ଜୀବନଶୈଳୀ

ଝିଅର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଚାହାନ୍ତି ତେବେ ଏହି ୪ଟି କଥା ଜାଣି ରଖନ୍ତୁ, ଟଙ୍କା ବି ବଞ୍ଚିବ ଓ ଇନକମ ଟ୍ୟାକ୍ସ ଚିନ୍ତା ମଧ୍ୟ ରହିବ ନାହିଁ

ସମସ୍ତେ ନିଜ ଝିଅ ଭବିଷ୍ୟତ ବିତୀୟ ରୂପରେ ସୁରଖିତ କରିବା ପାଇଁ ଚାହାନ୍ତି, କେନ୍ଦ୍ର ସରକାର ଏହା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଛନ୍ତି, ଯାହା ବର୍ତମାନ ସମୟରେ ୭.୬% ଦର ବ୍ୟାଜ ମିଳିଥାଏ, ଏହା କେନ୍ଦ୍ର ସରକାର ଦ୍ଵାରା କରା ଯାଇଥିବା ସ୍ମଲ ଇନଭେଷମେଣ୍ଟ ସ୍କିମ ମଧ୍ୟରୁ ଗୋଟେ ଅଟେ । ଏହା ଛଡା କେନ୍ଦ୍ର ସରକାର ଟଙ୍କା ବଞ୍ଚେଇବା ପାଇଁ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ପୋସ୍ତ ଅଫିସ ମାସିକ ଇନକମ ସ୍କିମ ଏକାଉଣ୍ଟ, ୫ ବର୍ଷ ପୋସ୍ତ ଅଫିସ ଋକଋଂ ଡିପୋଜିଟ ଏକାଉଣ୍ଟ, ସିନିଅର ସୀଟିଜନ ସେଭିଙ୍ଗ ସ୍କିମ, ନେଶନାଲ ସେଭିଙ୍ଗ ସର୍ଟିଫିକେଟ, ପୋସ୍ତ ଅଫିସ ସେଭିଙ୍ଗ ଏକାଉଣ୍ଟ, କିଶାନ ବିକାଶ ପତ୍ର ଏବଂ ପୋସ୍ତ ଅଫିସ ଟାଇମ ଡିପୋଜିଟ ଭଳି କେତେ ଉପାୟ ଅଛି ।

ସୁକନ୍ୟା ସମୃଦ୍ଧି ଯୋଜନା ଲାଭ ପ୍ରାପ୍ତ କରିବା ପାଇଁ ଝିଅ ବୟସ ୧୦ ବର୍ଷ ଠାରୁ କମ ହବା ଉଚିତ, ଏଥିରେ ସବୁଠାରୁ କମ ୧୦୦୦ ଟଙ୍କା ଏବଂ ସବୁଠାରୁ ଆଦିକ ୧.୫ ଲକ୍ଷ ଟଙ୍କା ଜମା କର ଯାଇପାରିବ, ଏଥିରେ ପ୍ରାପ୍ତ ହୋଇଥିବା ବ୍ୟାଜ ଦର କେନ୍ଦ୍ର ସରକାର ସବୁ ତିନି ମାସରେ ରିଭାଇଜ କରା ଯିବ । ଏହି ଯୋଜନା ବିଶେଷ ଲାଭ ଏହା ଅଟେ ଯେ ଏଥିରେ ନିବେଶ ଉପରେ ଟ୍ୟାକ୍ସ ଦବାକୁ ପଡେ ନାହିଁ, ଏମିତି ରେ ଆପଣ ନିଜ ଝିଅ ଭବିଷ୍ୟତ ପାଇଁ କିଛି ଟଙ୍କା ସୁରକ୍ଷିତ ରଖି ପାରିବେ । ତେବେ ଆସନ୍ତୁ ଏହି ୩ଟି ସ୍କିମ ବିଷୟରେ ଜାଣିବା :

୧. ବର୍ତମାନ ରେ ସୁକନ୍ୟା ସମୃଦ୍ଧି ଯୋଜନା ରେ ନିବେଶ ଉପରେ ବର୍ଷରେ ୭.୬% ଦର ବ୍ୟାଜ ପ୍ରାପ୍ତ ହେଉଛି, ସରକାର ପ୍ରତିବର୍ଷ ବ୍ୟାଜ ଦର ଘୋଷଣା କରିଥାଏ, ଯାହା ବର୍ଷର କମ୍ପାଉଣ୍ଡ ହୋଇଥାଏ ।

୨. ଏହି ସ୍କିମରେ ନିବେଶ ମେଚ୍ଯୋରୀଟି ୨୧ ବର୍ଷ ର ହୋଇଥାଏ, ଝିଅ ବିବାହ ପାଇଁ ଏହି ସ୍କିମ ରେ ନିବେଶ କରା ଯାଇଥିବା ରାଶି ବାହାର କରିପାରିବେ । ଏହି କଥା ଧ୍ୟାନ ରଖିବା ଉଚିତ ଯେ ଯେଉଁ ଝିଅ ନାରେ ଏକାଉଣ୍ଟ ଅଛି ସେହି ଝିଅ ବୟସ ବିବାହ ବେଳକୁ ଅତି କମରୁ ୧୮ ବର୍ଷ ହବା ଦରକାର ଅଟେ । ତେବେ ଝିଅକୁ ଉଚ୍ଚ ଶିକ୍ଷା ପାଇଁ ଟଙ୍କା ଆବଶ୍ୟକ ପଡିଲେ ୧୮ ବର୍ଷ ହେଲା ପରେ ଆପଣ କିଛି ଟଙ୍କା ବାହାର କରି ପାରିବେ ।

୩. ଏକାଉଣ୍ଟ ମ୍ୟାଚୋର ହେଲା ପରେ ଆପଣ ଏହି ଟଙ୍କା ଉଠାଇ ନିଜ ଝିଅ ପାଇଁ ଖର୍ଚ କରି ପାରିବେ । ଏହି ଏକାଉଣ୍ଟ ଯାହା ନାମରେ ଥିବ କେବଳ ସେହି ଝିଅ ନାମରେ ମ୍ୟାଚୋରୀଟି ହେଲା ପରତେ ବ୍ୟାଜ ସହ ସବୁ ରାଶି ଜମା କରା ଯାଏ ।

୪. ଟିକସ ଛାଡ କ୍ଷେତ୍ରରେ ମଧ୍ୟ ଏହି ଯୋଜନା ସର୍ବୋତ୍ତମ ଯୋଜନା ଅଟେ । ଆୟକର ଅଧିନିୟମର ଧାରା 80C ଅନୁଯାୟୀ, ଏହି ଯୋଜନାରେ କରାଯାଇଥିବା ବିନିଯୋଗ ଉପରେ କୌଣସି ଟିକସ ପ୍ରଦାନ କରାଯିବ ନାହିଁ । ସୁଧ ଉପରେ ମଧ୍ୟ ପ୍ରତ୍ୟାହାର ସମୟରେ କୌଣସି ଟିକସ ପ୍ରଦାନ କରାଯାଏ ନାହିଁ । ଏହି ସ୍କିମ୍ ଅର୍ଜିତ ସୁଧ, ଅବଦାନ ଏବଂ ପ୍ରତ୍ୟାହାର ସମୟ ଉପରେ ଟିକସ ସୁବିଧା ମଧ୍ୟ ପ୍ରଦାନ କରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button