ଦେଶ ବିଦେଶ

ଥରେ ନିଶ୍ଚୟ ଟେଷ୍ଟ କରନ୍ତୁ ଦହି ଆଇସକ୍ରୀମ୍, ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ

ଗରମ ଦିନରେ ଆମେ ସବୁବେଳେ ଥଣ୍ଡା ଜିନିଷ ଖୋଜିଥାନ୍ତି। ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ଏମିତିରେ ଆଇସକ୍ରୀମ ଖାଇବାକୁ ଆମେ ବହୁତ ଭଲ ପାଇଥାଉ। ଏଥିପାଇଁ ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଦହି ଆଇସକ୍ରୀମ୍। ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ସ୍ବାସ୍ଥ୍ୟକର। ତେବେ ଜାଣନ୍ତୁ ଏହାକୁ ବନାଇବାର ଉପାୟ।

ଆବଶ୍ୟକୀୟ ସାମଗ୍ରୀ

ଦହୀ – ୧/୨ କପ୍ (୧୦୦ ଗ୍ରାମ)

ଚିନି – ୧/୪ କପ୍ (୫୦ ଗ୍ରାମ)

କ୍ରୀମ – ୧/୨ କପ୍ (୧୦୦ ଗ୍ରାମ)

ଭାନିଲା ଆସେନ୍ସ – ୨ ବୁନ୍ଦା

କାଜୁ – ୧୦ଟି (ଛୋଟ କଟା ହୋଇଥିବା)

ବିସ୍କୁଟ – ୪ (ଛୋଟ ଖଣ୍ଡ ହୋଇଥିବା)

ପ୍ରସ୍ତୁତ ପ୍ରଣାଳୀ

-ଦହିର ଆଇସକ୍ରୀମ ବନାଇବା ପାଇଁ ପ୍ରଥମେ ଏକ ପାତ୍ରରେ ଦହି ଏବଂ ଚିନିକୁ ପକାଇ ମିଶାଇ ଦିଅନ୍ତୁ। ଏବେ ଚିନିକୁ ମିଶାଇଲା ପରେ ଦହିକୁ ମିକ୍ସରରେ ପକାଇ ଚିନି ଭଲଭାବେ ମିଶିବା ପର‌୍ୟ୍ୟନ୍ତ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ ଭାନିଲା ଆସେନ୍ସ ଏବଂ କ୍ରୀମ୍ ପକାଇ ପୁଣି ଥରେ ଏହି ସବୁକୁ ଭଲଭାବେ ଗୋଳାଇ ଦିଅନ୍ତୁ।

-ଦହି ଆଇସକ୍ରୀମରେ ମିଶ୍ରଣ ଫେଣ୍ଟି ହୋଇଗଲା ପରେ ଏଥିରେ କାଜୁର ଛୋଟ ଖଣ୍ଡକୁ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଏକ ଏୟାର ଟାଇଟ୍ କଣ୍ଟେନର ନିଅନ୍ତୁ। ସେଥିରେ ବିଷ୍କୁଟ୍ ପକାଇ ଦିଅନ୍ତୁ। ଏବେ ଏଥିରେ ଦହିର ମିଶ୍ରଣକୁ ପକାଇ ବଳକା ବିଷ୍କୁଟକୁ ପକାଇ ଆଇସକ୍ରୀମକୁ ଫ୍ରିଜରରେ ରଖିଦିଅନ୍ତୁ।

-ଫ୍ରିଜରରେ ଆଇସକ୍ରୀମ ୫-୬ ଘଣ୍ଟା ରହିଲା ପରେ ଏହା ପ୍ରସ୍ତୁତ ହୋଇଯିବ। ପରେ ଏହାକୁ ଆଇସକ୍ରୀମ୍ କଣ୍ଟେନରକୁ ଫ୍ରିଜରରୁ ବାହାର କରି ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button