ଦେଶ ବିଦେଶ

ନାସପାତିର ଏହି ଫାଇଦା ଜାଣିଲେ ଆଜିଠାରୁ ହିଁ ଆରମ୍ଭ କରିବେ ଖାଇବା

ଗରମ ଦିନେ ନାସପାତି ଶରୀର ପାଇଁ ଲାଭକାରୀ ହେବା ସହ ସ୍ବାଦିଷ୍ଟ ହୋଇଥାଏ। ଏଥିରେ ଥିବା ଭିଟାମିନ, ମିନେରାଲସ ଏବଂ ଅନ୍ୟ ପୋଷକ ତତ୍ତ୍ବ ଶରୀରରେ ରକ୍ତର ଅଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏବଂ ଏଥିସହ ଶରୀରର ହାଡଗୁଡିକୁ ମଧ୍ୟ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ ତ୍ବଚା ଜନିତ ସମସ୍ୟା ପାଇଁ ମଧ୍ୟ ନାସପତି ବ୍ୟବହାର କରାଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ନାସପାତିର ଅନେକ ଜବରଦସ୍ତ ଫାଇଦା ବିଷୟରେ।

ସ୍ବାସ୍ଥ୍ୟ ପାଇଁ ଲାଭକାରୀ ନାସପାତି

naspati-ନାସପାତିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ, ଯାହା ଶରୀରରେ ହିମଗ୍ଲୋବିନର ସ୍ତର ବଢାଇବାରେ ସାହାଯ୍ୟ କରିଥାଏ। ଯେଉଁ ଲୋକମାନେ ଏନିମିୟା ରୋଗର ସିକାର ହୋଇଥାନ୍ତି ସେହି ବ୍ୟକ୍ତିମାନେ ପ୍ରତ୍ୟେକ ଦିନ ଗୋଟିଏ ନାସପାତି ଖାଇବା ଉଚିତ। ଆପଣ ଚାହିଁଲେ ଏହାର ଜୁସ୍ ପ୍ରସ୍ତୁତ କରି ମଧ୍ୟ ସେବନ କରିପାରିବେ।

-ପ୍ରତ୍ୟେକ ଦିନ ଗୋଟିଏ ନାସପାତି ଖାଇବା ଦ୍ବାରା ମାଂସପେଶୀ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

-ଯଦି ଆପଣ ଦିଜର ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଏହି ଫଳକୁ ଡାଇଟରେ ନିଶ୍ଚୟ ସାାମିଲ କରନ୍ତୁ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା ଭୋକକୁ କଣ୍ଟ୍ରୋଲରେ ରଖିଥାଏ। ଏଥିସହ ନାସପାତି ମେଟାବଲିଜିୟମକୁ ବୁଷ୍ଟ କରି ଓଜନ କମ କରିବାରେ ସାହାଯ୍ୟ କରିଥାଏ।

ତ୍ବଚା ପାଇଁ ଲାଭକାରୀ ହୋଇଥାଏ

green face mask-ନାସପାତିରେ ଗ୍ଲିସରୀନ କିଛି ବୁନ୍ଦା ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ବଚାରେ ଲଗାଇ ୨୦ ମିନିଟ ରଖିବା ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ତ୍ବଚା କୋମଳ ହୋଇଥାଏ।

-ବ୍ରଣ ଜନିତ ସମସ୍ୟା ପାଇଁ ମଧ୍ୟ ନାସପାତି ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏବଂ ମିନେରାଲ୍ସ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ବ୍ରଣ ଜନିତ ସମସ୍ୟା ଦୂର କରିବା ସହ ତ୍ବଚାରେ ସଂକ୍ରମଣ ଏବଂ ଦାଗ ଦୂର କରିବାରେ ଲାଭକାରୀ ହୋଇଥାଏ।

-ନାସପାତିରେ ମହୁ ମିଶାଇ ଏହାକୁ ୧୦ ରୁ ୧୫ ମିନିଟ ପର‌୍ୟ୍ୟନ୍ତ ତ୍ବଚାରେ ଲଗାଇ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ୨ ରୁ ୩ ଥର ବ୍ୟବହାର କରିବା ଦ୍ବାରା ତ୍ବଚାରୁ ତେଲିଆ ପଣ ଦୂର ହୋଇଥାଏ।

-ନାସପାତି ଫେଶପ୍ୟାକ ମଧ୍ୟ ତ୍ବଚାକୁ ସତେଜ ରଖିବା ପାଇଁ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ ସି, ଫ୍ଲେବୋନାଇଡ ଭଳି ଆଣ୍ଟିଅକ୍ସିଡେଣ୍ଟ କମ୍ପାଉଣ୍ଡ ରହିଥାଏ, ଯାହା ଫ୍ରି ରେଡିକଲ୍ସକୁ ନିୟନ୍ତ୍ରିତ କରିଥାଏ। ଏହି ଫେଶପ୍ୟାକ ବ୍ୟବହାର କରିବା ଦ୍ବାରା ତ୍ବଚା ଦୀର୍ଘ ଦିନ ଧରି ସତେଜ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button