କ୍ରାଇମ

୪୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ – Utkal Mail


ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ନୂଆବସଷ୍ଟାଣ୍ଡ ଠାରେ ଚଢ଼ଉ କରାଯାଇ ୪୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଆଜି ପୂର୍ବାହ୍‌ଣରେ ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍‌ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ ଠାରେ ଛକି ବସିଥିଲେ। ଏହି ସମୟରେ ପଲ୍ଲାହାଟର ସୁବ୍ରତ କୁମାର ପାତ୍ର (୩୩) ନିଜର ମୋଟର ସାଇକଲରେ ସେଠାରେ ପହଞ୍ଚି ଗ୍ରାହକଙ୍କୁ ନିମନ୍ତେ ଅପେକ୍ଷା କରିଥିଲା। ପୂର୍ବ ସୂଚନାଧାରରେ ଅବକାରୀ ଟିମ୍‌ ସୁବ୍ରତଙ୍କୁ ଯାଞ୍ଚ କରିବାରେ ତାଙ୍କ ନିକଟରୁ ଏକ ପ୍ୟାକେଟ୍‌ରେ ୪୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ମିଳିଥିଲା। ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଆଲୋକ କୁମାର ପ୍ରଧାନଙ୍କ ସୂଚନାନୁସାରେ, ଏନେଇ ୩୮/୨୦୨୩ରେ  ଏକ ମାମଲା ରୁଜୁ କରାଯାଇଛି। ଏକ ମୋଟରସାଇକଲ (ଓଆର୍‌୧୬ ବି ୪୪୭୫) ଜବତ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ହଜାର ଟଙ୍କା ହେବ।




Related Articles

Leave a Reply

Your email address will not be published. Required fields are marked *

Back to top button