ବିଚାର

କେବଳ ପାନ ନୁହେଁ, ଶରୀର ପାଇଁ ବେଶ୍‌ ଲାଭଦାୟକ ଚୂନ

ଆପଣମାନେ ପାନରେ ବ୍ୟବହାର କରାଯାଉଥିବା ଚୂନ ବିଷୟରେ ନିଶ୍ଚିତ ଜାଣିଥିବେ। କିନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ ସେ ବିଷୟରେ କେବେ ଜାଣିନଥିବେ। ଏହା ଶାରୀରିକ ଏବଂ ମାନସିକ ବିକାର ଦୂର କରିବା ସହିତ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଚୂନ ହାଡ, ସ୍ମୃତି, ଗର୍ଭଧାରଣ ଏବଂ ନଂପୁସକତା ସହିତ ଜଡିତ ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଏଥିରେ କ୍ୟାଲିସିୟମ କାର୍ବୋନେଟ ମୁଖ୍ୟ ରୂପେ ରହିଥାଏ। ଏହାକୁ ବ୍ୟବହାର କରି ଆପଣ ଅନେକ ପ୍ରକାର ରୋଗରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ଏଥିରୁ ମୁଳୁଥିବା ଲାଭ ବିଷୟରେ…

chuna

– ଚୂନ ମାନସିକ ବିକାର ରୋଗକୁ ଦୂର କରିବାରେ ଲାଭଦାୟକ ହୋଇଥାଏ। ପଢୁଥିବା ପିଲାଙ୍କ ପାଇଁ ବେଶ ଫାଇଦାଯୁକ୍ତ ଚୂନ। ଦହି କିମ୍ବା ପାଣି ସହିତ ମିଶାଇ ଗହମ ଦାନା ଭଳି ମାତ୍ରା ଚୂନ ମିଶାଇ ପିଇଲେ ଫାଇଦା ମିଳିଥାଏ। ଏହି ମାତ୍ରା ଠାରୁ ଅଧିକ ଚୂନ ବ୍ୟବହାର କ୍ଷତିକାରକ ହୋଇପାରେ।

– ଶ୍ରୁକାଣୁ ଅଭାବ ଦେଖାଦେଉଥିବା ପୁରୁଷମାନେ ଆଖୁରସରେ ଗହମ ଦାନା ଭଳି ଚୂନ ମିଶାଇ ପିଇଲେ ନଂପୁସକତା ସମସ୍ୟା ଦୂର ହୁଏ।

paan

– ଅସ୍ଥି ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଚୂନ ପାଉଡର ମଧ୍ୟ ବ୍ୟବହାର କରିପାରିବେ। ଏହାସହିତ ପିଠି ଯନ୍ତ୍ରଣା, କାନ୍ଧ, ଗୋଡ ଇତ୍ୟାଦି ଦରଜକୁ ମୁକ୍ତି ଦେଇଥାଏ ଚୂନ।

– ଦାନ୍ତକୁ ମଜବୁତ କରିବାରେ ଚୂନ ସହାୟତା କରିଥାଏ।

– ଚୂନର ଉପଯୋଗ ଏନିମିୟା ରୋଗ ଦୂର କରିବା ପାଇଁ ମଧ୍ୟ କରାଯାଏ। ଏନିମିୟାରେ ପୀଡିତ ବ୍ୟକ୍ତିଙ୍କୁ ଡାଳିମ୍ବ ରସ ସହିତ ଚୂନ ପାଉଡର ମିଶାଇ ଖାଇବା ଦ୍ୱାରା ଲାଭ ମିଳିଥାଏ।

– ଯଦି ଆପଣଙ୍କର କୌଣସି ସ୍ଥାନ ସିଝିଯାଇଥାଏ ତେବେ ହଳଦୀ ପାଉଡରରେ ଚୂନ ମିଶାଇ ଗରମ କରି ସେହିସ୍ଥାନରେ ଲଗାନ୍ତୁ, ଜଲଦି ଆରାମ ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button