ମନୋରଞ୍ଜନ

ସାମନ୍ଥାଙ୍କ ଫିଲ୍ମ ‘ୟଶୋଦା’ ପାଇଁ ଆସିଲା ରିଲିଜ୍ ଡେଟ୍, ଆଜି ରିଲିଜ୍ ହେଲା ହିନ୍ଦୀ ଟ୍ରେଲର

ଆଜି ସାଉଥ କୁଇନ ସାମନ୍ଥାଙ୍କ ଫିଲ୍ମ ‘ୟଶୋଦା’ ର ହିନ୍ଦୀ ଟ୍ରେଲର ଲଞ୍ଚ ହୋଇଛି। ଏହା ପୂର୍ବରୁ ଏହି ଚଳଚ୍ଚିତ୍ରର ନିର୍ମାତା ଦର୍ଶକଙ୍କୁ ଏହି ଫିଲ୍ମର ଦମଦାର ଟ୍ରେଲର ଦେଖାଇଥିଲେ। ଯେଉଁଥିରେ ସେ ଜଣେ ଗର୍ଭବତୀ ମହିଳାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ପୁଣି ଏହା ସହିତ ଅନେକ ସଂଘର୍ଷ ରହିଥିବା ଦର୍ଶକ ଫିଲ୍ମରେ ଦେଖିବାକୁ ପାଇବେ। ତେବେ ଆଜି ସାମନ୍ଥାଙ୍କ ଏହି ଫିଲ୍ମର ହିନ୍ଦୀ ଟ୍ରେଲର ଲଞ୍ଚ ହୋଇଛି। ତେବେ ଏହାର ଆଉ ଏକ ଟ୍ରେଲର ଆସନ୍ତା ୨୭ ଅକ୍ଟୋବରରେ ଆସିବ। ଏହାକୁ ଫିଲ୍ମ ନିର୍ମାତାମାନେ ୧୧ ନଭେମ୍ବର ୨୦୨୨ ରେ ରିଲିଜ୍ କରିବେ ବୋଲି କହିଛନ୍ତି।

ପୁଷ୍ପା ଫିଲ୍ମରେ ଆଇଟମ ସଙ୍ଗ ପରେ ସାମନ୍ଥାଙ୍କୁ ଦର୍ଶକ ଆହୁରି ମଧ୍ୟ ପ୍ରଶଂସା କରିଥିଲେ। ତାଙ୍କର ଏହି ବ୍ଲକବଷ୍ଟର ସଫଳତା ପରେ ତାଙ୍କୁ ଦର୍ଶକ ବହୁ ଚର୍ଚ୍ଚିତ ଶୋ ‘ଦି ଫ୍ୟାମିଲି ମ୍ୟାନ୍’ରେ ତାଙ୍କ ଦମଦାର ଅଭିନୟ ପାଇଁ ଖୁବ୍ ପ୍ରଶଂସା କରିଥିଲେ। ତେବେ ପୁଣି ଥରେ ମଧ୍ୟ ସେ ତାଙ୍କର ଦମଦାର ଅଭିନୟ ସହ ଆଉ ଏକ ଫିଲ୍ମ ‘ୟଶୋଦା’ ନେଇ ଆସିଛନ୍ତି।

ନୂଆ ଯୁଗର ଷଡଯନ୍ତ୍ରରେ ଜଣେ ମହିଳା କିପରି ସଂଘର୍ଷ କରି ଜିତୁଛନ୍ତି ତାହା ଲେଖକ ଏହି ଫିଲ୍ମ ଦ୍ଵାରା ଜଣାଇବାକୁ ଚେଷ୍ଟା କରିଛନ୍ତି। ସେଥିପାଇଁ ଭାରତର ଏକ ନମ୍ବର ଅଭିନେତ୍ରୀଙ୍କ କାନ୍ଧରେ ହିଁ ଏହି ଅଭିନୟର ଭାର ଦେଇଛନ୍ତି। ସାମନ୍ଥାଙ୍କ ଏହି ଫିଲ୍ମ ପ୍ରାୟ ୫ ଟି ଭାରତୀୟ ଭାଷା ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ତେବେ ଏହା ତାଙ୍କର ବଲିଉଡ ଡେବ୍ୟୁ ନୁହେଁ, ଦ୍ୱିଭାଷୀ ଚଳଚ୍ଚିତ୍ରର ନାମ ଅନ୍ୟ ଭାଷା ମଧ୍ୟରେ ହିନ୍ଦୀରେ ରିଲିଜ୍ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button