ଦେଶ ବିଦେଶ

ତିନି ବର୍ଷ ପରେ ଆସୁଛି ଅଧିମାସ, ଦୁଇଟି ଆଶ୍ଵିନ ହେବ ଏହି ବର୍ଷ- ଆପଣଙ୍କୁ ଲାଗିବ ବଡ ଝଟକା

ଏହି ମାସ ୨୫ ମାର୍ଚ୍ଚ ଠାରୁ ଆରମ୍ଭ ହବାକୁ ଯାଉଛି ବିକ୍ରମ ସମ୍ବତ, ଏହି ବର୍ଷ ତିନି ବର୍ଷ ପରେ ଅଧିକମାସ ଲାଗିବାକୁ ଯାଉଛି, ଏହାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହା ଯାଏ ତେବେ ଏହା ଅନୁଯାଇ ବିକ୍ରମ ସମ୍ବତ ରେ ବାରଟି ନୁହଁ ପୁରା ତେରଟି ମାସ ରହିବ । ଗୋଟେ ମାସ ଯାହା ଅଧିକ ପ୍ରାପ୍ତ ହବ ତାହା ଧର୍ମ କର୍ମ ଏବଂ ଅନ୍ୟ ମାଙ୍ଗଳିକ କାର୍ଯ୍ୟ ପାଇଁ ରହିବ ।

ଯଦି ଆମେ ବିକ୍ରମ ସମ୍ବତ ୨୦୭୭ ର କଥା କହୁ ତେବେ ଏହା ପରେ ଚାଷୀ ଓ ଘରୋଇ ପଶୁମାନଙ୍କ ଭଲ ଖବର ରହିବ, ଏହା ପରେ ସବୁ ଜିନିଷ ମହଙ୍ଗା ହବାକୁ ଲାଗିବାର ସଙ୍କେତ ଅଟେ ।

ରାଜା ହେବେ ବୁଧ ଓ ମନ୍ତ୍ରୀ ହେବେ ଚନ୍ଦ୍ରମା :

ଏହି ସମ୍ବତ ମାସ ରାଜା ହୋଇବେ ବୁଧ ଓ ମନ୍ତ୍ରୀ ହୋଇବେ ଚନ୍ଦ୍ରମା, ବୁଦ୍ଧଙ୍କ ପ୍ରଭାବ ରେ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ ହୋଇବେ ଆୟୋଜନ କିନ୍ତୁ ଏହାଛଡା ଅନ୍ୟମାନଙ୍କ ପାଇଁ ଅସୁବିଧା ମଧ୍ୟ ଉତପନ ହୋଇପାରେ । ମାନସିକ ସ୍ଥିତି ଅନୁଯାଇ ମନ ଖୁସି ରହିବା ଓ ମାଙ୍ଗଳିକ କାର୍ଯ୍ୟ ଦେଖି ମନ ଶାନ୍ତି ପାଇବ । ଲୋକଙ୍କ ମଧ୍ୟରେ ମିଛ ଓ ଛଳ ପ୍ରକୃତି ମଧ୍ୟ ବଢିବାକୁ ଲାଗିବ, ଚନ୍ଦ୍ରମା ମନ୍ତ୍ରୀ ହବାରୁ ସବୁ କାର୍ଯ୍ୟ ସଠିକ ଭାବରେ ପରି ପୂର୍ଣ ହବ ଓ ଖୁସି ପ୍ରାପ୍ତ କରିବେ । ଲୋକଙ୍କ ଧ୍ୟାନ ମଧ୍ୟ ଏହି ଆଡେ ଅଧିକ ରହି ପାରେ, ବର୍ଷା ଭଲ ହବାର ଆଶଙ୍କା ଅଟେ ।

ତିନି ବର୍ଷ ପରେ ଆସୁଛି ଅଧିକମାସ :

ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ରାଜକୁମାର ଚତୁର୍ବେଦି କହିଛନ୍ତି ଯେ ଏହି ବର୍ଷ ଦୁଇଟି ମାସ ଆଶ୍ଵିନ ହୋଇବ, ଆଶ୍ଵିନ ମାସ ୩ ସେପ୍ଟେମ୍ବର ଠାରୁ ୩୧ ଅକ୍ଟୋବର ପର୍ଜନ୍ତ ରହିବ । ଏହାର ସମୟ ଦୁଇ ମାସ ପର୍ଜନ୍ତ ରହିବ, ଏହି ଦୁଇଟି ମାସ ମଧ୍ୟରେ ଗୋଟେ ଅବଧି ଅଧିକମାସ ରହିବ, ଏହି କାରଣ ପାଇଁ ଏହି ଦୁଇ ମାସ ପରେ ଯେତିକି ପର୍ବ ପର୍ବାଣି ଆସିବେ ତାହା ଗତ ବର୍ଷ ତୁଳନା ଅନୁଯାଇ ୧୦ ରୁ ୧୫ ଦିନ ଡେରି କରି ଆସିବେ ।

ଦୀପାବଳି ଏହି ବର୍ଷ ୧୪ ନଭେମ୍ବର ଓ ଦେବଉଥନୀ ୨୫ ନଭେମ୍ବର ରେ ରହିବ । ଚତୁର୍ବେଦିଙ୍କ ଅନୁଯାଇ ସୋରମାସ ୩୬୫ ଦିନ ରହିବ ଏବଂ ଚନ୍ଦ୍ର ମାସ ୩୫୪ ଦିନ ରହିବ । ଏହା ଦ୍ଵାରା ପ୍ରତି ବର୍ଷ ୧୦ ରୁ ୧୧ ଦିନ ତଫାତ ଆସିଥାଏ, ଯାହା ତିନି ବର୍ଷ ରେ ବଢି ଗୋଟେ ମାସ ହୋଇ ଯାଇଥାଏ ଓ ଏହାକୁ ଅଧିକମାସ ବୋଲି କୁହା ଯାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button