ବିଚାର

ଆଜି ଧନତେରାସ୍‌, ଜାଣନ୍ତୁ ଘର ପାଇଁ କଣ କିଣିବେ ଆଉ କଣ କିଣିବେ ନାହିଁ

ଦୀପାବଳିର ଦୁଇଦିନ ପୂର୍ବରୁ ଧନତେରାସ ପାଳନ କରାଯାଏ। ସମୁଦ୍ର ମନ୍ଥନ ବେଳେ ଧନତେରାସ ଦିନ ଭଗବାନ ଧନ୍ଵନ୍ତରୀ ନିଜ ସହିତ ଅମୃତ କଳସ ଏବଂ ଆୟୁର୍ବେଦ ନେଇ ପ୍ରକଟ ହୋଇଥିଲେ। ଆୟୁର୍ବେଦ ନେଇ ଆସିଥିବାରୁ ତାଙ୍କୁ ଔଷଧର ଜନକ ବୋଲି କୁହାଯାଏ। ଧନତେରାସ ଦିନ ଧନ ଦେବତା କୁବେରଙ୍କୁ ପୂଜା କରାଯାଏ। ଏହି ଦିନ କିଛି ବି କିଣିବା ବହୁତ ଶୁଭ ହୋଇଥାଏ। ଏପରି କଲେ ବର୍ଷଯାକ ଆର୍ଥିକ ସ୍ଥିତି ଭଲ ରହେ ବୋଲି ମାନ୍ୟତା ରହିଛି। ମାନ୍ୟତା ରହିଛି ଯେ ଧନତେରାସ ଦିନ ଯେଉଁ ବି ବସ୍ତୁକୁ ଆପଣ କିଣିଥାନ୍ତି ସେହି ବସ୍ତୁ ୧୩ ଗୁଣା ବଢ଼ିଯାଇଥାଏ। କିନ୍ତୁ କିଛି ଜିନିଷ ଏମିତି ବି ରହିଛି ଯାହାକୁ ଧନତେରାସ ଦିନ ଭୁଲରେ ବି କିଣିବା ଅନୁଚିତ। ଏହି ଜିନିଷକୁ କିଣିଲେ ଘରକୁ ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ଆସିଥାଏ। ତେବେ ଆସନ୍ତୁ ଜାଣିବା ଆଜି କେତେବେଳେ ରହିଛି ଶୁଭ ମୁହୂୂର୍ତ୍ତ ? କେଉଁ ଜିନିଷକୁ କିଣିବା ଏବଂ କେଉଁ ଜିନିଷକୁ ନ କିଣିବା ଉଚିତ।

ଧନତେରାସ୍ ଶୁଭ ମୁହୂର୍ତ୍ତ

ଚଳିତ ବର୍ଷ ଧନତେରାସ୍ ଦିନ ଶୁକ୍ର, ପ୍ରଦୋଷ ଏବଂ ଧନ ତ୍ରୟୋଦଶୀର ମହାଯୋଗ ରହିଛି। ଏହି ମହାଯୋଗରେ ଶୁଭକାର୍ଯ୍ୟ ଏବଂ କିଣାକିଣିରେ ପରିବାରରେ ସମୃଦ୍ଧି ଆଣିଥାଏ। ତେବେ ତ୍ରୟୋଦଶୀ ତିଥି ଆରମ୍ଭ ହେଉଛି ଶୁକ୍ରବାର ଅର୍ଥାତ ଆଜି ସଂନ୍ଧ୍ୟା ୭ଟା ୮ ମିନିଟ୍‌। ସେହିପରି ତ୍ରୟୋଦଶୀ ତିଥି ଶେଷ ଶନିବାର ଅପରାହ୍ନ ୩ଟା ୪୬ ମିନିଟ୍ ରହିଛି।

ଧନତେରାସରେ କଣ କିଣିବେ

ସୁନା ଓ ଚାନ୍ଦିର ଆଭୂଷଣ, ସୁନା ଏବଂ ଚାନ୍ଦି ମୁଦ୍ରା, ଧାତବ ବାସନକୁସନ, ଯାନବାହନ (ରାହୁ କାଳ ବ୍ୟତୀତ), ଝାଡୁ, କଉଡି, ଶ୍ରୀଯନ୍ତ୍ର, ମାଟି ଦୀପ, ଫ୍ରିଜ୍‌, ଓ୍ଵାସିଂମେସିନ ଏବଂ ଗ୍ରାଇଣ୍ଡର।

କଣ କିଣିବେ ନାହିଁ

କାଚ ସାମଗ୍ରୀ, କଳା ରଙ୍ଗର ଉତ୍ପାଦ, କଇଁଚି, ଛୁରୀ ଇତ୍ୟାଦି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button