ନୀତି

ରାତିସାରା ଅଇଁଠା ବାସନ ରଖୁଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ, ନଚେତ ଭୋଗିପାରନ୍ତି ଦୁର୍ଦ୍ଦଶା

ଅଇଁଠା ବାସନକୁ ରାତିସାରା ରଖିବା ଉଚିତ ନୁହେଁ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ମନା କରିବାର କାରଣ ଜଣାଇବାକୁ ଯାଉଛୁ। ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଘରର ବାସନ ସହିତ ପରିବାରଙ୍କ ସଦସ୍ୟଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଥାଏ। ବାସ୍ତୁରେ କୁହାଯାଇଛି ଘରେ ରାତିରେ ଅଇଁଠା ବାସନକୁ ରାତିସାରା ନ ଧୋଇ ରଖିଲେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ।

ଏହି କାରଣରୁ ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ କଥା କଥାରେ ଝଗଡା ହୋଇଥାଏ। ପରିବାରର ସଦସ୍ୟ ସୁଖ-ଶାନ୍ତିରେ ରହିପାରନ୍ତି ନାହିଁ। ରାତିସାରା ଅଇଁଠା ବାସନ ନ ଧୋଇ ରଖିଲେ ଘରେ ରହିଥିବା ସକାରାତ୍ମକ ଶକ୍ତି ମଧ୍ୟ ସମାପ୍ତ ହେବାକୁ ଲାଗିଥାଏ। ଏମିତିରେ ଘରର ପରିବେଷ ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇଯାଇଥାଏ।

basanମାତା ଲକ୍ଷ୍ମୀ ସଫା-ସୁତୁରା ଘରେ ହିଁ ବାସ କରିଥାନ୍ତି। କୁହାଯାଏ ଯେ ଯେଉଁ ଘରେ ଅଳିଆ-ଆବର୍ଜନା ରହିଥାଏ ସେହି ଘରକୁ ଲକ୍ଷ୍ମୀ କେବେ ଆସନ୍ତି ନାହିଁ। ଏମିତିରେ ରାତିରେ ଯଦି ଅଇଁଠା ବାସନ ରଖାଯାଏ, ତାହା ଘରର ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରଭାବ ପକାଇଥାଏ। କୁହାଯାଏ ଯେ ଏହାଦ୍ବାରା ଘରର ଆୟ ସୂତ୍ରରେ ଅଭାବ ଦେଖାଯାଇଥାଏ।

 

ବେପାରରେ ମଧ୍ୟ ଅବନତି ଦେଖାଦେଇଥାଏ। ଏହାଛଡା ବ୍ୟକ୍ତିଙ୍କର ତାଙ୍କ ନୂଆ ପ୍ରୟାସରେ ସଫଳତା ମିଳିବାର ସମ୍ଭାବନା କମି ଯାଇଥାଏ। କୁହାଯାଏ ଯେ ଏହି କାରଣରୁ ବ୍ୟକ୍ତିଙ୍କୁ ଆର୍ଥିକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ।

utensilବୈଜ୍ଞାନିକ ଦ୍ରୁଷ୍ଟିକୋଣରୁ ମଧ୍ୟ କୁହାଯାଏ ଯେ ଘରେ ରାତିସାରା ଅଇଁଠା ବାସନ ରଖିବା ଉଚିତ ନୁହେଁ। ଅଇଁଠା ବାସନକୁ ରାତିସାରା ଖୋଲା ରଖିବା କାରଣରୁ ଏଥିରେ ବହୁତ ପ୍ରକାରର ବ୍ୟାକ୍ଟେରିଆ ଜନ୍ମ ହୋଇଯାନ୍ତି। ଏହି ବ୍ୟାକ୍ଟେରିଆ ଅନେକ ଥର ବାସନକୁ ସଫା କଲେ ମଧ୍ୟ ବାହାରି ନଥାଏ। ଯେତେବେଳେ ବ୍ୟକ୍ତି ସେହି ବାସନରେ ପୁଣି ଭୋଜନ କରିଥାନ୍ତି ତେବେ ରୋଗ ଆପଣଙ୍କୁ ନିଜର ଶିକାର ବନାଇ ଦେଇଥାଏ। ଏଥିପାଇଁ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ରାତି ସାରା ଅଇଁଠା ବାସନକୁ ରଖିବା ଉଚିତ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button