ବିଚାର

ଅରୁଣ ଜେଟଲୀଙ୍କ ଉପରେ ରାଖୀ ସାବନ୍ତ କଲେ ବିବାଦିତ ପୋସ୍ଟ, ୟୁଜରମାନେ ରାଗିକି କହିଲେ କି – ‘କିଛି ତ ଲାଜ କର…’

ପୂର୍ବ ମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟ ବର୍ତ୍ତମାନ ସମୟରେ ବହୁତ ଖରାପ ଅଛି । ଯେଉଁ କାରଣରୁ ତାଙ୍କୁ ଦିଲ୍ଲୀର ଏମ୍ସର ଆଈସୀୟୁରେ ଭର୍ତୀ କରାଯାଇଛି ଓ ଅରୁଣ ଜେଟଲୀ ଠିକ ହୋଇ ଯାଆନ୍ତୁ ବୋଲି ପୁରା ଦେଶ ପ୍ରାର୍ଥନା ବି କରୁଛି । କିନ୍ତୁ ଏହା ମଧ୍ୟରେ ରାଖୀ ସାବନ୍ତ ବିବାଦିତ ବୟାନ ଦେଇଛନ୍ତି । ଡ୍ରାମା କୁଇନ ରାଖୀ ସାବନ୍ତ ଅରୁଣ ଜେଟଲୀକୁ ନେଇ ଏକ ଏମିତି ପୋସ୍ଟ କରିଦେଲେ କି, ଯାହା ପରେ ତାଙ୍କୁ ବହୁତ ଟ୍ରୋଲ କରାଯାଉଛି । ଏତିକି ନୁହେଁ, ରାଖୀ ସାବନ୍ତଙ୍କର ଏହି ପୋସ୍ଟ ପରେ ୟୁଜରମାନେ ତାଙ୍କୁ ବହୁତ ଗାଳି ବି ଦେଲେ ।

ରାଖୀ ସାବନ୍ତ ପୋଷ୍ଟ କାଲେ ମିଛ

ପ୍ରାୟତଃ ନିଜ ବୟାନକୁ ନେଇ ବିବାଦରେ ରହୁଥିବା ରାଖୀ ସାବନ୍ତ ବର୍ତ୍ତମାନ ହିଁ ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟକୁ ନେଇ ବଡ ବୟାନ ଦେଇ ଏକ ପୋସ୍ଟ କରିଲେ, ଯେଉଁଥିରେ ସେ ତାଙ୍କୁ ସ୍ଵର୍ଗବାସୀ ଘୋଷିତ କରିଦେଲେ । ରାଖୀ ସାବନ୍ତ ନିଜ ପୋସ୍ଟରେ ଲେଖିଥିଲେ କି ଅରୁଣ ଜେଟଲୀ ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି । ତାଙ୍କର ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ । ଯାହା ପରେ ବିବାବ ଆରମ୍ଭ ହୋଇଗଲା । ଏହା ପରେ ୟୁଜରମାନେ ରାଖୀ ସାବନ୍ତଙ୍କର ବିରୋଧ କରିଲେ ଓ ପରିମାଣସ୍ୱରୂପ ତାଙ୍କୁ ନିଜର ପୋସ୍ଟ ଡିଲୀଟ କରିବାକୁ ପଡିଲା ।

ୟୁଜରମାନେ ନେଲେ ରାଖୀଙ୍କର କ୍ଳାସ

ରାଖୀ ସାବନ୍ତଙ୍କ ଦ୍ଵାରା ମିଛ କହିବା ଉପରେ ୟୁଜର ମାନେ ତାଙ୍କର କ୍ଳାସ ନେଇ କହିଲେ କି ଲଜ୍ୟା କର…. ଅରୁଣ ଜେଟଲୀ ବର୍ତ୍ତମାନ ହସ୍ପିଟାଲରେ ଏଡମିଟ ଅଛନ୍ତି ଓ ତାଙ୍କର ଚିକିସ୍ଛା ଚାଲିଛି । ସଠିକ ଖବରକୁ ଫଲୋ କର ଓ ମିଛରୁ ଦୂରେଇ ରୁହ । ଏହା ସହିତ ଜଣେ ୟୁଜର କହିଲେ କି ତୁମ ଠାରୁ ଏହିଭଳି ହିଁ କଥା ଆଶା କରାଯାଇ ପାରିବ ।

ୟୁଜରମାନଙ୍କର ରାଗ ଦେଖି ରାଖୀ ସାବନ୍ତ ସଙ୍ଗେ ସଙ୍ଗେ ନିଜର ପୋସ୍ଟ ଡିଲୀଟ କରିଦେଲେ, କିନ୍ତୁ ସେହି ଟ୍ଵିଟର ସ୍କ୍ରୀନଶଟ ବହୁତ ଭାଇରାଲ ହେଉଛି । ଏହା ଛଡା ରାଖୀ ସବନ୍ତ ନିଜ ପୋସ୍ଟ ପାଇଁ କ୍ଷମା ବି ମାଗିଲେ ନାହିଁ କେବଳ ଡିଲୀଟ କରିଦେଲେ ।

ଏନଆରଆଈ ସହ କରିଲେ ବିବାହ

ଅରୁଣ ଜେଟଲୀ ଉପରେ କରିଥିବା ବିବାଦିତ ଟିପ୍ପଣୀ ଛଡା ରାଖୀ ସାବନ୍ତ ବର୍ତ୍ତମାନ ନିଜର ବିବାହକୁ ନେଇ ବି ବହୁତ ଚର୍ଚାରେ ଅଛନ୍ତି । ବର୍ତ୍ତମାନ ହିଁ ରାଖୀ ସାବନ୍ତ ନିଜର ବିବାହର କିଛି ଫଟୋ ବି ଶେୟାର କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button