ଅଧିକାଂଶ ଲୋକମାନେ ଚା ପିଇବା ସମୟ ବିସ୍କୁଟ ଖାଇବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ଲୋକମାନେ ବଜାରରେ ମିଳୁଥିବା ବିସ୍କୁଟ ହିଁ ଖାଇଥାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇନଥାଏ। କିନ୍ତୁ ଆପଣ ଚାହିଁଲେ ଘରେ ଟେଷ୍ଟି ଏବଂ ଚିଜ୍ ବିସ୍କୁଟ ତିଆରି କରିପାରିବେ। ତେବେ ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଜ୍ ବିସ୍କୁଟ୍। biscutsଆବଶ୍ୟକୀୟ ସାମଗ୍ରୀ: ମଇଦା- ୧କପ ବେକିଂ ପାଉଡର- ୧ଟିସ୍ପୁନ୍ ଲୁଣ- ୧ଟିସ୍ପୁନ୍ ଲହୁଣି- ୧ କପ୍ ଚୀଜ୍- ୧ କପ୍ କ୍ଷୀର-୨/୩ କପ୍ biscuits-ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ମଇଦା, ଲୁଣ ଏବଂ ବେକିଂ ପାଉଡର ଭଲଭାବେ ମିକ୍ସ କରନ୍ତୁ। ଏହାପରେ ଏକ ବାଉଲରେ ଲହୁଣି ନେଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଲହୁଣିରେ ଚିଜ୍ ଏବଂ କ୍ଷୀର ମିକ୍ସ କରନ୍ତୁ। ଏହି ସମସ୍ତ ଜିନିଷକୁ ଭଲଭାବେ ମିଶ୍ରଣ କରିବା ପରେ ଏକ ଏକ ଇଞ୍ଚର ପତଳା ଏବଂ ୪ ରୁ ୫ ଇଞ୍ଚ ଚଉଡାର ବିସ୍କୁଟ ଆକାରର ଲାଇନ୍ କରନ୍ତୁ। ଲାଇନ୍ କରିବା ପରେ ଏହାକୁ ୪୫୦ ଡିଗ୍ରୀ ପ୍ରୀହିଟ୍ ଓଭାନରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇସାରିଛି ଆପଣଙ୍କ ଚିଜ୍ ବିସ୍କୁଟ୍।

ବ୍ୟସ୍ତ ବହୁଳ ଜୀବନ କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ବର୍ତ୍ତମାନ ଚିନ୍ତା କିମ୍ବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ଦେଖାଯାଇଥାଏ। ସମସ୍ୟା ହେଉଛି କୌଣସି ବ୍ୟକ୍ତିଙ୍କ ପାଖରେ ଏତିକି ବି ସମୟ ନାହିଁ ଯେ ସେମାନେ ରୋଗର ଚିକିତ୍ସା କରିପାରିବେ। ଏଥିରେ ଆଜି ଆମେ ଆପଣଙ୍କୁ ଏପରି କିଛି ଛୋଟ-ଛୋଟ ଟିପ୍ସ ବିଷୟରେ କହିବୁ, ଯାହା ଆପଣଙ୍କୁ ସକାରାତ୍ମକ ଶକ୍ତି ଦେବା ସହ ଚିନ୍ତାରୁ ଦୂରେଇ ରଖିଥାଏ। କେବଳ ଏତିକି ନୁହେଁ ବାସ୍ତୁର ଏହି ଉପାୟ ଆପଣଙ୍କ ଜୀବନକୁ ଖୁସିରେ ଭରିଦେବ।
-ଶାସ୍ତ୍ର ଅନୁଯାୟୀ ବେଡ୍ ରୁମ୍ରେ କେବେ ବି ମଦ, ସିଗାରେଟ ସେବନ କରିବା ଅନୁଚିତ। କାରଣ ଏହିସବୁ କାମ ବେଡ୍ ରୁମ୍ ରେ କରିବା ଦ୍ୱାରା ମାନସିକ ଚିନ୍ତା ଏବଂ ଭୟଙ୍କର ସ୍ୱପ୍ନ ଆସିଥାଏ। ଏହାବ୍ୟତୀତ ବେଡ୍ ରୁମ୍ ରେ କେବେ ବି କଣ୍ଟା ଥିବା ଗଛ ଲଗାନ୍ତୁ ନାହିଁ।
-ସକାଳୁ ଉଠି ଶୟନ କକ୍ଷର ଝରକା ଖୋଲିବା ଉଚିତ। କାରଣ ଯେପରି ବାହାରର କିରଣ ରୁମ୍ ଭିତରକୁ ଆସିପାରିବ। ଏହାଦ୍ୱାରା ସକାରାତ୍ମକ ଶକ୍ତି ଆସିଥାଏ ଏବଂ ସୂର୍ଯ୍ୟଙ୍କ କିିରଣରୁ ବ୍ୟାକ୍ଟେରିଆ ଏବଂ ବିଜାଣୁ ମଧ୍ୟ ନଷ୍ଟ ହୋଇଯାଏ।
-ଦ୍ୱିପ୍ରହର ପରେ ସୂର୍ଯ୍ୟଙ୍କ ଅଲଟ୍ରାବାୟଲେଟ କିରଣ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ ଏବଂ ଏହା ଦ୍ୱାରା ବାସ୍ତୁଦୋଷ ମଧ୍ୟ ବଢିଥାଏ। ଏହିକାରଣରୁ ୧୧ଟା ପରେ ଝରକା ଏବଂ କବାଟରେ ପରଦା ପକାଇ ଦିଅନ୍ତୁ।
-ଗର୍ଭବତୀ ମହିଳା ଦକ୍ଷିଣ-ପଶ୍ଚିମ ଦିଗର ରୁମ୍ ରେ ରହିବା ଉଚିତ। ମାନ୍ୟତା ରହିଛି ଏହାଦ୍ୱାରା ମହିଳାମାନେ ମାନସିକ ରୂପେ ସୁସ୍ଥ ରହିଥାନ୍ତି ଏବଂ ଏହାଦ୍ୱାରା ଗର୍ଭବତୀ ସମୟରେ ମଧ୍ୟ କୌଣସି ସମସ୍ୟା ଦେଖାଯାଇନଥାଏ। ଏଥିସହ ନିଜର ଖାଦ୍ୟ-ପାନୀୟରେ ଧ୍ୟାନ ରଖନ୍ତୁ।
-ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉଚ୍ଚରକ୍ତଚାପ ଥିବା ବ୍ୟକ୍ତିମାନେ ଦକ୍ଷିଣ-ପୂର୍ବ ଦିଗରେ ଶୟନ କକ୍ଷ ରଖିବା ଅନୁଚିତ। କାରଣ ଏହାଦ୍ୱାରା ବ୍ଲଡ ପ୍ରେସର ବଢିବାର ଆଶଙ୍କା ରହିଥାଏ। ବାସ୍ତବରେ ଏହି ଦିଗରେ ଅଗ୍ନୀ ଦ୍ୱାରା ପ୍ରଭାବିତ ହୋଇଥାଏ, ଯାହାଦ୍ୱାରା ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଇଥାଏ।
-ପରିବାରର ବୟସ୍କ ଲୋକମାନେ ସର୍ବଦା ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ। ଏହାଦ୍ୱାରା ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଏଥିସହ ଶୟନ କକ୍ଷରେ କେବେ ବି ଶୁଖିଲା ବାସନ ରଖନ୍ତୁ ନାହିଁ।



