁହେଁ। ଯଦି ଆପଣଙ୍କୁ ଡାଇବେଟିସ୍ ଆରମ୍ଭ ମାତ୍ର ହୋଇଛି, ତା’ହେଲେ ଏକ ସନ୍ତୁଳିତ ଆହାରରେ ମିଠା ରହିବା ଜରୁରୀ। ଏହାଦ୍ୱାରା ସୁଗାର ଜନିତ ରୋଗ ସହିତ ଲଢ଼ିବାକୁ ସାହାଯ୍ୟ ମିଳିଥାଏ। କିନ୍ତୁ ଏହା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରି ନେବା ଉଚିତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ ଜଣେ ସୁସ୍ଥ ଲୋକ ପ୍ରତିଦିନ ୬ ଚାମଚ ଚିନି ଖାଇଲେ ଶରୀରର କୌଣସି କ୍ଷତି ହୋଇ ନଥାଏ।



