ସ୍ୱାସ୍ଥ୍ୟ

ଘର ବଇଦ : ଜାଣନ୍ତୁ ମଧୁମେହର ଆୟୁର୍ବେଦିକ ଚିକିତ୍ସା

ଆଜିକାଲିର ଖାଦ୍ୟପେୟରେ ଅନିୟମିତତା କାରଣରୁ ବହୁତ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ରୋଗ ଗୁଡିକ ମଧ୍ୟରୁ ବର୍ତ୍ତମାନ ଲୋକଙ୍କ ସମସ୍ୟା ପାଲଟିଛି ମଧୁମେହ। ବହୁ କ୍ଷେତ୍ରରେ ମଧୁମେହ ରୋଗ ସାରା ଜୀବନ ରହିଥାଏ । ତେଣୁ ଜୀବନଶୈଳୀ ପରିବର୍ତ୍ତନ କରିବା ମଧୁମେହର ମୂଳ ଚିକିତ୍ସା ବୋଲି କୁହାଯାଏ।

ayurvedaଜୀବନଶୈଳୀରେ ଖାଦ୍ୟ, ଯୋଗ, ବ୍ୟାୟମ, ମାନସିକ ସନ୍ତୁଳନ ରକ୍ଷା, ହିଂସା, ଲୋଭ, ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା, ଉତ୍ତମ ପାରିବାରିକ ସମ୍ବନ୍ଧ, ଭଲ ବହି ପଢିବା, ଆର୍ଥିକ ସଂଗତି, ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୂତ୍ଵପୂର୍ଣ୍ଣ ଅଟେ । ଏଥିରେ ଯଦି ମଧୁମେହ ନିୟନ୍ତ୍ରିତ ନ ହୁଏ ତେବେ ଔଷଧ ସେବନ ଓ ଇନସୁଲିନ୍ ଇଞ୍ଜେକସନ ଚିକିତ୍ସା କରାଯାଇଥାଏ।

ayurbedaଆୟୁର୍ବେଦିକ ଚିକିତ୍ସା ଆୟୁର୍ବେଦ ଅନୁସାରେ ମଧୁମେହ ରୋଗ ବାତ, ପିତ୍ତ ଓ କଫର ସନ୍ତୁଳନ ଅଭାବରୁ ହୋଇଥାଏ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଔଷଧ ସହ ଜୀବନଶୈଳୀରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଥାଏ । ମଧୁମେହର ପ୍ରଭାବ କମ୍ କରିବା ପାଇଁ ଦୈନିକ ପରିଶ୍ରମ ଓ ବ୍ୟାୟାମ ସହିତ ଧୂମପାନ ଏବଂ ମଦ୍ୟପାନରୁ ଦୂରେଇ ରହିବା ଆବଶ୍ୟକ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଚକ୍ଷୁ ଓ ପାଦର ଯତ୍ନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।

ayurveda ଖାଦ୍ୟରେ ଭାତ, ଆଳୁ, ଚିନି ଛାଡ଼ିଦେବାକୁ କୁହାଯାଏ ଏବଂ କଲରା, ନିମ୍ବ, ବେଲ, ଜାମୁକୋଳି ଇତ୍ୟାଦି ପିତା ଓ କଷା ଖାଦ୍ୟ ନିୟମିତ ଖାଇବାକୁ ମଧ୍ୟ କୁହାଯାଇଥାଏ । ଆୟୁର୍ବେଦରେ ମଧୁମେହ ପାଇଁ ମେଥି, ହଳଦୀ ଆଦି ଚୁନା କରି ଖାଇବା, ଦାରୁ ହରିଦ୍ରା ଚୁନା, ତୁଳସୀ ପତ୍ର ପାଣି ଆଦି ପିଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଚିକିତ୍ସାରେ ଔଷଧରେ ବସନ୍ତକୁସୁପାକର ରସ, ଶିଳାଜିତ୍, ଚନ୍ଦ୍ରକଳା ବଟି, ମଧୁନାଶିନୀ ଆଦି ଖାଇବାକୁ ଦିଆଯାଏ ।

yogaଯୋଗ, ଯଥା: ସୂର‌୍ୟ୍ୟ ନମସ୍କାର, ମତ୍ସ୍ୟନ୍ଦ୍ରାସନ, ହଳାସନ, ମଣ୍ଡୁକାସନ, ଭୁଜଗାସନ ଆଦି ମଧୁମେହ ପାଇଁ ବହୁତ ଉପକାରୀ । ତମ୍ବା ପାତ୍ରରେ ଏକ କପ୍ ପାଣି ରାତିରେ ରଖି ସକାଳୁ ପିଇଲେ ମଧ୍ୟ ଲାଭ ମିଳିଥାଏ । ତେବେ ଏ ସବୁ ଚିକିତ୍ସା ଆୟୁର୍ବେଦିକ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରିବା ଉଚିତ୍ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button