ବିଚାର

ରୂପି ସମସ୍ୟା ଯୋଗୁ ଚିନ୍ତିତ କି, ଏହି ୪ଟି ଘରୋଇ ଉପାୟରେ କରନ୍ତୁ ଚିକିତ୍ସା

କେଶର ସବୁଠାରୁ ବଡ଼ ସମସ୍ୟା ହେଉଛି ରୂପି। ରୂପି ଯୋଗୁ କେବଳ ମୁଣ୍ଡ କୁଣ୍ଡେଇ ହୁଏ ନାହିଁ ଚୁଟି ମଧ୍ୟ ଉପୁଡ଼ିଥାଏ। ମାର୍କେଟରେ ରୂପି ସମସ୍ୟା ଦୂର କରିବା ପାଇଁ ଅନେକ ପ୍ରକାରର ସାମ୍ପୋ ମିଳୁଛି। କିନ୍ତୁ ଏହି ସାମ୍ପୋ ରୂପି ସମସ୍ୟା ଦୂର କରିବା ବଦଳରେ କେଶକୁ ରୁକ୍ଷ କରିଦେଇଥାଏ। ତେବେ କେବଳ କେତେକ ଘରୋଇ ଉପାୟରେ ମଧ୍ୟ ଆମେ ରୂପି ସମସ୍ୟା ଦୂର କରିପାରିବା। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଘିକୁଆଁରୀ

ଘିକୁଆଁରୀର ଲାଳ ଅଂଶରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଭିଟାମିନ୍‌ ପ୍ରଚୁର ପରିମାଣରେ ମହଜୁଦ ରହିଛି। ଯାହା ରୂପି ସମସ୍ୟା ଦୂର କରିବା ସହ କେଶ ଝଡ଼ିବା ମଧ୍ୟ ବନ୍ଦ କରିଥାଏ। ଘିକୁଆଁରୀ ନଥିଲେ ବଜାରରେ ମିଳୁଥିବା ଆଲୋଭେରା ଜେଲ୍‌କୁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଆଲୋଭେରା ଜେଲ୍‌କୁ କେଶ ମୂଳରେ ଲଗାଇ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପରେ ଅଳ୍ପ ସାମ୍ପୋ ବ୍ୟବହାର କରି ଭଲ ଭାବେ ମୁଣ୍ଡ ସଫା କରିଦିଅନ୍ତୁ।

ନଡ଼ିଆ ତେଲ ଓ ଲେମ୍ବୁ ରସ

ନଡ଼ିଆ ତେଲ କେଶ ତଥା କେଶ ମୂଳ ପାଇଁ ଔଷଧ ଭଳି କାମ କରିଥାଏ। ତ୍ୱଚାକୁ ମଶ୍ଚରାଇଜ କରିବାରେ ନଡ଼ିଆ ତେଲ ସାହାଯ୍ୟ କରେ। ସେହିପରି ଲେମ୍ବୁ ରସରେ ସାଇଟ୍ରିକ ଏସିଡ୍‌ ରହିଥିବାରୁ ଏହା ଆଣ୍ଟି ଫଙ୍ଗଲର କାମ କରିଥାଏ। ନଡ଼ିଆ ତେଲରେ ଲେମ୍ବୁ ରସ ମିଶାଇ ଚୁଟି ମୂଳରେ ମାଲିସ କରିବା ଦ୍ୱାରା ରୂପି ସମସ୍ୟା ଦୂର ହେବା ସହ କେଶ ମୂଳ ମଜଭୁତ ହୋଇଥାଏ। ଚାରି ଚାମଚ ନଡ଼ିଆ ତେଲରେ ଦୁଇ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାକୁ କେଶ ଏବଂ କେଶ ମୂଳରେ ଭଲ ଭାବେ ମସାଜ୍‌ କରନ୍ତୁ। କିଛି ସମୟ ଏମିତି ରଖିବା ପରେ ରେଗୁଲାର ସାମ୍ପୋରେ ଭଲ ଭାବେ ମୁଣ୍ଡ ସଫା କରିଦିଅନ୍ତୁ।

ମେହେନ୍ଦି

ରୂପି ସମସ୍ୟା ଦୂର କରିବାକୁ ଚାହୁଁଥିଲେ ମେହେନ୍ଦି ହେଉଛି ସବୁଠାରୁ ଭଲ ବିକଳ୍ପ। ମେହେନ୍ଦିରେ ନ୍ୟାଚୁରାଲ ଏଜେଣ୍ଟ ରହିଥାଏ ଯାହା କଣ୍ଡିସନର ଭଳି କାର୍ଯ୍ୟ କରେ ଏବଂ ରୂପିକୁ ମୂଳପୋଛ କରିଥାଏ। ମେହେନ୍ଦିରେ ମେଥି ପାଉଡ଼ର, ଲେମ୍ବୁ ରସ ଓ କିଛି ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ କେୟାର ମାସ୍କ ଭଳି କେଶ ମୂଳରେ ଲଗାନ୍ତୁ। ଦୁଇ ତିନି ଘଣ୍ଟା ପରେ ମୁଣ୍ଡକୁ ଧୋଇ ଦେଇ ତେଲ ଲଗାନ୍ତୁ। ଏଭଳି ୨-୩ ଥର କରିବା ଦ୍ୱାରା ସମ୍ପୂର୍ଣ୍ଣ ରୂପି ସମସ୍ୟାରୁ ମୁକ୍ତି ମିଳିବ। ଆପଣ ଚାହିଁଲେ ମେହେନ୍ଦିରେ ମେଥି ସ୍ଥାନରେ କଞ୍ଚା ଅଣ୍ଡା ମଧ୍ୟ ମିଶାଇ ପାରିବେ।

କର୍ପୂର ଓ ନଡ଼ିଆ ତେଲ

କର୍ପୂର ଓ ନଡ଼ିଆ ତେଲରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ରୂପି ସମସ୍ୟା ଦୂର କରିଥାଏ। ଦୁଇ ଚାମଚ ନଡ଼ିଆ ତେଲରେ ଚାମଚେ କର୍ପୂର ମିଶାନ୍ତୁ। ଏହାକୁ କେଶ ଓ କେଶ ମୂଳରେ ମସାଜ୍‌ କରନ୍ତୁ। ଘଣ୍ଟାଏ ପରେ ସାମ୍ପୁର ମୁଣ୍ଡ ସଫା କରିଦିଅନ୍ତୁ। ରୂପି ସମସ୍ୟା ଦୂର ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button