ଜୀବନଶୈଳୀ

ବ୍ରେକଅପ୍‌ ପରେ ଭୁଲରେ ବି ହ୍ଵାଟସଆପ୍‌, ଫେସବୁକ୍‌ରେ କରନ୍ତୁ ନାହିଁ ଏହିସବୁ କାମ

ପ୍ରେମ ସମ୍ପର୍କ ଭାଙ୍ଗି ଯିବା ପରେ ମଣିଷର ମନ ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଏପରି ଆମ ଆଖପାଖରେ ଅନେକ ଲୋକ ରହିଥାନ୍ତି, ଯେଉଁମାନେ ବ୍ରେକଅପ ପରେ ସୋସିଆଲ ମିଡିଆରେ ନିଜର ଅନୁଭୂତିକୁ ଜାହିର କରିଥାନ୍ତି। ଏହାଛଡା ନିଜର ପୂର୍ବତନଙ୍କ ବିଷୟରେ ଏପଟସେପଟ କଥା ପୋଷ୍ଟ କରନ୍ତି। କିନ୍ତୁ ଏହି କଠିନ ସମୟରେ ବିତିଗଲା ପରେ ସେହି ଲୋକମାନେ ନିଜ ହରକତକୁ ନେଇ ଲଜ୍ଜିତ ହୋଇଥାନ୍ତି। ଯଦି ଆପଣ କେବେ ଏପରି ପରିସ୍ଥିତିରେ ପଡନ୍ତି ତେବେ ଏପରି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେବା ପୂର୍ବରୁ ଏହି କଥା ଧ୍ୟାନ ରଖିବେ।

ରିଲେଶନସିପ ଷ୍ଟାଟସ୍‌କୁ ତୁରନ୍ତ ବଦଳାନ୍ତୁ ନାହିଁ:

ଆପଣଙ୍କ ବ୍ରେକଅପ୍‌ ହେବା କଥା ଆପଣଙ୍କ ନିକଟ ସମ୍ପର୍କୀୟ ଜାଣିଥାନ୍ତି, ଏକଥାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଆଉ କାହାକୁ ଜଣାଇବା କିଛି ଦରକାର ନାହିଁ। ଏପରି କରିବା ଦ୍ୱାରା ଯେଉଁମାନେ ନ ଜାଣିଥିବେ ସେମାନେ ମଧ୍ୟ ଜାଣି ଆପଣଙ୍କର ମଜାକ ମଧ୍ୟ ଉଡାଇପାରନ୍ତି।

Breakup-

ଭୁଲରେ ବି ବଏଫ୍ରେଣ୍ଡକୁ କରନ୍ତୁ ନାହିଁ ବ୍ଲକ:

ସୋସିଆଲ ମିଡିଆରେ ନିଜର ପୂର୍ବତନ ପ୍ରେମିକକୁ ଭୁଲରେ ମଧ୍ୟ କରନ୍ତୁ ନାହିଁ ବ୍ଲକ। ଯଦି ଆପଣ ତାଙ୍କ ସହିତ ବନ୍ଧୁତା ରଖିବାକୁ ଚାହୁଁଛନ୍ତି ତେବେ ବ୍ଲକ କରନ୍ତୁ ନାହିଁ। ଏହାଛଡା ଫେସବୁକ କିମ୍ବା ଇନଷ୍ଟାଗ୍ରାମରେ ତୁରନ୍ତ ପ୍ରତିକ୍ରିୟା ଦେବା ଉଚିତ ନୁହେଁ।

ପୂର୍ବତନ ପ୍ରେମୀଙ୍କ ଆକାଉଣ୍ଟ ବାରମ୍ବାର ଦେଖିବା:

ଆପଣଙ୍କ ପୂର୍ବତନ ପ୍ରେମୀ କାହା ସହିତ ବୁଲୁଛନ୍ତି, କାହା ସହିତ ବୁଲୁଛନ୍ତି ଏହିସବୁ ଗତିବିଧି ଉପରେ ରଖିବା ଦ୍ୱାରା ଆପଣଙ୍କ ହୃଦୟକୁ କଷ୍ଟ ହେବ। ଏପରି ନ କରିବା ଦ୍ୱାରା ଆପଣଙ୍କ ମନ ଶାନ୍ତି ରହିବ।

ନୂଆ ସାଙ୍ଗଙ୍କ ସହିତ ଫଟୋ ଦେବା:

ଥରେ ଜୀବନରେ ଧୋକା ଖାଇବା ପରେ ସଙେ୍ଗ ସଙେ୍ଗ ଆଉ କାହା ସହିତ ପ୍ରେମ ହୋଇଯାଏ ନାହିଁ। କିନ୍ତୁ ଯଦି ଆପଣ ଦୁନିଆକୁ ଦେଖାଇବା ପାଇଁ ତୁରନ୍ତ ନୂଆ ପାର୍ଟନରଙ୍କ ସହିତ ଫଟୋ ପୋଷ୍ଟ କରନ୍ତି, ତେବେ ଏହା ଆପଣଙ୍କ ସମ୍ପର୍କ ପାଇଁ ଭଲ ନୁହେଁ।

break-up-

ଡେଟିଂ ଆପ୍‌ ଫଲୋ କରନ୍ତୁ ନାହିଁ:

କାହା ସହିତ ସମ୍ପର୍କ ଭାଙ୍ଗିବା ପରେ ଆପଣ ହଠାତ୍‌ ଡେଟିଂ ଆପ୍‌ ଜରିଆରେ ଆଉ କାହା ସହିତ ସମ୍ପର୍କ ଯୋଡନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ କଷ୍ଟ କମ୍‌ ହେବ ନାହିଁ। ଯଦି ଆପଣ ଏହି କଷ୍ଟରୁ ବାହାରିବାକୁ ଚାହୁଁଛନ୍ତି, ତେବେ କିଛି ସମୟ ଏକୁଟିଆ ରହି ଦୁଃଖରେ ବଞ୍ଚିଯାଆନ୍ତୁ। ଆପଣଙ୍କୁ ଯାହା ପସନ୍ଦ ତାହା କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button