ଜୀବନଶୈଳୀ

ଡେଲି କରନ୍ତୁ ଏହି ସବୁ କାମ, ଶରୀରକୁ ମିଳିବ ଭରପୁର ତାକତ, ଦୂର ହେବ କରୋନା ପରି ବିପଦ

ବର୍ତ୍ତମାନ୍ ସମୟରେ ପୁରା ଦୁନିଆ କରୋନା ମହାମାରୀ ବିପଦର ସାମନା କରୁଛି । ଏହି ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ବହୁତ ପ୍ରକାରର ପରୀକ୍ଷା ନିରିକ୍ଷା କରି ଲକଡାଉନ କରାଯାଇଛି ଯାହାଦ୍ୱାରା ସାମାଜିକ ଦୂରତା ରକ୍ଷା କରି ହେବ । ଏଥିପାଇଁ ଲୋକମାନେ ଅନ୍ୟମାନଙ୍କ ସମ୍ପର୍କରେ ଆସିବାରୁ ବଞ୍ଚିତ ହେବେ ଏବଂ କରୋନା ଭଳି ମହାମାରୀ ବ୍ୟାପିବାରୁ ରକ୍ଷା ପାଇବେ ।

ଯେଉଁଠି ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି କମଜୋର୍ ହୋଇଥାଏ ସେମାନେ ଏହି ରୋଗର ଶିକାର ହେବାର ଆଶଙ୍କା ବଢିଯାଏ । ଇମ୍ୟୁନିଟି ସିସ୍ଟମ ପ୍ରକ୍ରିୟା କୌଣସି ରୋଗ ବା ଭାଇରସ ସହ ଲଢିବା ପାଇଁ କ୍ଷମତା ପ୍ରଦାନ କରିଥାଏ । ଏମିତିରେ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବା ପାଇଁ ଯଦି ବାଦାମ ତେଲ ବ୍ୟବହାର କରାଯାଏ ତାହେଲେ ଏହା ବହୁତ୍ ଫଳପ୍ରଦ ହୋଇଥାଏ ।

ବାଦାମ ରେ ବହୁତ ପୋଷକତତ୍ତ୍ୱ ଭରି ରହିଛି ବୋଲି ଏହାକୁ ଶରିରର ସମ୍ପଦ ବୋଲି କୁହଯାଏ । ଆପଣମାନେ ବାଦାମର ଉପକାରିତା ବିଷୟରେ ବହୁତ ଶୁଣିଥିବେ । ବାଦାମ ଆପଣଙ୍କ ମସ୍ତିଷ୍କ କୁ ପ୍ରଖର କରିଥାଏ ଓ ପ୍ରତିରକ୍ଷା କରିବା ଶକ୍ତିକୁ ବଢାଇ ଥାଏ । ବାଦାମ ଭଳି ଏହାର ତେଲ ମଧ୍ୟ ଶରୀରକୁ ବହୁତ ଲାଭ ଦେଇଥାଏ ଏହା ଆପଣଙ୍କୁ ବିଭିନ୍ନ ରୋଗରୁ ବଞ୍ଚାଇ ଥାଏ । ଏଥି ସହିତ ଶରିରକୁ ସୌନ୍ଦର୍ଯ୍ୟର ଲାଭ ହୋଇଥାଏ ।

ଯେଉଁ ଲୋକମାନେ ପ୍ରତିଦିନ ଦୁଇ ଠୋପା ତାଙ୍କ ନାକରେ ବାଦାମ ତେଲ ପକାଇ ଥାଆନ୍ତି ସେମାନେ ସଂକ୍ରମଣରୁ ରକ୍ଷା ପାଇଥାନ୍ତି । ଯେଉଁ ଲୋକମାନଙ୍କ ଇମ୍ୟୁନିଟି କମଜୋର୍ ଥାଏ ବାଦାମ ତେଲ ନାକରେ ପକାଇଲେ ସେମାନଙ୍କର ବହୁତ ଫାଇଦା ହୋଇଥାଏ । ଏହା ଦ୍ଵାରା ଶ୍ଵାସକ୍ରିୟା କ୍ଷେତ୍ରରେ ଜଡିତ ଥିବା କିଛି ଛୋଟମୋଟ ଅସୁବିଧାର ମଧ୍ୟ ଘରୋଇ ଚିକିତ୍ସା ହୋଇପାରିବ । ଆସନ୍ତୁ ଜାଣିବା ଏହି ଘରୋଇ ଚିକିତ୍ସା ବିଷୟରେ କି ବାଦାମ ତେଲର ଫାଇଦା କଣ..

ବାଦାମ ତେଲର ଅଗଣିତ ଫାଇଦା ଥାଏ । ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ତଥା ଭିଟାମିନ-ଏ, ଭିଟାମିନ-ଡି ଓ ଭିଟାମିନ୍-ଇ ର କେତେକ ତତ୍ତ୍ଵ ସାମିଲ ଥାଏ । ଏହି ତେଲର ସବୁଠୁ ବଡ଼ ଓ ଭଲ ଗୁଣ ହେଲା ପ୍ରତ୍ୟେକ ସବୁ ବୟସର ବ୍ୟକ୍ତିମାନେ ଏହାକୁ ବ୍ୟବହାର କରି ପାରିବେ ।

