ସ୍ୱାସ୍ଥ୍ୟ

ଅନେକ ରୋଗରୁ ରକ୍ଷା କରିଥାଏ ସେଓ ଓ ପିଜୁଳି, ଜାଣନ୍ତି କି ?

ଆଜିକାଲିର ବ୍ୟସ୍ତବହୁଳ ଜୀବନରୁ ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ଦେଇ ହେଉନାହିଁ। କୌଣସି ରୋଗରୁ ଶରୀରକୁ ସୁରକ୍ଷିତ ରଖିବା ପାଇଁ ଆମେ ଅନେକ ପ୍ରକାର ଖାଦ୍ୟପଦାର୍ଥ ଖାଇଥାଉ। ବିଭିନ୍ନ ପ୍ରକାର ରୋଗରୁ ଶରୀରକୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ହେବ। କ’ଣ ଆପଣ ଜାଣିଛନ୍ତି କି, ସେଓ ଏବଂ ପିଜୁଳି ଏହି ଦୁଇଟି ଫଳ ଶରୀରର ଅନେକ ରୋଗକୁ ବହୁତ ସଜହରେ ଦୂର କରିଦେଇଥାଏ। ଏହି ଦୁଇଟି ଫଳ କ୍ୟାନସର ଭଳି ରୋଗକୁ ମଧ୍ୟ ହରାଇବାରେ ସାହାଯ୍ୟ କରେ। ଏପରି କେତେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜିନିଷ ରହିଛି, ଯାହା ଉପରେ ଆମେ କେବେ ଧ୍ୟାନ ଦେଇନଥାଉ। କିନ୍ତୁ ଏହି ଫଳ ସେବନ କରିବା ଦ୍ୱାରା ଅନେକ ପ୍ରକାର ରୋଗ ଶରୀରରୁ ଦୂର ହୋଇଥାଏ।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ସେଓର ଚୋପା ଲିଭର କ୍ୟାନସରକୁ ଦୂର କରିବାର ଗୁଣ ରହିଥାଏ। ସେଓରେ ଫେ୍ଲାରେଟିନ ଭଳି ପଦାର୍ଥ ଲିଭର କ୍ୟାନସର କୋଷିକାକୁ ଶେଷ କରିବାରେ ସକ୍ରିୟ ଭୂମିକା ନିର୍ବାହ କରିଥାଏ। ସେଓ ଯୋଗୁଁ ମହିଳାଙ୍କୁ ହେଉଥିବା ସ୍ତନ କ୍ୟାନସରକୁ କାବୁ କରିବାର କ୍ଷମତା ରହିଛି। ଦିନକୁ ୩ରୁ ୪ ଟି ସେଓ ଖାଉଥିବା ମହିଳା ୨୦ ରୁ ୨୫ ଦିନ ଭିତରେ ସଜନ କରିପାରିବେ ବୋଲି ଏକ ସନ୍ଧାନରୁ ଜଣାପଡିଛି। ଆଣ୍ଟି ଏନଜିଂ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ସେଓ ବେଶ ସହାୟକ ହୋଇଥାଏ।

guava-

ସେହିଭଳି ପିଜୁଳିର ଚୋପା, ପତ୍ରରେ ଭିଟାମିଟ ୧୬ ବି, ମେଲାନୋମା କୋଷିକାଙ୍କୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହର ପ୍ରୋଟେଷ୍ଟ କ୍ୟାନସରର କୋଷିକାକୁ ଶେଷ କରିବାରେ ବେଶ ସହାୟତା କରିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ଟ୍ୟୁମର ପ୍ରସ୍ତୁତ ହେବା ପ୍ରକ୍ରିୟାକୁ ରୋକିଥାଏ। ଏହାକୁ ଖାଇବା ଦ୍ୱାରା ଦାନ୍ତ ମାଢିରୁ ରକ୍ତ ବୋହିବା, ଦାନ୍ତରୁ ହଳଦିଆପଣ ଦୂର କରିବା ଏବଂ ମୁହଁରୁ ବାହାରୁ ଥିବା ଦୁର୍ଗନ୍ଧକୁ ଦୂର କରିବା ପାଇଁ ସେଓ ଏବଂ ପିଜୁଳି ଖାଇବା ଉଚିତ ବୋଲି କେତେକ ଡାକ୍ତର କହିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button