ବିଚାର

କ’ଣ ପାଇଁ ନାନାବାୟା ଗୀତ ଶୁଣିଲେ ଶୋଇପଡେ ଶିଶୁ , ଜାଣନ୍ତୁ ଏହାର ରହସ୍ୟ

ପ୍ରାୟତଃ ସମୟରେ ଛୁଆମାନେ ରାହାଧରି କାନ୍ଦିଥାନ୍ତି । ଯେତେ ବୁଝାଇଲେ ମଧ୍ୟ ବୁଝିନଥାନ୍ତି । କିନ୍ତୁ ଧୋରେ ବାୟା ଧୋ ଗୀତ ଶୁଣିଲେ ପିଲାଟି ଯେତେ କାନ୍ଦୁଥିଲେ ମଧ୍ୟ ଚୁପ୍ ହୋଇ ଶୋଇପଡିଥାଏ । ଛୋଟବେଳେ ଆପଣମାନେ ପ୍ରାୟେ ସମସ୍ତେ ଏହି ନନାବାୟା ଗୀତ ଶୁଣିଥିବେ । ଏପରି ନାନାବାୟା ଲୋକଗୀତ ସବୁ ସ୍ଥାନରେ ସବୁ ଭାଷାରେ ରହିଛି । ଏହି ଗୀତ ଶୁଣିଲା ମାତ୍ରେ କଣ ପାଇଁ ଛୁଆମାନେ ଶୋଇପଡିଥାନ୍ତି କିମ୍ବା କାନ୍ଦୁଥିଲେ ଚୁପ୍ ହୋଇଯାନ୍ତି, କଣ ଆପଣ ସେବିଷୟରେ କିଛି ଜାଣିଛନ୍ତି କି?

145ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବେ କଣ ସେହି ରହସ୍ୟ ଯାହା ପାଇଁ ନାନାବାୟା ଗୀତ ଶୁଣିଲା ମାତ୍ରେ ପିଲାଟି ଶାନ୍ତି ଅନୁଭବ କରିଥାଏ :

-ଛୋଟ ଅଝଟ ଶିଶୁଙ୍କୁ ଶୁଆଇବା ପାଇଁ ମା’ମାନେ ନାନାବାୟା ଗୀତର ସାହାରା ନେଇଥାନ୍ତି। ତେବେ ଏହି ଗୀତ ଶୁଣିବା ମାତ୍ରେ ଛୋଟ ଶିଶୁ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ । ଫଳରେ ଶିଶୁ ସହଜରେ ଶୋଇ ପଡ଼ିଥାଏ।

1467-ଲଣ୍ଡନର ଗ୍ରେଟ୍ ଔରମଣ୍ଡ ଷ୍ଟ୍ରିଟ୍ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ ରହିଛି କି ଏହି ଗୀତ ଶୁଣିବା ମାତ୍ରେ ଶିଶୁଙ୍କର ସବୁ କଷ୍ଟ ଦୂର ହୋଇଯିବା ସହିତ ଶିଶୁମାନଙ୍କ ମସ୍ତିଷ୍କରେ ସୃଷ୍ଟି ହେଉଥିବା କେତେକ ଚାପ ଦୂର ହୋଇଥାଏ।

1678-ନାନାବାୟା ଗୀତର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ଗବେଷକ ୩ ବର୍ଷ ବୟସ୍କ ଶିଶୁଙ୍କ ଉପରେ ଅଧ୍ୟୟନ କରିଥିଲେ। ଯେଉଁଥିରୁ ଜଣାପଡ଼ିଥିଲା ନାନାବାୟା ଗୀତ ମାଧ୍ୟମରେ ଶିଶୁ ଏହାକୁ ଗାନ କରୁଥିବା ବ୍ୟକ୍ତିଙ୍କୁ ମନେ ରଖିବାର ପ୍ରୟାସ କରିଥାଏ। ଖାସ୍ କରି ମା ମାନେ ଏହି ଗୀତ ଗାଉଥିବାରୁ ଶିଶୁ ପ୍ରଥମେ କଥା କହିବା ପୂର୍ବରୁ ମା’ ଡାକିବା ଆରମ୍ଭ କରିଥାଏ । ଯାହା ଅତି ରୋକଚର ବିଷୟ ଅଟେ ।

-ନାନାବାୟା ଗୀତ ଆଉ ନିଜ ମା’ର କଣ୍ଠ ସ୍ବର ଶିଶୁକୁ ଅତି ଶାନ୍ତି ପ୍ରଦାନ କରିଥାଏ । ଯାହା ତାକୁ ନିଜର ଲୋକମାନଙ୍କ ସଂସ୍ପର୍ଶରେ ଆସିବାର ପ୍ରଥମ ଜରିଆ ପାଲଟିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button