ନବଜାତ ଶିଶୁର ଦେହରେ ଏହି ତେଲର ମାଲିସ୍ ହେଉ ବା କୌଣସି ବୃଦ୍ଧ ବ୍ୟକ୍ତିଙ୍କ ନିଶ୍ଵାସ ନେବାରେ ଅସୁବିଧା ହେଉ ଏହି ତେଲ ସମସ୍ତଙ୍କ ପାଇଁ ଫାଇଦା ପୂର୍ଣ୍ଣ ହୋଇଥାଏ । ଏହା ଶିଶୁଙ୍କ ହାଡ଼ ଓ ମାଂସପେଶୀ ମଜବୁତ କରିବା ପାଇଁ ସାହାର୍ଯ୍ୟ କରେ ଏବଂ ଅନ୍ୟପକ୍ଷରେ ଆମର ଶ୍ଵାସ ପ୍ରଣାଳୀ ସହ ଯୋଡ଼ି ହୋଇଥିବା ରୋଗରୁ ଆମକୁ ଦୁରେଇ ରଖେ ।

ଏହା ମଧ୍ୟ ଇମ୍ୟୁନିଟି ବଢ଼ାଇବାରେ ସାହାର୍ଯ୍ୟ କରେ

ବାଦାମ ତେଲରେ ଭରିଥିବା 6 ଟି ଫ୍ୟାଟି ଏସିଡ ମଣିଷର ମସ୍ତିଷ୍କ ପାଇଁ ଫାଇଦା ଜନକ ହୋଇଥାଏ । ଏଥିପାଇଁ ଗର୍ଭବତୀ ମହିଳାମାନଙ୍କୁ ଏହି ତେଲ ବ୍ୟବହାର କରିବାକୁ କୁହାଯାଇଥାଏ । ଏଥିରେ ଉପସ୍ଥିତ ଥିବା ଆଇରନ, କ୍ୟାଲସିୟମ ଏବଂ ଅନ୍ୟ ଭିଟାମିନ୍ ଯୋଗୁ ମା ଓ ଶିଶୁର ସ୍ୱାସ୍ଥ ଭଲ ରହେ । ଯଦି ଆପଣ ପାଣି ଓ କ୍ଷୀରରେ କିଛି ବୁନ୍ଦା ବାଦାମ ତେଲ ମିଶାନ୍ତି ତାହେଲେ ଆପଣଙ୍କ ଶିଶୁର ପ୍ରତିରକ୍ଷା କରିବା ଶକ୍ତି ବଢ଼ିଥାଏ ଏବଂ ଯେଉଁମାନଙ୍କୁ ସକାଳୁ ଉଠିବା ମାତ୍ରେ ଛିଙ୍କିବା ର ଆଲର୍ଜି ଅଛି ସେମାନଙ୍କୁ ଏହାର ବ୍ୟବହାରରେ ବହୁତ ଫାଇଦା ମିଳିଥାଏ ।

ନାକରେ ବାଦାମ ତେଲ ପକାଇଲେ କିପରି ମିଳିବ ଫାଇଦା

କୌଣସି ବ୍ୟକ୍ତି ଯଦି ପ୍ରତିଦିନ ବାଦାମ ତେଲ ଦୁଇ ବୁନ୍ଦା ନିଜ ନାକରେ ପକାନ୍ତି ତାହେଲେ ଏହା ଆପଣଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ଯୌବନ ରଖିବା ସହିତ ଆପଣଙ୍କୁ ବହୁତ ଦିନ ଯାଏ ରୋଗରୁ ମୁକ୍ତ ରଖିଥାଏ । ଏପରିକି ଏହାର ଅନ୍ୟ ଫାଇଦା ମଧ୍ୟ ଅଛି ଯେମିତିକି ଆପଣ ବାଦାମ ତେଲ ନାକରେ ପକାଇଲେ ଆପଣଙ୍କୁ ମୁଣ୍ଡ ବ୍ୟଥାରୁ ଲାଭ ମିଳିଥାଏ ଏବଂ ବାଳ ଝଡିବା ଓ ବାଳ ଧଳା ହେବାରୁ ମାଧ୍ୟ ଉପସମ ମିଳିଥାଏ ।

ନାକରେ ବାଦାମ ତେଲ ପକାଇଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ । ଏହା ଆପଣଙ୍କୁ ଭଲ ତ୍ଵଚା ଦେବା ସହିତ ଆପଣଙ୍କ ବୁଦ୍ଧିକୁ ପ୍ରଖର କରିଥାଏ । ଯଦି ଆପଣ ଏଥିରୁ କୌଣସି ସମସ୍ୟାର ସମାଧାନ ଛାହୁଁଛନ୍ତି ତେବେ ଆଜିଠାରୁ ନାକରେ ବାଦାମ ତେଲ ପକାଇବା ଆରମ୍ଭ କରନ୍ତୁ । ସବୁଦିନ ବାଦାମ ତେଲ ନାକରେ ଦୁଇ ବୁନ୍ଦା ପକାଇଲେ ଆପଣଙ୍କ ଶରୀର ସହିତ ଜଡିତ ରୋଗର ଉପଚାର ମିଳିଥାଏ ।

ସବୁଠାରୁ ବଡ କଥା ହେଲା ଏହା ଆପଣଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ଜଡିତ ଥିବା ରୋଗରୁ ରକ୍ଷା କରିଥାଏ । ଯାହାଦ୍ୱାରା ଆପଣଙ୍କୁ ବାରମ୍ବାର ଥଣ୍ଡା ବା ଛିଙ୍କିବା ସମସ୍ୟା ଦେଖା ଦେଇ ନଥାଏ । ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button