ଦେଶ ବିଦେଶ

ସୁସ୍ଥ ରହିବା ପାଇଁ ଖାଆନ୍ତୁ ଦଲିଆ, ଜାଣନ୍ତୁ ଏହାର ଫାଇଦା

ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଦଲିଆ ଖାଇବା ଖୁବ୍ ଲାଭକାରୀ ହୋଇଥାଏ। ଅନେକ ଲୋକମାନେ ଦଲିଆ ସହ କ୍ଷୀର ମିଶାଇ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକମାନେ ଲୁଣ ମିଶାଇ ଦଲିଆ ଖାଇବାକୁ ପସନ୍ଦ କରିଥାନ୍ତି। ଦଲିଆରେ ପର‌୍ୟ୍ୟାପ୍ତ ମାତ୍ରାରେ ଫାଇବର ରହିଥାଏ, ଯାହା ଦୀର୍ଘ ସମୟ ଧରି ଭୋକ ନଲାଗିବାରେ ସାହାଯ୍ୟ କରିଥାଏ। ଯସଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଦଲିଆ ଆପଣଙ୍କ ଡାଏଟ୍ ରେ ସାମିଲ କରନ୍ତୁ। ତେବେ ଜାଣନ୍ତୁ ଦଲିଆ ଶରୀରରେ କେଉଁ କେଉଁ ଲାଭ ପ୍ରଦାନ କରିଥାଏ।

-ପ୍ରତ୍ୟେକ ଦିନ ଗୋଟିଏ ଗିନା ଦଲିଆ ଖାଇବା ଦ୍ୱାରା ଓଜନ କମ ହେବାରେ ସାହାଯ୍ୟ କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ଏହା ଦୀର୍ଘ ସମୟ ପର‌୍ୟ୍ୟନ୍ତ ଭୋକ ନଲାଗିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲୋରୀ ମଧ୍ୟ କମ ମାତ୍ରାରେ ରହିଥାଏ।

dalia--ଦଲିଆ ଦେଖିବାକୁ ଭୁସି ଦାନା ଭଳି। ସ୍ୱାଭାବିକ ରୂପେ ଏହି ଖାଦ୍ୟରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା କବଜ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। କ୍ଷୀର ଏବଂ ପରିବା ସହ ମିଶାଇ ଦଲିଆ ଖାଇବା ଦ୍ୱାରା ପେଟ ସମ୍ବନ୍ଧିୟ ସମସ୍ୟାରୁ ରକ୍ଷା ମିଳିଥାଏ।

daliaa-ଦଲିଆରେ କମ୍ପଲେକ୍ସ କାର୍ମୋହାଇଡ୍ରେଡ ରହିଥାଏ ଏବଂ ଏହା ଗ୍ଲାଇସୋମିକ ଇଡେକ୍ସରେ କମ ରହିଥାଏ। ଏହିକାରଣରୁ ଦଲିଆ ଡାଇବେଟିଜ୍ ରୋଗୀମାନଙ୍କ ପାଇଁ ଲାଭକାରୀ ହୋଇଥାଏ। ଏହା ରକ୍ତରେ ଗ୍ଲୁକୋଜ୍ ସ୍ଥିର ସୁନିଶ୍ଚିତ କରିଥାଏ, ଯାହା ରକ୍ତ ଶର୍କରାର ପ୍ରବନ୍ଧନରେ ସାହାଯ୍ୟ କରିଥାଏ।

– ଦଲିଆରେ କାର୍ବୋହାଇଡ୍ରେଡ୍‌, ଫାଇବର ଏବଂ ପ୍ରୋଟିନ୍ ରହିଥାଏ, ଯାହା ଶରୀରକୁ ପର‌୍ୟ୍ୟାପ୍ତ ମାତ୍ରାରେ ଏନର୍ଜି ପ୍ରଦାନ କରିଥାଏ। ଦଲିଆ ଆପଣଙ୍କୁ ଉର୍ଜାବାନ ମଧ୍ୟ ରଖିଥାଏ। ଏହାବ୍ୟତୀତ ଦଲିଆ ଖାଇବା ଦ୍ୱାରା ଅଳୀସୁଆ ପଣ କମ ହେବାରେ ସାହାଯ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button