ଦେଶ ବିଦେଶ

ଏବେ ଆଉ ଘଣ୍ଟେ ଅପେକ୍ଷା କରିବାକୁ ପଡିବନି ଦୋଷା ଖାଇବାକୁ, ମିନିଟ ମଧ୍ୟରେ ପ୍ରସ୍ତୁତ କରନ୍ତୁ କ୍ରିସପି ଦୋଷା

ଆପଣ ସବୁବେଳ ଦେଖିଥିବେ ଯେ ଘରେ ଏଥିପାଇଁ ଦୋଷା ହୋଇନଥାଏ କାରଣ ଏହା ପାଇଁ ଆମକୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥାଏ। ଏହାକୁ ତିଆରି କରିବା ପାଇଁ ବହୁତ ସମୟ ପର୍ଯ୍ୟନ୍ତ ତାର ଘୋଳ ତିଆରି କରିବାକୁ ପଡିଥାଏ। କିନ୍ତୁ ଏବେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ କାରଣ ଆଜି ଆମେ ଆପଣଙ୍କୁ କ୍ରିସପି ଦୋଷା ବନାଇବାର ରେସିପି ନେଇ ଆସିଛୁ। ଯାହା ସାହାଯ୍ୟରେ ଆପଣଙ୍କର ଦୋଷା ଖାଇବାର ଇଚ୍ଛା ମିନିଟ ମଧ୍ୟରେ ପୂରା ହେବ। ତେବେ ଆସନ୍ତୁ ଜାଣିବା ଏହାର ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

-ଏକ କପ୍ ସୁଜି

-୨ କପ୍ ଚାଉଳ ଗୁଣ୍ଡ

-ଲୁଣ ସ୍ବାଦାନୁସାରେ

-ଗୋଟିଏ ଚାମଚ ଲାଲ ଲଙ୍କା ପାଉଡର

-ଆବଶ୍ୟକ ଅନୁସାରେ ପାଣି

-ଏକ ଚାମଚ ତେଲ

dosa recipeପ୍ରସ୍ତୁତି ପ୍ରଣାଳୀ

-ସୁଜି ଏବଂ ଚାଉଳର ଗୁଣ୍ଡରେ ଲୁଣ ଏବଂ ଲାଲ ଲଙ୍କା ପାଉଡର ମିଶାଇ ଭଲଭାବେ ଗୋଳାଇ ଘୋଳ ପ୍ରସ୍ତୁତ କରନ୍ତୁ।
ଧୀମା ଆଞ୍ଚରେ ଗୋଟିଏ ନନ୍ ଷ୍ଟିକ୍ ପ୍ୟାନ ରଖନ୍ତୁ ଏବଂ ଏଥିରେ ତେଲର କିଛି ବୁନ୍ଦା ପକାନ୍ତୁ।

-ତେଲ ଗରମ ହେବା ପରେ ଏକ ଛୋଟ ପାତ୍ରରେ ଘୋଳକୁ ପକାଇ ଚାରି ଆଡକୁ ମେଲାଇ ଦିଅନ୍ତୁ। ଏବେ ତାକୁ ୨-୩ ମିନିଟ ପର‌୍ୟ୍ୟନ୍ତ ଢ଼ାଙ୍କି ରଖନ୍ତୁ।

-କିଛି ସମୟ ପରେ ଢ଼ାଙ୍କଣା ବାହାର କରି ଦୋଷାକୁ ଓଲଟାଇ ଦିଅନ୍ତୁ। ଦୁଇ ପାଖକ ଭଲଭାବେ ସେକି ଦିଅନ୍ତୁ।

-ଏବେ ଗୋଟିଏ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର କ୍ରିସପି ଦୋଷା ପ୍ରସ୍ତୁତ ହୋଇଯାଇଛି।

-ଏହାକୁ ନଡିଆ କିମ୍ବା ଟମାଟୋ ଚଟଣୀ ସହିତ ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button